ପେରିୟଡ୍ସର କଷ୍ଟକୁ ଦୂର କରିଥାଏ ଏହି ୪ଯୋଗାସନ, ଜାଣନ୍ତୁ ଏହାକୁ କରିବାର ସହଜ ଉପାୟ

ସବୁ ମହିଳାଙ୍କ ପାଇଁ ମାସର କିଛି ଦିନ ଏମିତି ହୋଇଥାଏ ଯାହା ତାଙ୍କୁ ଜାମାବି ପସନ୍ଦ ହୋଇନଥାଏ । ଆପଣଙ୍କର ବୟସ ଯେତେବି ହେଇଥାଉ , ଆପଣଙ୍କର ଶରୀର ଯେତେବି ସୁସ୍ତ ହେଇଥାଉ କିନ୍ତୁ ମାସିକ ଧର୍ମ ଚକ୍ରର କଷ୍ଟ କୌଣସି ବି ମହିଳାଙ୍କର ଡେଲି ରୁଟିନକୁ ଖରାପ କରିବାର ତାକତ ରଖିଥାଏ । ପ୍ରତି ମାସରେ ମହିଳାଙ୍କୁ ଗୋଟେ ସମୟରେ ପେଟ ଫୁଲିବା ,କଷ୍ଟ ,ମୁଣ୍ଡବିନ୍ଧା ଆଦି ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

ଏହି କଷ୍ଟରୁ ବଞ୍ଚିବା ପାଇଁ ଔଷଧ ବି ଖାଇଥାନ୍ତି । କିନ୍ତୁ ଆପଣ ଏହା ଜାଣି ନଥିବେ କି କିଛି ଯୋଗାସନର ସାହାଯ୍ୟରେ ବି ପିରିୟଡର କଷ୍ଟ ଦୂର କରିପାରିବେ ।

ଆମେ ଆଜି ଆପଣଙ୍କୁ ୪ଟି ଯୋଗାସନ ବିଷୟରେ କହିବୁ ଯାହା ପିରିୟଡର କଷ୍ଟକୁ ଦୂର କରିପାରିବ ।

ଉତ୍ତନାସନ

ପାଦକୁ ଖୋଲି ସମାନ ଦୂରରେ ରଖନ୍ତୁ ଏବଂ ସିଧା ଠିଆ ହୁଅନ୍ତୁ।

ତାହାପରେ ନିଶ୍ଵାସ ନେଇ ଦୁଇ ହାତକୁ ଉପରକୁ ଉଠାନ୍ତୁ ଏବଂ ପୁରା ସିଧା ରଖନ୍ତୁ ।

ଏହାପରେ ନିଶ୍ଵାସ ଛାଡି ଆଗକୁ ନଇଁ ମୁଣ୍ଡକୁ ପାଦରେ ଲଗାନ୍ତୁ ।

ଉପରକୁ ଆସିବା ପାଇଁ ନିଶ୍ଵାସ ନିଅନ୍ତୁ ଏବଂ ଧୀରେ ଧୀରେ ଉଠନ୍ତୁ ।

ବଦ୍ଧ କୋଣାସନ

ପାଦକୁ ଖୋଲି ଆରାମରେ ବସନ୍ତୁ ।

ଏବେ ଆଁଠୁକୁ ମୋଡି ଦୁଇଟି ପାଦର ଗୋଇଠିକୁ ଆଗକୁ ଆଣନ୍ତୁ ।

ଦୁଇ ହାତରେ ଦୁଇ ପାଦର ଆଙ୍ଗୁଠିକୁ ଧରନ୍ତୁ।

ନିଶ୍ଵାସ ନିଅନ୍ତୁ ଏବଂ ନିଜ ଶରୀରକୁ ଆରାମ ଦିଅନ୍ତୁ ଏବଂ ସିଧା ଦେଖନ୍ତୁ ।

ନିଶ୍ଵାସ ଛାଡିବା ସହିତ ନିଜ ଜଙ୍ଘକୁ ତଳକୁ ଦବାନ୍ତୁ ।

ଆପଣଙ୍କ ମେରୁଦଣ୍ଡକୁ ସିଧା ରାଖୀ ଯେତେ ଦୂର ସମ୍ଭବ ନଇଁ ପଡନ୍ତୁ ।

କିଛି ସମୟ ପାଇଁ ଏମିତି ରୁହନ୍ତୁ ,ପୁଣି ପୂର୍ବାବସ୍ତାକୁ ଫେରି ଆସନ୍ତୁ ।

ସୁପ୍ତ ବଦ୍ଧ କୋଣାସନ

ଆପଣଙ୍କ ଗୋଡକୁ ଆଗକୁ କରି ହାତକୁ ଆରାମ ରେ ରଖି ପିଠି ସାହାଯ୍ୟରେ ଶୋଇପଡନ୍ତୁ ।

ଦୁଇ ଗୋଡର ଜଙ୍ଘକୁ ମୋଡନ୍ତୁ ଏବଂ ଦୁଇଟି ପାଦକୁ ଯୋଡନ୍ତୁ ।

ଆପଣ ହାତକୁ ବାହାରକୁ ରଖନ୍ତୁ ଏବଂ ଧୀରେ ଧୀରେ ନିଶ୍ଵାସ ନିଅନ୍ତୁ ଛାଡନ୍ତୁ ।

କିଛି ସମୟ ପର୍ଯ୍ୟନ୍ତ ଏମିତି କରନ୍ତୁ ।

ଏହା ପରେ ପୂର୍ବାବସ୍ତାକୁ ଆସନ୍ତୁ ଏବଂ ଏହି ପ୍ରକ୍ରିୟାକୁ ୫ ରୁ ୧୦ ଥର କରନ୍ତୁ ।

ବାଲାସନ

ଦୁଇଟି ଗୋଡକୁ ମିଶାଇ ଜଙ୍ଘ ବଳରେ ଶୋଇପଡନ୍ତୁ ଏବଂ ହାତକୁ ଆଗକୁ ରଖନ୍ତୁ ।

ନିଶ୍ଵାସ ଛାଡନ୍ତୁ ଏବଂ ଧୀରେ ଧୀରେ ଆଗକୁ ନୁଅନ୍ତୁ ଯେମିତି ଆପଣଙ୍କର ପେଟ ଜଙ୍ଘ ଉପରେ ରହିବା ଦରକାର ।

ହାତକୁ ଆଗକୁ ଆଣି ପାପୁଲିକୁ ତଳେ ଲଗାନ୍ତୁ ।

୨ରୁ ୩ ସେକେଣ୍ଡ ପାଇଁ ନିଶ୍ଵାସ ଭିତରକୁ ଏବଂ ବାହାରକୁ ନିଅନ୍ତୁ ଏବନହ ପୁଣି ସେହି ସ୍ଥିତିକୁ ଫେରି ଆସନ୍ତୁ ।

Leave a Reply

Your email address will not be published. Required fields are marked *