ଦର୍ଶକ ବନ୍ଧୁ ଆସୁହି କି ମହା ବିପଦ । ପୁଣି ହେବ କି ମହାଯୁଦ୍ଧ । ଇତିହାସର ହେବାକୁ ଯାଉଛି କି ପୁନରାବୃତ୍ତି । ପୁଣି କଣ ବିଶ୍ଵରେ ଐତିହାସିକ ମହାଭାରତ ଯୁଦ୍ଧ ଆଉ ଥରେ ଦେଖିବାକୁ ମିଳିବ । ଆଗକୁ ଆସୁଛି ଚନ୍ଦ୍ରଗ୍ରହଣ ପୁଣି ଏକା ଥରକେ ଗୋଟେ ପକ୍ଷରେ ହେବ ୨ଟି ଗ୍ରହଣ । ତେବେ ମହାଭାରତର ସମୟରେ ହୋଇଥିଲା ଏଭଳି ଏକ ଗ୍ରହଣ । ଇତିହାସ କୁହେ ସେହି ସମୟରେ ଗୋଟିଏ ପକ୍ଷରେ ଦୁଇଟି ଗ୍ରହଣ ଲାଗିଥିଲା । ଆଉ କହିପାରିବା ସେହି ସମାନ ଧରଣର ଗ୍ରହଣ ଏଥର ଦେଖିବାକୁ ମିଳିବ ।
ଏକଥା କହିବାର ଅର୍ଥ ଲକ୍ଷ୍ୟ କରିଲେ ଜଣାପଡିବ କି ଚଳିତ ବର୍ଷ ଦଶହରାରେ ବର୍ଷା ହେବାର ଘଟଣା ଆଉ ପୁଣି ଏବେ ଗୋଟିଏ ମାସରେ ଦୁଇଟି ଗ୍ରହଣ ପଡିବା ଏଭଳି ଘଟଣା ସାଧାରଣ କଥା ନୁହେଁ । ଏହି ଗ୍ରହଣ କଣ ବିଶ୍ଵ ପିନ ଏକ ଅଶୁଭ ସଂକେତ ସାବ୍ଯସ୍ତ ହେବ ଏନେଇ ଲୋକଙ୍କ ମନରେ ଚିନ୍ତା ବଢିବାରେ ଲାଗିଛନ୍ତି । ଏହି କଥାର ଆକଳନ କରିଛନ୍ତି ଭାରତୀୟ ଜ୍ୟୋର୍ତିବିଦ । ଇତିହାସ ଅନୁଯାୟୀ ମହାଭାରତ ସମୟରେ ୧୫ ଦିନ ମଧ୍ୟରେ ଏଭଳି ଦୁଇଟି ଗ୍ରହଣ ପଡିଥିଲା । ୨୦୨୨ରେ ସମାନ ଘଟଣା ଲକ୍ଷ୍ୟ ହେଉଛି ।
ଭାରତର ମୁଖ୍ୟ ପର୍ବରେ ଦୀପାବଳିରେ ଏଭଳି ପରିସ୍ଥିତି ବିଶ୍ଵ ପାଇଁ ଶୁଭ ନୁହେଁ ବୋଲି ଜ୍ୟୋର୍ତିବିଦ ମାନେ ଆକଳନ କରିଛନ୍ତି । ବିଶେଷ କରି ଦଶହରା ପର୍ବ ଦିନ ଲକ୍ଷ୍ୟ କରାଯାଇଥିଲା ବଡ ଧରଣର ବର୍ଷା ହୋଇଥିଲା ଯାହା ଅଶୁଭର ସଂକେତ । ଏହି ଗ୍ରହଣର ଖାସ କଥା ହେଉଛି ଯେ ଏହି ୨ଟି ଗ୍ରହଣ ମଙ୍ଗଳବାର ଦିନ ଲାଗୁଛି ଚଳିତ ବର୍ଷ । ତେବେ ଜ୍ୟୋତିର୍ବିଦ ମାନଙ୍କ ମଧ୍ୟରେ ଆକଳନ ଚାଲିଛି ଯେ ଭୂମି ପାଇଁ ଏହା ଯୁଦ୍ଧ ଓ ରକ୍ତପାତ ହେବାର ଆଶଙ୍କା ଦେଉଛି ଯାହାକୁ ଏଡାଇ ଦିଆଯାଇ ନ ପାରେ ।
ଚଳିତ ବର୍ଷ ଏହି ୨ ଗ୍ରହଣ କେବଳ ଭାରତ ଉପରେ ନୁହେଁ ପୁରା ବିଶ୍ଵ ଉପରେ ପଡୁଛି ଯାହା କୌଣସି ସାଧାରଣ କଥା ନୁହେଁ । ଅକ୍ଟୋବର ୨୫ ସୂର୍ଯ୍ୟଗ୍ରହଣ ୟୁରୋପ ମଧ୍ୟ-ପୂର୍ବ, ଆଫ୍ରିକା ର ଉତ୍ତର-ପୂର୍ବ ଭାଗରେ, ପଶ୍ଚିମ ଏସିଆ, ଉତ୍ତର ଆନ୍ଟଲାଟିକ ମହାସାଗର କ୍ଷେତ୍ରରେ ଦୃଶ୍ୟମାନ ହେବାକୁ ଯାଉଛି । ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ ଭାରତ ସହ ଅଷ୍ଟ୍ରେଲିୟା, ଉତ୍ତର-ପୂର୍ବ ୟୁରୋପ, ଏସିଆ, ଉତ୍ତର ଆମେରିକା, ଅଧିକାଂଶ ଦକ୍ଷିଣ ଆମେରିକା, ପ୍ରଶାନ୍ତ ଆନ୍ତଲାଟିକ ହିନ୍ଦ ମହାସାଗର ରେ ଦୃଶ୍ୟମାନ ହେବ ।
ଏହି ସବୁ ସ୍ଥାନରେ ଏବେ ଉତ୍ତେଜନା ବଢିବାରେ ଲାଗିଛି । ଜ୍ୟୋତୃବ୍ଦଙ୍କ ଆକଳନ ଅନୁଯାୟୀ ଏହି ସ୍ବାଉ ସ୍ଥାନରେ ଉତ୍ତେଜନା ଦେଖାଯିବାର ଆସଙ୍କା ରହିଛି । ଯୁଦ୍ଧ ଭୟ ମଧ୍ୟ ରହିଛି । ଏହା ବିଶ୍ଵ ଯୁଦ୍ଧ ଆଡକୁ ଗତି କରିପାରେ ବୋଲି କୁହାଯାଇଛି । କୁହାଯାଇଛି କି ଗୋଟିଏ ପକ୍ଷରେ ଦୁଇଟି ଗ୍ରହଣ ମାନବ ସଭ୍ୟତା ପ୍ରତି ଘୋର ବିପଦ ସୃଷ୍ଟି କରିପାରେ । ଏହାର ପ୍ରଭାବରେ ଆଗାମୀ ୭ରୁ ୯ ମାସ ମଧ୍ୟରେ ଅର୍ଣ୍ଣ ସଙ୍କଟ ସାଙ୍ଗକୁ ଲୋକକ ମଧ୍ୟରେ ମାନସିକ ଦୁଶ୍ଚିନ୍ତା ଦେଖା ଦେଇପାରେ ।ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।