ମୁଁ ତ ଗରିବ ଲୋକ, ମଲା ଝିଅଟାକୁ ଆଉ କେଉଁଥିରେ ନେବି… କାନ୍ଦି କାନ୍ଦି ଯାହା କହୁଛନ୍ତି ବ୍ୟକ୍ତି ଜଣଙ୍କ ଶୁଣି ଆଖିରେ ଲୁହ ରହିବନି, ଦେଖନ୍ତୁ Video

ବନ୍ଧୁଗଣ ରାଜଧାନୀ ଭୂବନେଶ୍ବର ରେ ୬ ମାସର ଶିଶୁ କନ୍ୟାକୁ ପରିବା ବ୍ଯାଗରେ ନେଉଥିଲା ବାପା । କିନ୍ତୁ ବାଟରେ ମୃତ ଶିଶୁର ଶରୀର ବ୍ୟାଗରୁ ଗଳି ପଡିବାରୁ ସ୍ଥାନୀୟ ଲୋକେ ବାପାଙ୍କୁ ପିଲାକୁ ମାରିବାର ଅଭିଯୋଗ କରି ମାଡ କରିଥିଲେ । ଏହି ଘଟଣା ଟି ଘଟିଛି ଖଣ୍ଡଗିରୀ ଥାନା ଡୁମୁଡୁମା ଅଞ୍ଚଳରେ । ଶିଶୁର ବାପା ଏ ନେଇ ମତାମତ ରଖିଛନ୍ତି କି ଆଜି ସକାଳୁ ତାଙ୍କ ଝିଅ ଖାଇପିଇ ଶୋଇଥିଲା ଆଉ ବାପା କାମକୁ ବାହାରକୁ ଯିବା ସମୟରେ ଝିଅକୁ ଗେଲ କରିବାକୁ ଯିବା ସମୟରେ ଝିଅର ନାକ ଓ ପାଟିରୁ ରକ୍ତ ବାନ୍ତି ହେବାର ଦେଖି ବାପା ଭୟ କରିଲେ ଆଉ ତୁରନ୍ତ କ୍ୟାପିଟାଲ ମେଡିକାଲକୁ ନେଇ ଆସିଥିଲେ ।

ସେଠାରେ ଝିଅକୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ମୃତ ଝିଅକୁ ନେବା ସମୟରେ ଅନ୍ତିମ ସଂସ୍କାର କରିବାକୁ ସ୍ଥାନୀୟ ଲୋକେ ବାପାକୁ ମାଡ ମାରିଥିଲେ । ଏମିତିକି ଅନ୍ୟ ଜଣେ ଝିଅକୁ ମଧ୍ୟ ମାଡ ମାରି ତାର ଡ୍ରେସ ଚିରି ଦେଇଛନ୍ତି ସ୍ଥାନୀୟ ଲୋକେ ବୋଲି ଅଭିଯୋଗ କରିଛନ୍ତି ବାପା । ଏ ନେଇ ମୃତ ଶିଶୁର ମା କହିକନ୍ତି ଏ ଛୁଆ ଆମର ଯଦି ଦରକାର ପଡେ ପ୍ରମାଣ ଦେବି କିଛି ଅସୁବିଧା ନାହି । ମୃତ ଶିଶୁର ମା କହିଛନ୍ତି ଯେ ତାଙ୍କ ଝିଅକୁ ବ୍ଯାଗରେ ଭର୍ତ୍ତି କରି ଗାଡିରେ ବସାଇ ଆଣୁଥିବା ବେଳେ ବ୍ୟାଗ ଖସି ପଡିଥିଲା ।

ଏହାକୁ ଦେଖି ସ୍ଥାନୀୟ ଲୋକେ ବାପାକୁ ନିଷ୍ଟକ ମାଡ ମାରିବା ସହ ସ୍ତ୍ରୀ କୁ ଡାକ ରିପୋର୍ଟ ଦେଖା କହିଲେ । ଏମିତିକି ବାପାକୁ ଆଣ୍ଠେଇ କରି ମାଡ ମାରିଛନ୍ତି ଲୋକେ । ଶିଶୁର ମା କହିଛନ୍ତି ସେ ଆସି ସବୁ ରିପୋର୍ଟ ଦେଖାଇଛନ୍ତି ତା ପରେ ସବୁ ପ୍ରମାଣ ପାତ୍ର ଦେଖାଇଛନ୍ତି କି ସେ ଝିଅ ତାଙ୍କର ବୋଲି ।

ତେବେ ୬ ମାସର ଶିଶୁ ହୋଇ ଥିବାରୁ ତାକୁ ପୋତି ଦେବାକୁ ବାପା ମା ଉଭୟ ନେଇ ଯାଉଥିଲେ । କିନ୍ତୁ ବ୍ୟାଗ ଖସି ପଡି ଥିବାରୁ ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ କି ଛୁଆକୁ ବ୍ୟକ୍ତି ଜଣକ ମାରି ଦେଇଛନ୍ତି ବା ଚୋରୀ କରି ଅଣାଇଛନ୍ତି ଯାହା ପାଇଁ ଲୋକେ ଆକ୍ରମଣ କରିଥିଲେ ।

ଏହି ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ସତ୍ୟ ନଗର ଶ୍ମଶାନକୁ ଅଣା ଯାଇଛି । ସେଠାରେ ତାର ଅନ୍ତିମ ସଂସ୍କାର କରାଯିବ । ତେବେ ଆମ ସମାଜରେ ଯେଉଁ ଭଳି ଲୋକ ମାନେ ରହୁଛନ୍ତି ଯିଏ ନ ବୁଝି ନ ସୁଝି କାହାକୁ ବି କିଛି କଥା କହି ଯାଉଛି । ଆଉ ଦରକାର ପଡିଲେ ମାଡ ମଧ୍ୟ ମାରୁଛନ୍ତି ଯାହା ସଂପୂର୍ଣ୍ଣ ଭୁଲ ଅଟେ ।

ଏହି ଘଟଣା ବାବଦରେ ଏତିକି କୁହାଯାଇ ପରେ କି ଲୋକ ମାନେ ପ୍ରଥମେ ବୁଝିବା ଦରକାର ଥିଲା କଣ ଘଟଣା ଘଟିଛି । ନିରୀହ ବାପା ଯିଏ ତାର ୬ ମାସର ଝିଅକୁ ହରାଇଛି ତାର ମାନସିକ ଅବସ୍ଥା କଣ ଥିବା ତାହା ଲୋକଙ୍କର ବୁଝିବାର ଥିଲା । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *