ମୁଁ ଛୋଟ ବେଳେ ବହୁତ ଦୁଷ୍ଟ ଥିଲି ..ମୁଁ ଘଷିବି ପାରିଛି ..ଧାନବି ମୁଣ୍ଡେଇଛି ଆଉ… ଦେଖନ୍ତୁ ନିଜ ବିଷୟରେ କଣ କହୁଛନ୍ତି Pratibha Panda

ମୁଁ ଛୋଟ ବେଳେ ବହୁତ ଦୁଷ୍ଟ ଥିଲି ..ମୁଁ ଘଷିବି ପାରିଛି ..ଧାନବି ମୁଣ୍ଡେଇଛି :ପ୍ରତିଭା ପଣ୍ଡା ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଭିନେତ୍ରୀ ପ୍ରତିଭା ପଣ୍ଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଏକ ସାକ୍ଷାତ୍କାରରେ ନିଜ ବିଷୟରେ କହିଛନ୍ତି ଯେ ମୁଁ ଛୋଟବେଳେ ବହୁତ ପାରଙ୍ଗମ ଥିଲି । ସେତେବେଳେ ମୁଁ ସବୁ କରିପାରୁଥିଲି । ଛୋଟବେଳୁ ବହୁତ ଷ୍ଟ୍ରଙ୍ଗ ଥିଲି ଆଉ ଘର ମଧ୍ୟ ଚଳାଉଥିଲି । ମା ମେଣ୍ଟାଲ ପେସେଣ୍ଟ ଥିଲେ, ବାବା ସେଣ୍ଟ୍ରାଲ ଗମେଣ୍ଟ ଏମ୍ପ୍ଲୟୀ ଥିଲେ, ସେ ଟୁରରେ ବାହାରେ ରହୁଥିଲେ ।

ଛୋଟରୁ ହିଁ ସ୍କୁଟର ଠାରୁ ଆରମ୍ଭ କରି ଧୀରେ ଧୀରେ କାର ଚଳାଇବା ପାଇଁ ସକ୍ଷମ ହେଲେ । ଯାହା ମଧ୍ୟ ଶିଖିବାକୁ ଚାହୁଁଥିଲି ତାଙ୍କ ବାପା ମନା କରୁ ନ ଥିଲେ । ଭଲ ସ୍ପୋର୍ଟ୍ସମ୍ୟାନ ଥିଲି ସାଇକେଲିଙ୍ଗ କରୁଥିଲି ବଢିଆ । ମୁଁ ମୋ ନିଜକୁ କେବେ ଭାବିନୀ ବଡ ଗୋଇଗଲିଣି କି କଣ । ଏବେ ବି ଇଚ୍ଛା ହେଲେ ସବୁ କରେ । ଛୋଟବେଳୁ ଟିକେ ଦୁଷ୍ଟ ଥିଲି ଆଉ ବୁଢୀ ମା ର ଦୋକାନ ଥିଲା ସେଠାରୁ ଚକଲେଟ ଆଣି ଖାଉଥିଲି । ଗୁହାଳରେ ଘଷି ବି ପାରୁଥିଲି ଚାଷ ଜମି ଯାଇ ସେଠାରେ ଧାନ ମୁଣ୍ଡେଇଛି ।

ସବୁ ଶିଖିବାକୁ ମୋର ବହୁତ ଆଗ୍ରହ ଥିଲା । ସମସ୍ତେ କୁହନ୍ତି ଯେ ଗାଁ ଜିନିଷ କିଛି ଜାଣିନାହିଁ ବୋଲି କିନ୍ତୁ ମୁଁ ଗାଁ ଜିନିଷ ସବୁ ଜାଣିଥିଲି ବୋଲି କହିଛନ୍ତି । ଏହାପରେ ବଡ ହେଲା ପରେ ଆଉ ଗାଁ କୁ ଯାଇ ହେଲା ନାହିଁ । ମୁଁ ଭାବିଛି ସେ ନିଜେ ଯେତିକି ଜିନିଷ ଶିଖିଛନ୍ତି ମୋ ଝିଅ କୁ ମଧ୍ୟ ତାହା ଶିଖାଇବି । କରାଡି, ନାଚ, ଗୀତ ସବୁ କିଛି ମୁଁ ଶିଖିଛି । ପ୍ରତିଭା ଓଡିଆ ଇଣ୍ଡଷ୍ଟ୍ରୀ କୁ ନେଇ କହିଛନ୍ତି ଯେ ସେତେବେଳେ ଇଣ୍ଡଷ୍ଟ୍ରୀ ଅଲଗା ଥିଲା ମାତ୍ର ବର୍ତ୍ତମାନ ଜେନେରେସନ ବହୁତ ବଢି ଗଲାଣି ତଥା ବହୁତ ବିକାଶ କରିଲାଣି ।

ସେତେବେଳେ ଖାଲି ଦୂରଦର୍ଶନ ଚ୍ଯାନେଲ ଥିଲା ଏହାପରେ ମୁଁ ଗଲା ପରେ ପ୍ରାଇଭେଟ ଚ୍ୟାନେଲ ଆରମ୍ଭ ହେଲା । ଏଣୁ ଆମ ସମୟର କଥା ଅଲଗା ଥିଲା ଯେଉଁମାନେ ପ୍ରୋପର କଳାକାର ଥିଲେ, ସେତେବେଳେ ଖୁସିରେ ଅଭିନୟ କରାଯାଉଥିଲା । ବହୁତ ଭଲ ଆଉ ସୁନ୍ଦର ଥିଲା କିନ୍ତୁ ଏବେ ଯେଉଁ ପିରିଏଡ ଡେଭଲପ ହେଲା ଯାହାକି ଘରେ ଘରେ କଳାକାର ବାହାରିଲେ । ଏବେ ବହୁତ କଳାକାର ବଢିବାରୁ କାମ ବି ବଢିଗଲା । ସମସ୍ତେ ଏହାକୁ ପ୍ରୋଫେସନ କରିଲେ ଯାହା ଆଗରୁ ନ ଥିଲା ।

ଆମକୁ ତା ସହ ଆଡଜେଷ୍ଟ କରିବାକୁ ପଡିବ । ସବୁ ଜିନିଷ ଲେବଲ ଅନୁଯାୟୀ କରିବା ଦରକାର । ଯେମିତି ପିଲାମାନେ ଗୁରୁଜନଙ୍କୁ ସମ୍ମାନ ଦେବା ତାହା ଶିଖିବା ଉଚିତ । ଆଜିକାଲିର ଇଣ୍ଡଷ୍ଟ୍ରିର କେହି କାହାକୁ ଜାଣୁ ନାହାନ୍ତି । ଏଥିପାଇଁ କିଏ ଦାୟୀ କହି ହେବ ନାହି । ଆଜିକାଲି କାମ ବହୁତ ହେଉଛି କିନ୍ତୁ ଆଗରୁ କମ କାମରେ ଲୋକ ଦେଖୁଛନ୍ତି । ଆମ ଇଣ୍ଡଷ୍ଟ୍ରି ବହୁତ ଭଲ ତେଣୁ ସମସ୍ତେ ନିଜକୁ ପରିବର୍ତ୍ତନ କରିବା ଦରକାର ବୋଲି ଶେଷରେ ଅଭିନେତ୍ରୀ ପ୍ରତିଭା ପଣ୍ଡା କହିଛନ୍ତି ।

ବନ୍ଧୁଗଣ ଏହି ଖବରକୁ ନେଇ ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *