ବିବାହ ସମୟ ରେ କେତେ ରହିବା ଉଚିତ ସ୍ଵାମୀ ଓ ସ୍ତ୍ରୀ ଙ୍କ ବୟସ ରେ ଅନ୍ତର, ଜାଣନ୍ତୁ ନହେଲେ ପରେ ପସ୍ତେଇବାକୁ ପଡିବ

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ବିବାହ ଏମିତି ଏକ ବନ୍ଧନ ଯେ ସମସ୍ତଙ୍କୁ କାହାକୁ ନା କାହାକୁ ଗ୍ରହଣ କରିବା କୁ ପଡ଼ିଥାଏ । ବିବାହ ହେଉଛି ସବୁ ପୁରୁଷ ଓ ସ୍ତ୍ରୀ ର ଜୀବନ ର ନୂଆ ଆରମ୍ଭ , ଯାହା ତାକୁ ଗୋଟେ ଅଲଗା ଦୁନିଆ କୁ ନେଇଯାଇଥାଏ । ଏମିତି ରେ ଦେଖାଯାଏ କେବେ କେବେ ଲୋକେ ପରିବାର ଖୁସି ପାଇଁ ତ କେବେ ସମାଜକୁ ଦେଖେଇବା ପାଇଁ ତ କେବେ ନିଜ ଖୁସି ପାଇଁ ବିବାହ କରିଥାଏ ।

ସମୟ ଲୋକ ଙ୍କ ଭାବନା କୁ ବଦଳେଇ ଦେଇଥାଏ । ଆଜିକାଲି ସମସ୍ତେ ସାଥୀ ବାଛିବା ପୂର୍ବରୁ ସେମାନଙ୍କ ଭିତରେ କେତେ କଣ ଗୁଣ ଖୋଜୁଛନ୍ତି । କିନ୍ତୁ ସବୁଠୁ ବେସୀ ଧ୍ୟାନ ଦିଅନ୍ତି ଯେ ଦୁଇ ଜଣ ଙ୍କ ଭିତରେ ବୟସ ର ପାର୍ଥକ୍ୟ କେତେ ।

ଏଇଟା ମହତ୍ୱପୂର୍ଣ୍ଣ ଯେ ପୁଅ ଝିଅ ଜାଣିବା ଦରକାର ବିବାହ ପାଇଁ ସେମାନଙ୍କ ମଧ୍ୟରେ ବୟସ ର ଅନ୍ତର କେତେ ରହିବା ଉଚିତ ।  ଏ ଧରାପୃଷ୍ଠ ରେ ସବୁ ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କ କୁ ପବିତ୍ର ବୋଲି ମନା ଯାଏ । ଏବଂ ପବିତ୍ରତା କୁ ବଜାୟ ରଖିବା ପାଇଁ ଜରୁରୀ ଯେ ଦୁହେଁ ଦୁହିଁଙ୍କୁ ଭଲ ଭାବରେ ବୁଝିବା ଓ ଭଲ ବନ୍ଧୁ ହେଇ ରହିବା । ଭଲ ସମ୍ପର୍କ ସେତେବେଳେ ସମ୍ଭବ ଯେତେବେଳେ ସେମାନଙ୍କ ମଧ୍ୟ ରେ ବୟସ ରେ କିଛି ଅନ୍ତର ନଥିବ, ସେ ଦିଜଣ ଙ୍କ ଭାବନା ମିଶିବ ଓ ସମ୍ପର୍କ ଲମ୍ବା ସମୟ ଯାଏ ରହିବ ଏବଂ ଅତୁଟ ମଧ୍ୟ ହେବ ।

ଏମିତି ରେ ଦେଖାଯାଏ କି ଯଦି ବଡ଼ ବୟସ ର ମହିଳା ଓ କମ୍ ବୟସ ର ପୁରୁଷ ର ଯଦି କିଛି ବର୍ଷ ର ଅନ୍ତର ଥାଏ ତ ବୈବାହିକ ଜୀବନ ରେ କିଛି ଅସୁବିଧା ହେବନି ହେଲେ ଯଦି ୮ ବା ୧୦ ବର୍ଷ ହୋଇଥାଏ ତ ଦିଜଣ ଙ୍କ ଭାବନା ରେ ବହୁତ ଅଲଗା ଆସିବ ଓ ସମ୍ପର୍କ ରେ ଅଶାନ୍ତି ଲାଗି ରହିବ । ସମସ୍ତେ ଜାଣନ୍ତି ବୟସ ବଢିବା ସହ ଅଲଗା ଅଲଗା ଚ୍ୟାଲେଞ୍ଜ ଆସେ, ହେଲେ ଏ ଜରୁରୀ ଯେ ପାର୍ଟନରଙ୍କୁ ଏକାଠି ହୋଇ ସମସ୍ୟା କୁ ସାମ୍ନା କରିବାକୁ ପଡ଼ିଥାଏ ।

ଯଦି ଆପଣ ଙ୍କ ବୟସ ଠୁ ଅଧିକ ବଡ଼ ଜୀବନସାଥି ମିଳୁଛି ତ ଆପଣଙ୍କ ସମ୍ପର୍କ ରେ କେତେ ଗୁଡିଏ ସମସ୍ୟା ଆସିପାରେ ଓ ଏ ସମ୍ବନ୍ଧ ଅଧିକ ସମୟ ତିଷ୍ଠି ପାରେନି । ତେଣୁ ଯେତେ ବୟସର ଅନ୍ତର କମ ରହିବ ସତେ ଭଲ । ସବୁଠୁ ଭଲ ହେଉଛି ୫ ବର୍ଷର ଅନ୍ତର ।

Leave a Reply

Your email address will not be published. Required fields are marked *