ଭଗବାନ ଶ୍ରୀ କୃଷ୍ଣଙ୍କୁ କିଏ ମାରିଥିଲେ 12ଟି ଶର?

ଦର୍ଶକ ବନ୍ଧୁ ମହାଭାରତ ଯୁଦ୍ଧ ଖରାପ, ଲାଳସା, ସ୍ଵାର୍ଥ ଉପରେ ଭଲ ଓ ସନ୍ତୋଷର ଜୟ ହୋଇଥିବାକୁ ଦର୍ଶାଇଥାଏ । ଏହି ମହାଭାରତ ଯୁଦ୍ଧରେ ଅସଂଖ୍ଯ ଲୋକ ମୃତ୍ୟୁବରଣ କରିଥିଲେ । ଅନେକ ସୈନ୍ୟ ଆହତ ମଧ୍ୟ ହୋଇଥିଲେ । ତେବେ କଣ ଆପଣ ମାନେ ଜାଣିଛନ୍ତି ସୃଷ୍ଟିର କର୍ତ୍ତା ଭଗବାନ ଶ୍ରୀକୃଷ୍ଣଙ୍କୁ ମଧ୍ୟ ପ୍ରଳୟଙ୍କରୀ ଯୁଦ୍ଧ ସମୟରେ ୧୨ଟି ଶର ବାଜିବାର କଷ୍ଟ ସହିବାକୁ ପଡିଥିଲା । ତେବେ ସେ କେଉଁ ଯୋଦ୍ଧା ଥିଲେ ଯିଏ ଭଗବାନ କୃଷ୍ଣଙ୍କ ଉପରକୁ ୧୨ଗୋଟି ଶର ନିକ୍ଷେପ କରିଥିଲେ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ମହାଭାରତ ଆରମ୍ଭ ହେବ ପୂର୍ବରୁ ଅର୍ଜୁନ ଓ ଦୁର୍ଯୋଧନ ଯୁଦ୍ଧରେ ସାହାଜ୍ଯ କରିବାର ପ୍ରସ୍ତାବ ନେଇ ଶ୍ରୀକୃଷ୍ଣଙ୍କ ପାଖରେ ଦ୍ଵାରିକାରେ ପହଞ୍ଚିଥିଲେ । ସେହି ସମୟରେ କୃଷ୍ଣ ନିଦାରେ ଥିବାରୁ ଦୁହେଁ ଅପେକ୍ଷା କରିଥିଲେ । ନିଦ୍ରା ଭାଙ୍ଗିବା ପରେ ଭଗବାନ କୃଷ୍ଣଙ୍କ ପାଦ ତଳେ ବସିଥିବ ଅର୍ଜୁନଙ୍କ ଉପରେ ନଜର ପଡିଲା କିନ୍ତୁ ଦୁର୍ଯୋଧନ ତାଙ୍କ ମୁଣ୍ଡ ଉପରେ ବସିଥିବାରୁ ନଜର ପଡି ନ ଥିଲା । ଦୁହିଙ୍କୁ ଯୁଦ୍ଧର ସାହାଜ୍ଯ ମାଗିବାର କାରଣ ଜାଣିବା ପରେ ଦୁହିଙ୍କ ନିକଟରେ ବିକଳ୍ପ ରଖିଥିଲେ ଭଗବାନ କୃଷ୍ଣ ।

ଭଗବାନ କୃଷ୍ଣ କହିଲେ ଗୋଟେ ପାର୍ଶ୍ଵରେ ମୁଁ ସ୍ଵୟଂ ରହିବି ଅନ୍ୟ ପାର୍ଶ୍ଵରେ ମୋର ନାରାୟଣ ସୈନ୍ୟ ରହିବେ । ଦୁର୍ଯୋଧନ ଶସ୍ତ୍ର ନ ଧରିବାରୁ କୃଷ୍ଣ ମାନ କରିବାରୁ ସେ ନାରାୟଣୀ ସେନାକୁ ବାଛିଥିଲେ କିନ୍ତୁ ଅର୍ଜୁନ ବାସୁଦେବଙ୍କୁ ବାଚିଥିଲେ । ବିନା ଅସ୍ତ୍ରରେ କୃଷ୍ଣ ପାଣ୍ଡବ ମାନଙ୍କୁ ଯୁଦ୍ଧରେ ହରାଇଥିଲେ । ଅନେକ ଥର ପାଣ୍ଡବ ମାନଙ୍କର ଜୀବନ ମଧ୍ୟ ହରାଇଥିଲେ । ଯୁଦ୍ଧରେ ଯେତେବେଳେ କର୍ଣ୍ଣ ଓ ଅର୍ଜୁନ ସମୁଖରେ ରହି ଯୁଦ୍ଧ କରୁଥିଲେ ସେତେବେଳେ ଅର୍ଜୁନଙ୍କୁ ଅନେକ ଥର ବଞ୍ଚାଇବାର ଚେଷ୍ଟା କରିଥିଲେ ଭଗବାନ କୃଷ୍ଣ ।

