ଆପେ ଆପ ଖୋଲେ ଏବଂ ବନ୍ଦ ହୁଏ ଶ୍ରୀକୃଷ୍ଣଙ୍କର ଏହି ମନ୍ଦିର, ଆଜି ପର୍ଯ୍ୟନ୍ତ କେହି ଜାଣି ପରି ନାହାନ୍ତି ଏହାର ରହସ୍ୟ- ପଢନ୍ତୁ ସମ୍ପୁର୍ଣ୍ଣ ଖବର

ଭାରତରେ ଏମିତିକା କେତେକ ମନ୍ଦିର ଅଛି ଯାହା ରହସ୍ୟ ଓ ଚମତ୍କାରୀ ଅଟେ, ଏମିତି ଗୋଟେ ମନ୍ଦିର ଭଗବାନ ଶ୍ରୀକୃଷ୍ଣଙ୍କର ବୃନ୍ଦାବନରେ ମଧ୍ୟ ଅଛି । ଏହି ମଦିର ନିଧିବନ ରେ ଉପସ୍ଥିତ ଅଟେ, ଭଗବାନ ଶ୍ରୀ କୃଷ୍ଣଙ୍କର ଏହି ମଦିର ଚମତ୍କାର ବିଷୟରେ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ । ଏହି ମନ୍ଦିର ବିଶେଷତା ଏହା ଅଛି ଯେ ଏହି ମନ୍ଦିର ନିଜ ଇଛା ରେ ଖୋଲେ ଏବଂ ବନ୍ଦ ହୁଏ ।

ମନ୍ଦିରକୁ ଭଗବାନ ଶୟନ ପାଇଁ ଆସନ୍ତି :

 

ଏଠାରେ ପୂଜା କରୁଥିବା ପଣ୍ଡିତଙ୍କ ଅନୁଯାଇ ଭଗବାନ ଶ୍ରୀକୃଷ୍ଣ ଏଠାରେ ଶୟନ ପାଇଁ ଆସନ୍ତି, ମନ୍ଦିର ରେ ଭଗବାନଙ୍କ ପାଇଁ ସେଜ ମଧ୍ୟ କରା ଯାଏ ଏବଂ ସବୁ ପ୍ରକାର ସୁବିଧା ଧ୍ୟାନ ରଖା ଯାଏ । ଯେତେବେଳେ ମନ୍ଦିର ଖୋଲେ ସେତେବେଳେ ସେଜ ଅବସ୍ତା ଦେଖି ଲାଗେ ଯେମିତି କେହି ଜଣେ ସୋଇକି ଉଠିଛନ୍ତି ।

ଲହୁଣୀ ମିଶିରି ଭୋଗ କରା ଯାଏ :

ମନ୍ଦିର ଦ୍ଵିତୀୟ ଚମତ୍କାରୀ କଥା ଏହା ଅଟେ ଯେ ଏଠାରେ ସବୁ ଦିନ ଲହୁଣୀ ଓ ମିଶିରିର ଭୋଗ ବଣ୍ଟା ଯାଏ ଏବଂ ବଞ୍ଚି ଥିବା ଭୋଗ ମନ୍ଦିର ରେ ରଖା ଯାଏ କିନ୍ତୁ ସକାଳ ପର୍ଯ୍ୟନ୍ତ ଭୋଗ କେହି ଜଣେ ସାରି ଦେଇ ଥାଏ । ମାନ୍ୟତା ଅନୁଯାଇ ଭଗବାନ ଶ୍ରୀକୃଷ୍ଣ ସବୁ ଲହୁଣୀ ଓ ମିଶିରି ସେବନ କରନ୍ତି ।

ମନ୍ଦିର ରେ ସନ୍ତ ହରିଦାସ ରାଧା-କୃଷ୍ଣଙ୍କୁ ସାକ୍ଷାତ ପ୍ରକଟ କରିଥିଲେ :

ମାନ୍ୟତା ଅନୁଯାଇ ଏହି ମନ୍ଦିର ରେ ତାନସେନ ଗୁରୁ ସନ୍ତ ହରିଦାସ ନିଜ ଭଜନ ଦ୍ଵାରା ରାଧା-କୃଷ୍ଣଙ୍କର ୟୁଗ୍ମ ରୂପ ସାକ୍ଷାତ ପ୍ରକଟ କରିଥିଲେ । ଲୋକଙ୍କ ଅନୁଯାଇ ଏଠାରେ କୃଷ୍ଣ ଓ ରାଧା ବୁଲିବା ପାଇଁ ଆସନ୍ତି ।

ମନ୍ଦିର ଅନ୍ୟ ରହସ୍ୟ :

ମନ୍ଦିର ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଭଗବାନ ଶ୍ରୀକୃଷ୍ଣ ଓ ରାଧା ଏଠାରେ ରାସଲୀଳା କରନ୍ତି, ଏମିତି କୁହା ଯାଏ ଯେ ଯଦି କୌଣସି ଲୋକ ଭଗବାନଙ୍କର ରସଲୀଳା ଲୁଚିକି ଦେଖି ଦିଏ ତେବେ ସେହି ଲୋକ ପାଗଳ ହୋଇ ଯାଇଥାଏ । ସେହି ଲୋକ ନିଜ ଆଖି ଦ୍ରୁଷ୍ଟି ଶକ୍ତି ହରାଇ ଥାଏ, ସେଥିପାଇଁ ମନ୍ଦିର ପାଖ ଘର ଗୁଡିକ ରେ ଝରକା ନଥାଏ ଏବଂ ଲୋକ ସନ୍ଧ୍ୟା ଆରତୀ ପରେ ମନ୍ଦିରକୁ ଯାନ୍ତିନୀ । ମନ୍ଦିର ପରିସର ରେ ଦୁଇଟି ତୁଲସୀ ଗଛ ଅଛି ରାତିରେ ଏହି ତୁଲସୀ ଗଛ ରାଦ୍ଧାଙ୍କ ଗୋପୀମାନଙ୍କ ରୂପ ରେ ପରିବର୍ତିତ ହୋଇଥାଏ ଏବଂ ରାସଲୀଳା ରେ ଭାଗ ନେଇ ଥାନ୍ତି ।

Leave a Reply

Your email address will not be published. Required fields are marked *