ଯଦି ଏହି ଭୁଲ କରିବେ ତେବେ ଯେତେ ପୂଜା କଲେ ମଧ୍ୟ ଭଗବାନ ଆପଣଙ୍କ ଡାକ ଶୁଣିବେ ନାହିଁ

ଆପଣ ସମସ୍ତେ ଜାଣିଛନ୍ତି ଯେ ଏହି ସୃଷ୍ଟି ନିର୍ମାଣ ଭଗବାନ କରିଥିଲେ, ଏହି ପୃଥିବୀ ରେ ଯାହା ଘଟି ଥାଏ ସବୁ ତାଙ୍କ ଇଚ୍ଛାରୁ ହୋଇଥାଏ ତାଙ୍କ ଇଛା ବିନା ଏଠି ଗୋଟେ ପତ୍ର ବି ହଲେ ନାହିଁ । ଆମେ ଯେତେବେଳେ ଆମ ଜୀବନ ସୁଖମୟ କରିବା ପାଇଁ ଇଛା କରୁ ସେତେବେଳେ ଆମେ ଠାକୁରଙ୍କ ଆଶୀର୍ବାଦ ଓ ସାହାଯ୍ୟ ମାଗି ଥାଉ । ଠାକୁରଙ୍କ ଆଶୀର୍ବାଦ ପାଇଁ ତାଙ୍କୁ ଆଗ ପ୍ରସନ୍ନ କରିବାକୁ ପଡି ଥାଏ, ଠାକୁରଙ୍କୁ ପ୍ରସନ୍ନ କରିବା ପାଇଁ ଆମେ ଠାକୁରଙ୍କ ପୂଜା ଆରାଧନା କରିଥାଉ।

ପୂଜା ସମୟରେ ଏହି ଭୁଲ କେବେ ବି କରନ୍ତୁ ନାହିଁ :

– ମନ ଚଞ୍ଚଳ ହବା:

କେତେକ ଥର ଆମେ ପୂଜା କରିବା ପାଇଁ ଠାକୁରଙ୍କ ସାମ୍ନା ରେ ବସ କିନ୍ତୁ ଆମ ମନ ଅଲଗା ଜାଗା ରେ ଥାଏ । ଏମିତି ସମୟରେ ଠାକୁର ଆପଣଙ୍କ କଥା ଶୁଣନ୍ତି ନାହିଁ, ସେଥିପାଇଁ ପୂଜା କଲା ବେଳେ କେବେ ବି ମନ ଅଲଗା ଜାଗାରେ ରଖନ୍ତୁ ନାହିଁ ଏକାଗ୍ର ହୋଇ ଠାକୁରଙ୍କୁ ଧ୍ୟାନ ଦିଅନ୍ତୁ ।

– କ୍ରୋଧ :

ଯଦି ପ୍ରାର୍ଥନା କଲା ବେଳେ ଆପଣଙ୍କ ମନ ରେ କୌଣସି କଥା ପାଇଁ ରାଗ ଆସୁଛି ତେବେ ସେହି ପୂଜା ଫଳ ଦବ ନାହିଁ । କେତେକ ଥର ଆପଣ ଦେଖିବାକୁ ପାଇଥିବେ ଯେ ଲୋକ ପୂଜା କଲା ବେଳେ ମଧ୍ୟ ନିଜ ଆଖ ପାଖ ଲୋକଙ୍କ ଉପରେ ରାଗି ଥାନ୍ତି ତେବେ ସେହି ପୂଜା ବ୍ୟାର୍ଥ ଅଟେ ସେଥିପାଇଁ ପୂଜା କଲା ବେଳେ କାହା ଉପରେ କ୍ରୋଧ କରନ୍ତୁ ନାହିଁ ।

– ପୂଜା ଦୁର୍ବଳତା :

ପୂଜା ନକରିବା ପାଇଁ ଯିଏ ଲୁଚି ଥାଏ ତା ପ୍ରାର୍ଥନା ଠାକୁର ଶୁଣନ୍ତି ନାହିଁ କାହିଁକିନା ସେ ପୂଜା ନକରିବା ପାଇଁ ଲୁଚୁଛି ତେବେ ତାକୁ ଠାକୁର ସାହାଜ୍ଯ କରନ୍ତି ନାହିଁ ।

– ପୂଜା ଜାଗା ସଫା ନରଖିବା :

ଯେଉଁ ଜାଗା ରେ ଠାକୁରଙ୍କୁ ପ୍ରତିଦିନ ପୂଜା କରା ଯାଏ ସେହି ଜାଗାକୁ ପ୍ରତିଦିନ ସଫା କରିବା ଆବଶ୍ୟକ ଅଟେ । ଯେଉଁ ପୂଜା ସ୍ଥଳ ସଫା ନହୋଇ ଠାକୁରଙ୍କୁ ପୂଜା କରା ଯାଏ ସେହି ପୂଜା ଫଳ ଦିଏ ନାହିଁ, ପୂଜା ସ୍ଥଳ ସଫା ରଖିବା ସହ ମନ୍ଦିର ରେ ଥିବା ପ୍ରତି ମୂର୍ତି ସ୍ନାନ କରେଇବା ଅତ୍ୟନ୍ତ ଆବଶ୍ୟକ ଅଟେ । ଆପଣଙ୍କ ମନ ଭାବ ଦେଖି ଠାକୁର ଆପଣଙ୍କ ସବୁ ଅସୁବିଧା ଦୂର କରି ଥାନ୍ତି, ଓ ଆପଣଙ୍କ ମନୋକାମନା ପୂର୍ଣ ହୋଇ ଯାଏ ।

Leave a Reply

Your email address will not be published. Required fields are marked *