ଏପରିକି ଅର୍ଜୁନଙ୍କୁ ବଞ୍ଚାଇବାକୁ ଯାଇ ଭଗବାନ କୃଷ୍ଣ ଶର ବଧ ହୋଇଥିଲେ । ଯେତେବେଳେ କର୍ଣ୍ଣ ଅର୍ଜୁନଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ଚାଲିଥିଲା ଦୁହେଁ ଶ୍ରେଷ୍ଠ ହେବା ଲାଗି ନିଜର ଶକ୍ତି ପ୍ରୟୋଗ କରିଥିଲେ । ଆଉ ଏହି କର୍ଣ୍ଣ ଅର୍ଜୁନଙ୍କୁ ହରାଇବା ପାଇଁ ସର୍ପ ବାଣର ପ୍ରୟୋଗ କରିବାର ନିସ୍ପତି ନେଲେ । ଏହି ସର୍ପ ବାଣ ପାତାଳ ଲୋକରୁ ଆସିଥିବା ଅଶ୍ଵସେନ ନାମକ ଏକ ନାଗ ଅଟେ ।

ଏହି ନାଗ ଅର୍ଜୁନଙ୍କୁ ନିଜର ଶତ୍ରୁ ମାନେ କରୁଥିଲା କାରଣ ଅର୍ଜୁନ ନିଜର ଅଜଣା ଅବସ୍ଥାରେ ତାଙ୍କ ମାତାଙ୍କର ବଧ କରିଥିଲେ । ଯେବେ ଭଗବାନ କୃଷ୍ଣ ଜାଣିଲେ କର୍ଣ୍ଣ ସର୍ପ ବାନ ପ୍ରୟୋଗ କରୁଛନ୍ତି ସେହି ସମୟରେ କୃଷ୍ଣ ରଥରେ ଜୋରରେ ଗୋଡଦା ବାଡେଇବା ଦ୍ଵାରା ରଥଟି ପଛ ପଟୁ ମାଟିରେ ଧସି ହୋଇଗଲା ।

ଏପରି କରିବା ପରେ ଅର୍ଜୁନଙ୍କ ଗଳାରେ ବାଣ ଲାଗିବା ବଦଳରେ ତାଙ୍କ ମୁକୁଟରେ ଯାଇ ଲାଗିଲା । ପରେ ଭଗବାନ କୃଷ୍ଣ ଓ ଅର୍ଜୁନ ରଥକୁ ଉଠାଇବା ଲାଗିଥିବା ବେଳେ କର୍ଣ୍ଣ ବାଣ ପ୍ରୟୋଗ କରିଲେ ଆଉ ଅର୍ଜୁନଙ୍କୁ ବଞ୍ଚାଇବା ଲାଗି କୃଷ୍ଣ ଆଗରେ ଠିଆ ହୋଇଗଲେ । କର୍ଣ୍ଣ ଅର୍ଜୁନଙ୍କ ଆଡକୁ ନିକ୍ଷେପ କରିଥିବା ବାଣ କାରଣରୁ ସେ ଅର୍ଜୁନଙ୍କୁ ରକ୍ଷା କରିପାରିଥିଲେ । ତେବେ ମହାରଥୀ କର୍ଣ୍ଣ କୃଷ୍ଣଙ୍କ ଉପରକୁ ୧୨ ଗୋଟି ଶର ବଧ କରିଥିଲେ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *