ଘରେ ସୁଖ ଶାନ୍ତି ବଢାଇବା ପାଇଁ କରନ୍ତୁ ଏହି ସବୁ କାମ- Ajira Anuchinta

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଜୀବନକୁ ସୁଖମୟ ଓ ସରସ ସୁନ୍ଦର କରିବା ପାଇଁ କିଛି ଅନୁଚିନ୍ତା ନେଇ ଆସିଛୁ । ଯାହାର ପାଳନ କରିଲେ ଜୀବନ ଆନନ୍ଦରେ ପରିପୂର୍ଣ୍ଣ ହୋଇଯିବ । ଏହା ବିଷୟରେ ଶାସ୍ତ୍ରରେ ମଧ୍ୟ କୁହାଯାଇଛି । ତେବେ ଆସନ୍ତୁ ଜାଣିବା ବିସ୍ତାର ଭାବେ । ୧- ଘରେ ସୁଖ ଶାନ୍ତି ବୃଦ୍ଧି କରିବା ପାଇଁ ହେଲେ ସକାଳୁ ଭକ୍ତି ଗୀତ ବା ଭଜନ କିଛି ସମୟ ବଜାଇବା ଉଚିତ । ଘରେ ଝାଡୁକୁ କେବେ ବି ଠିଆ କରି ରଖିବା ଅନୁଚିତ । ଖାଦୁକୁ ଗୋଡ ମାରିବା ଉଚିତ ନୁହେଁ । ଏହା ଦ୍ଵାରା ଅସାନ୍ତି ସୃଷ୍ଟି ହୁଏ ।

୨- ବାସ୍ତୁ ଶାସ୍ତ୍ର ଅନୁଯାୟୀ ଶୋଇବା ଘରେ କେବେ ଆଇନା ରଖୁଥିଲେ ତାହାକୁ ଶୋଇବା ପୂର୍ବରୁ କପଡାରେ ଘୋଡାଇ ରଖନ୍ତୁ । ଘରର ଶୋଇବା ଖଟ ଉପରେ କେବେ ବି ବସିକି ଖାଇବା ଅନୁଚିତ । ଏହା ଦ୍ଵାରା ଖରାପ ସ୍ଵପ୍ନ ଆସିଥାଏ ।

୩- ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ଠାକୁର ପୂଜା ସକାଳ ୬ଟା ରୁ ୮ଟା ମଧ୍ୟରେ କରନ୍ତୁ । କୁଶ ଆସନରେ ବସି ପୂର୍ବ ବା ଉତ୍ତର ଦିଗକୁ ମୁଖ କରି ପୂଜା କରିବା ଉଚିତ ।

୫- ଘରେ ତିଆରି ହେଉଥିବା ପ୍ରଥମ ରୁଟି ଗାଈକୁ ଖାଇବାକୁ ଦେଲେ ସୁଖ ସମୃଦ୍ଧି ବୃଦ୍ଧି ହୁଏ । ଠାକୁର ଘରେ କଳସରେ ପାଣି ଭରିକି ରଖିବା ଉଚିତ ।

୬- ଘରେ ସୁଖ ଶାନ୍ତିର ବାତାବରଣ ପାଇଁ ମୁଖ୍ୟଦ୍ଵାର ଡାହାଣ ପାଖରେ ସ୍ଵସ୍ତିକ ଚିହ୍ନ ଆଂକିବା ଉଚିତ । ଘରେ ଔଷଧ ରଖିଥିଲେ ଉତ୍ତର-ପୂର୍ବ କୋଣରେ ରଖିବା ଉଚିତ ।

୭- ଘରେ ବୁଢିଆଣୀ ବସା ବା ଅଳିଆ ହେବାକୁ ଦିଅନ୍ତୁ ନାହି । ଏହା ଦ୍ଵାରା ଅସାନ୍ତି ବୃଦ୍ଧ ପାଇଥାଏ । ଘରେ ସୁଖୀ ଯାଇଥିବା ଗଛ ରଖିବା ଉଚିତ ନୁହେଁ ।

୮- ଶୋଇବା ବେଳେ ପଶ୍ଚିମ ଦିଗକୁ ଗୋଡ ରଖି ସୋଇଲେ ଆଧାୟତ୍ମିକା ବୃଦ୍ଧି ହେବା ସହ ମନରେ ଶାନ୍ତି ପ୍ରାପ୍ତ ହୁଏ । ପୂଜା ସମୟରେ ଦୀପ, ଧୂପ, ଆଳତି ମୁହଁରେ ଲିଭାଇବା ଉଚିତ ନୁହେଁ ।

୯- ପୂଜା ଘରେ ବାସୀ ଫୁଲ ରଖନ୍ତୁ ନାହି । ଏହାକୁ ନଦୀରେ ପ୍ରଭାବିତ କରିଲେ ମଙ୍ଗଳ ହୋଇଥାଏ । ପାଣିରେ ଲୁଣ ପକାଇ ପୋଛା ମାରିବା ଦ୍ଵାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ ।

୧୦- ଘରେ ଧଳା ରଙ୍ଗର ଗଣେଶ ମୂର୍ତ୍ତି ବା  ଚିତ୍ର ରଖିଲେ ସୁଖ ଶାନ୍ତି ବୃଦ୍ଧି ହେବ ସହ ଘର ଲୋକଙ୍କ ମଧ୍ୟରେ ଝଗଡା ଦୂର ହୁଏ । ପ୍ରତେକ ଦିନ ଘରର ମୁଖ୍ୟଦ୍ଵାରରେ କ୍ଷୀର ସହ ପାଣି ମିଶାଇ ସିଂଚନ କରିଲେ ସୁଖ ଶାନ୍ତୁ ବୃଦ୍ଧି ହୁଏ ।

୧୧- ଘରର ଅଗଣାରେ ଅଁଳା ଗଛ, କଦଳୀ ଗଛ, ଅଶୋକ ଗଛ ଓ ବେଲ ଗଛ ଲଗାଇଲେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ବାଣିଜ୍ୟ ବ୍ୟବସାୟରେ ବୃଦ୍ଧି ଓ ଘରେ ସୁଖ ଶାନ୍ତି ବୃଦ୍ଧି ପାଇଁ ୪ଟି ଗୋମତିଚକ୍ର ଘରେ ରଖିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *