ବନ୍ଧୁଗଣ ବ୍ରହ୍ମପୁର ବଡ ବଜାର ଦେଶୀ ବେହେରା ସାହିରେ କେ ଦୀପିକା ବସିଛନ୍ତି ଆଜିକୁ ୨୦ ଦିନ ହେଲାଣି ନିଜର ପିଲାକୁ ବାପାର ପରିଚୟ ଦେବାକୁ ଓ ଦିନେଶ ତାଙ୍କୁ ସ୍ତ୍ରୀ ରୂପେ ଗ୍ରହ କରିବାକୁ । ଦିନେଶଙ୍କ ବୟାନ ପରେ ଦୀପିକା ସବୁ ସତ କଥା କହିଛନ୍ତି । ଦୀପିକା ଆଶା କରିଛନ୍ତି ପ୍ରମିଳା ମା ଓ ଦୀପିକା ସାର ତାଙ୍କୁ ସାହାଜ୍ଯ କରୁଛନ୍ତି ଆଉ ତାଙ୍କୁ ନିଶ୍ଚୟ ନ୍ୟାୟ ମିଳିବ । ଦୀପିକାଙ୍କ ଘରେ ଦିନେଶଙ୍କ ଘର ଠାରୁ ୫-୬ କିମି ଦୂରରେ ଅଛି । ଦିନେଶଙ୍କ ପରିବାର ଲୋକେ କଦଳୀ ବାଲା ଝିଅ ସହ ବିବାହ ସ୍ଥିର କରିବାର ଶୁଣିବା ପରେ ଦୀପିକା ଦିନେଶଙ୍କ ଘର ଆଗରେ ଧାରଣା ଦେଇ ବସିଛନ୍ତି ।
ଦିନେଶ କେଉଁଠି ବାହା ହେବ ତାହା ବିଷୟରେ ଜାଣି ନାହାନ୍ତି ଦୀପିକା ଯେବେ ଜାଣିବେ ତା ପରେ ଯାଇ କେସ କରିପାରିବେ । ଦିନେଶ ଦୀପିକାଙ୍କ ଠାରୁ ୨ ବର୍ଷ ସାନ ସବୁ କିଛି ଦିନେଶ ଜାଣିବା ପରେ ବି ଦୁହେଁ ପରସ୍ପରକୁ ଭଲ ପାଇଥିଲେ । ଦୀପିକା କହିଛନ୍ତି ସେ ଦିନେଶଙ୍କୁ ଅନ୍ଧ ଭଳି ଭଲ ପାଉଥିଲେ ସେହି ସମୟରେ ସେ କିଛି ଜାଣି ନ ଥିଲେ ।
ଯେବେ ଦୀପିକା ପ୍ରେଗନେନ୍ଟ ହେଲେ ସେତେବେଳେ ଜାଣିବାକୁ ପାଇଲେ ଦିନେଶ ଓ ତାଙ୍କ ପରିବାର ବିଷୟରେ ସବୁ କଥା ଜାଣିଲେ । ଯେବେ ଦୀପିକା ପ୍ରେଗେନେଟ ଅଛନ୍ତି ବୋଲି ଦିନେଶ ଜାଣିଲେ ସେ ତାଙ୍କର ଅସଲ ରୂପ ଦେଖାଇଥିଲେ । ଦୀପିକା ଆଗକୁ କହିଛନ୍ତି ଦିନେଶ ମୋତେ ଭଲ ପାଉଥିଲା କି ମୋ ଶରୀରକୁ ଭଲ ପାଉଥିଲା କି କଣ ସେ ଜିନିଷଟା ଆଜି ସେ ଜାଣିପାରୁଛନ୍ତି ।
ଦୁଇ ଜଣଙ୍କର ମତ ନ ଥିଲେ ବା ଦୁଇ ହାତରେ ତାଳି ନ ବାଜିଲେ କିଛି ବି ହୁଏ ନାହି ବୋଲି ଦୀପିକା କହିଛନ୍ତି । ଦୁଇ ଜଣଙ୍କର ଭୁଲ ଅଛି ଯାହା ପାଇଁ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ଦୀପିକା କହିଛନ୍ତି । ଛୁଆର ମୁହଁକୁ ଦେଖି ଦିନେଶ ବଦଳିଯିବା କଥା କାରଣ ସେ ତାଙ୍କର ପିଲା ଏହା ଡିଏନଏ ରିପୋର୍ଟରୁ ସ୍ପଷ୍ଟ ହୋଇସାରିଛି । କଦଳୀବାଲା ଝିଅକୁ ବାହା ହେବା ପାଇଁ ଦିନେଶ ରାଜି ହେବାରୁ ଦୀପିକା ଆଜି ଏଭଳି ପଦକ୍ଷେପ ନେଇଛନ୍ତି ।
ଦିନେଶ କହିଛନ୍ତି ଦୀପିକା ତାଙ୍କୁ ଜୋର କରି ଶାରୀରିକ ସମ୍ପର୍କ ରଖିଥିଲେ ଆଉ ଜାଣିଶୁଣି ପ୍ରେଗନେଣ୍ଟ ହୋଇଛନ୍ତି ଏ ବିଷୟରେ ଦୀପିକା କହିଛନ୍ତି ସେ କଣ ଛୋଟ ପିଲା କିଛି ଜାଣି ନାହି କଣ ପାଇଁ ସବୁ କିଛି ଜାଣିଶୁଣି ସେ ମୋ ସହ ସମ୍ପର୍କ ରଖୁଥିଲା । ଦିନେଶ କହିଛନ୍ତି ଗୋଟେ ଉଦ୍ଦେଶ୍ୟ ନେଇ ଦୀପିକା ସମ୍ପର୍କ ରଖିଛନ୍ତି ଯାହାକୁ ଖଣ୍ଡନ କରିଛନ୍ତି ଦୀପିକା ।
ଦୁହେଁ ଯୁଆଡେ ବି ବୁଲିବାକୁ ଯାଉଥିଲେ ସବୁ ଖର୍ଚ୍ଚ ଦୀପିକା ନିଜେ କରୁଥିଲେ କିନ୍ତୁ ଦିନେଶ କହିଛନ୍ତି ସେ ସବୁ ଖର୍ଚ୍ଚ କରୁଥିଲେ । ଯାହାକୁ ଖଣ୍ଡନ କରିଛନ୍ତି ଦୀପିକା ଆଉ କହିଛନ୍ତି ଦିନେଶ ବିଟେକ ପଢୁଥିଲା ସେ ଏତେ ଟଙ୍କା କେଉଁଠୁ ଆଣିବ । ଦିନେଶ ବୁଲିବାକୁ ପସନ୍ଦ କରୁଥିଲେ ଯାହା ପାଇଁ ଦୀପିକା ତାଙ୍କୁ ସାଙ୍ଗରେ ନେଇ ଯାଉଥିଲେ ଆଉ ଦିନେଶ ଦୀପିକାଙ୍କୁ ସନ୍ଦେହ ମଧ୍ୟ କରୁଥିଲେ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।