ବନ୍ଧୁଗଣ, ଆପଣ ମାନେ ଦେଖୁଥିବା ଏହି ଭିଜୁଆଲ ଟି ହେଉଛି ଯେବେ ବାବୁସାନ ମହାନ୍ତି ହସ୍ପିଟାଲରୁ ଡିଶ୍ଚାର୍ଜ ହେଉଛନ୍ତି ଆଉ ଯେଉଁ ସମୟରେ ତାଙ୍କ ସ୍ତ୍ରୀ ତୃପ୍ତି ଶତପଥୀ କୌଣସି ଏକ କାର୍ଯ୍ୟ ବ୍ୟସ୍ତ ଭିତରେ ତାଙ୍କ ଠାରୁ ଦୂରେଇ ଟିକେ ଯାଇଥିଲେ । ଆଉ ବାବୁସାନ ତାଙ୍କୁ କିଭଳି ଭାବରେ ସେଠାରେ ଖୋଜିବାକୁ ଲାଗିଛନ୍ତି ଆପଣ ଏମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏ ହେଉଛି ଟିକିଏ ଝଲକ ମାତ୍ର ହଜାର ଶବ୍ଦ କହିବାକୁ ଯଥେଷ୍ଟ । ମିଡିଆ ବାଲା ବାବୁସାନଙ୍କୁ ପଚାରିଲେ ଭାଇ ତୃପ୍ତି ମାଡାମ ଙ୍କ ସହିତ ଆପଣ କ’ଣ କଥା ହେଲେ ?
ଏହା ପରେ ବାବୁସାନ କହୁଛନ୍ତି ଯେ ତୃପ୍ତି କାଇଁ ? ସେ ଏହିଭଳି ଭାବରେ ନିଜ ସ୍ତ୍ରୀ ତୃପ୍ତି ଙ୍କୁ ଖୋଜିବାରେ ଲାଗିଥିଲେ । ଏହାକୁ ଦେଖି ବାବୁସାନ ଙ୍କ ମନରେ ତାଙ୍କ ସ୍ତ୍ରୀ ତୃପ୍ତି ଯେ କେତେ ଭଲ ପାଇବା ଅଛି ତାହା ସ୍ପଷ୍ଟ ବାରି ହେଉଛି । ବାବୁସାନ ଏହା ମଧ୍ୟ କହିଛନ୍ତି ଯେ କାଲି ସେ ମୋ ପାଖରେ ଥିଲା, ଆଜି ମଧ୍ୟ ଅଛି, ଆଉ ଆଗକୁ ମଧ୍ୟ ଏହିଭଳି ରହିବ ମୋ ତୃପ୍ତି । ଆଉ ଥରେ ହେଲେ ବି ମୁଁ ମୋ ତୃପ୍ତି ଙ୍କୁ ନିଜ ପାଖରୁ ଦୂରେଇ ଦେବି ନାହିଁ କି କି ମୋ ଗୋଆନ କୁ ବାପା ସ୍ନେହରୁ ବଞ୍ଚିତ କରିବି ନାହି କି ବାପା ମା ଙ୍କ କଥାକୁ ଆଉ କେବେ ଦୂରେଇ ଦେବୀ ନାହି ।
ବାପା ମାଙ୍କ କଥା ମାଣିବି ଦୁଷ୍ଟ ହେବିନି ମୁ କଥା ଦେଉଛି ଆଉ ତୃପ୍ତିକୁ କେବେ ଛାଡିବି ନାହି । କାରଣ ତୃପ୍ତି ସବୁ ରାଗ ଏବଂ ଅଭିମାନ ଭୁଲି ଯେଉଁଭଳି ଭାବରେ ମୋର ଯତ୍ନ ନେଲା ତାହା ମୁଁ କେବେ ଭୁଲିବି ନାହିଁ । ତୃପ୍ତି ଆସିଛି ମୋତେ ମେଡିକାଲ ରୁ ଘରକୁ ନେବା ଆଉ ମୁଁ ଘରକୁ ଯାଉଛି । ଆଜି କି କାଲି ନୁହେଁ ଦୀର୍ଘ ୮ ଦିନ ହେବ ଅସୁସ୍ଥ ଥିଲେ ବାବୁସାନ ମହାନ୍ତି । ଆଉ ଦିନ ରାତି ପାଖରେ ରହି ସେବା କରୁଥିଲେ ତାଙ୍କ ସ୍ତ୍ରୀ ତୃପ୍ତି ଶତପଥି । ଆଉ ଏବେ ସେ ତାଙ୍କୁ ତାଙ୍କ ଘରକୁ ନେଇ ଯାଇଛନ୍ତି ।
ଚର୍ଚ୍ଚା ଆଲୋଚନା କଣ ହେବ ତାହା ଦୂରର କଥା । ମାତ୍ର ଏ କଥା ସତ ଯେ ତୃପ୍ତି ଆଉ ବାବୁସାନ ଙ୍କ ମଧ୍ୟରେ ଏବେ ବି ନିବିଡ ସମ୍ପର୍କ ରହିଛି । ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି, ତଥା ଦୁହେଁ ଦୂହିଁଙ୍କୁ ଚାହାଁନ୍ତି ଯେମିତି ପୂର୍ବରୁ ଭଲ ପାଉଥିଲେ । ଆଉ ବାବୁସାନ ମଧ୍ୟ ହସ୍ପିଟାଲରେ ରହି ପୁଅ ସହିତ ଭିଡିଓ କଲ ରେ କଥା ହେଉଥିଲେ । ବର୍ତ୍ତମାନ ବାବୁସାନ ସୁସ୍ଥ ହୋଇଯାଇଛନ୍ତି ।
ଡାକ୍ତର ଙ୍କ ପରାମର୍ଶ କ୍ରମେ କେଉଁ ମେଡ଼ିସିନ କେଉଁ ସମୟରେ କେଉଁ ଔଷଧ ଖାଇବାକୁ ହେବ ସେ ସବୁ ବୁଝି ତୃପ୍ତି ଏବେ ତାଙ୍କ ସ୍ଵାମୀ ବାବୁସାନ ଙ୍କୁ ତାଙ୍କ ଘରକୁ ନେଇ ଯାଇଛନ୍ତି । ତେବେ ଯେଉଁ ସମ୍ପର୍କ ଭାଙ୍ଗି ଯାଇଥିଲା ଆଜି ତାହା ପୁଣି ଥରେ ଯୋଡି ହେବାରେ ଲାଗିଛି । ତେବେ ବନ୍ଧୁଗଣ ଏହି ଖବରକୁ ନେଇ ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ, ଧନ୍ୟବାଦ ।