ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ଟେଲି ଅଭିନେତ୍ରୀ ତ୍ରିଶା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ “ତାରା ତାରିଣୀ” ସିରିଏଲରେ ନେଗେଟିଭ ଚରିତ୍ରରେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି । ସେ ଏକ ସାକ୍ଷାତକାରରେ ଭଲ ପାଇବାକୁ ନେଇ ଏମିତି କିଛି ବାୟନ ଦେଇଛନ୍ତି । ସେ କହିଛନ୍ତି “ପ୍ରେମରେ ଅନ୍ୟକୁ ନିସ୍ଵାର୍ଥପର ହୋଇ ଭଲପାଇବା ନିହାତି ଭାବରେ ଆବଶ୍ୟକ । ତମେ କାହାକୁ ଭଲ ପାଉଛ ତମର ବି ସ୍ଵାର୍ଥ ଥିବ ସେ ତୁମକୁ ସେତିକି ଭଲ ପାଉ ।
ମୋଟ ଉପରେ କହିବାକୁ ଗଲେ ସମସ୍ତଙ୍କ ପାଖରେ ସ୍ଵାର୍ଥ ଥାଏ ଯେ କିଛି ସ୍ଵାର୍ଥ ବଦଳରେ ନିହାତି ଭାବରେ କିଛି ସ୍ଵାର୍ଥ ଆସିବ । ମାତ୍ର ଆଜିକାଲି ଦୁନିଆରେ ଭଲ ପାଇବା ଗୋଟିଏ ଧନ୍ଦା ଭଳି ହୋଇଗଲାଣି । ଦୁନିଆରେ ବହୁତ ସାରା ଝିଅ ଅଛନ୍ତି ଯେଉଁ ମାନେ ପୁଅ ମାନଙ୍କୁ ଠକିଛନ୍ତି । ଯେମିତିକି ମୋର ଜଣେ ଝିଅ ସାଙ୍ଗ ନିଜ ବୟଫ୍ରେଣ୍ଡ କୁ ଫୋନ କରି କହିଲା ଯେ ମୋ ମା’ ଙ୍କ ଦେହ ବହୁତ ଖରାପ ମୋତେ ୩ ହଜାର ଟଙ୍କା ଦେବ ? ଏହାପରେ ଯେତେବେଳେ ତ୍ରିଶା ସାଙ୍ଗର ମା’ ଙ୍କୁ ପଚାରିଲେ ଆପଣଙ୍କ ଦେହ କେମିତି ଅଛି ? ମା’ କୁହନ୍ତି ମୋର ତ କିଛି ହୋଇ ନ ଥିଲା ।
ଏହା ପରେ ପଚାରୁ ପଚାରୁ ସବୁ ସତ କଥା ଧରା ପଡିଗଲା । ମୋ ସାଙ୍ଗ ମିଛ କହୁଛନ୍ତି ତା ପରେ ସମ୍ପର୍କ ଭାଙ୍ଗି ଯାଇଥିଲା । ଦିନେ ମୋ ସାଙ୍ଗର ମାମା ହଷ୍ଟେଲ ଆସିଥିଲେ ଆଉ ମୁଁ ଭୁଲରେ ପଚାରି ଦେଇଥିଲି ଆଣ୍ଟି ଆପଣଙ୍କ ଦେହ କେମିତି ଅଛି ଯାହାକୁ ଶୁଣିବା ପରେ ସେ ସକ ହୋଇଗଲେ । ମୋ ଠାରୁ ବି ମୋ ସାଙ୍ଗ ୨ହଜାର ଟଙ୍କା ନେଇଥିଲା । ତ ପରେ ମୋ ସାଙ୍ଗର ମାମା କହିଲେ ତୁମଠୁ ବି ପଇସା ନେଇଛି । ସେଠାରେ ସାଙ୍ଗର ବଏଫ୍ରେଣ୍ଡ ଥିଲା ସେ ବି କହିଲା ମୋ ଠାରୁ ୩ହଜାର ଟଙ୍କା ନେଇଛି ।
ମୁଁ ନିଜେ ହିଁ ମୋ ସାଙ୍ଗର ସମ୍ପର୍କ ଭାଙ୍ଗିଛି । ମୋର ସ୍ଵପ୍ନ ଥିଲା ଏୟାରଫୋର୍ସ ପାଇଁ ଯାହା ପାଇଁ ମୁଁ ବାପାଙ୍କର ବହୁତ ପଇସା ଖର୍ଚ୍ଚ କରି ଦେଇଛି । ଏବେ ଇଚ୍ଛା ଅଛି ଯେଉଁ କ୍ଯାରିୟରରେ ଏବେ ମୁଁ ଅଛି ସେଥିରେ ଆଗକୁ ବଢିବାକୁ ଚାହେଁ । ମୋର ରିୟଲ ନାମ ହେଉଛି ଭାଗ୍ୟଶ୍ରୀ । ମୋତେ ଅଭିନୟ ଆଦୌ ଆସୁ ନ ଥିଲା । ମାତ୍ର ମୁଁ ନିଜର କୋ-ଆର୍ଟିଷ୍ଟ ଏବଂ ଡ଼ିରେକ୍ଟର ପାଇଁ ଆଜିଭଳି ଦିନରେ ଅଭିନୟ କରିପାରୁଛି । ମୁଁ ବାହାରେ ଖାଇବାକୁ ଭଲ ଲାଗେ ନାହି କିନ୍ତୁ ଦେଖିବାକୁ ଭଲ ଲାଗେ ।
ମୋର ସବୁଠୁ ପ୍ରିୟ ହେଉଛନ୍ତି ସୁମନ ପଟ୍ଟନାୟକ ତାଙ୍କ ସହ ମୋର ସମ୍ପର୍କ ବହୁତ ଭଲ । ଆମେ ଦୁହେଁ କାର ରେ ବସି ବି ନାଚିଥାଉ । ମୋତେ କେହି ଭାଗ୍ୟଶ୍ରୀ ଡାକିଲେ ମୁଁ ସକ ହୋଇଯାଏ ତ ପରେ ଭାବେ ମୁଁ ତ୍ରିଶା ଅଛି । ମୋ ସହ ସେଲଫି ନେଲେ ମୁଁ ଗର୍ବ ଅନୁଭବ କରେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।