ଆପଣ ଦେଖିଥିବେ କେତେକ ଲୋକ ରାତିରେ ଜୋର ଜୋର ଘୁଙ୍ଗୁଡି ମାରିଥାନ୍ତି, ଅଧିକାଂଶ ଘରେ କେହି ନା କେହି ଘୁଙ୍ଗୁଡି ମାରନ୍ତି । ଏହା ସମସ୍ତଙ୍କ ନିଦକୁ ଭାଙ୍ଗିଥାଏ । ଏମିତିରେ ଘୁଙ୍ଗୁଡି ଏକ ଚିନ୍ତାର କାରଣ ହୋଇଥାଏ କିନ୍ତୁ ଆମେ ଏହାକୁ ହାଲ୍କା ରେ ନେବା ଉଚିତ ନୁହେଁ । ବାପା ଏବଂ ଅଜା ମାନଙ୍କର ଘୁଙ୍ଗୁଡି ତ ଏତେ ଅଧିକ ହୋଇଥାଏ ଯେ ଏହା ସିଂହର ଗର୍ଜନ କୁ ବି ପଛରେ ପକାଇ ଦେଇଥାଏ ।
ଘୁଙ୍ଗୁଡି କଣ ହୋଇଥାଏ ?
ସୋଇଥିବା ସମୟରେ ନିଶ୍ଵାସ ନେବା ସହିତ ଯେତବେଳେ ଜୋର ଶବ୍ଦ ଏବଂ ଭାଇବ୍ରେସନ ହେଇଥାଏ ତାହାକୁ ଘୁଙ୍ଗୁଡି କୁହାଯାଏ । ଘୁଙ୍ଗୁଡିର ଶବ୍ଦ ସେତେବେଳେ ହୋଇଥାଏ, ଯେତବେଳେ ପବନର ବହି ଗଳାର ଥିବା ଗାତରେ ପହଞ୍ଚି କମ୍ପନ ସୃଷ୍ଟି କରିଥାଏ । ଘୁଙ୍ଗୁଡି ନିଶ୍ଵାସ ଭିତରକୁ ନେବା ସମୟରେ ଆସିଥାଏ । ନାକ ବା ମୁହଁ କେଉଁ ଥିରୁ ବି ଘୁଙ୍ଗୁଡିର ଶବ୍ଦ ଆସିଥାଏ ।
କଣ ପାଇ ଆସିଥାଏ ଘୁଙ୍ଗୁଡି ?
ଏମିତି କୁହାଯାଇଥାଏ କି ବହୁତ ଥକି ଯାଇଥିଲେ ଘୁଙ୍ଗୁଡି ଆସିଥାଏ । କିନ୍ତୁ ସୋଇଥିବା ସମୟରେ ନିଶ୍ଵାସ ନେବାରେ ଅସୁବିଧା ହେବା ଘୁଙ୍ଗୁଡିର ମୁଖ୍ୟ କାରଣ ଅଟେ ।
ଏକ ରିପୋଟ ଆନୁସାରେ ନାକ ଏବଂ ଗଲା ର କାରଣରୁ ଘୁଙ୍ଗୁଡି ଆସିଥାଏ । ନିଦରେ ଆମେ ଆମର ବେକର ମାଂସପେଶୀ କୁ ରିଲାକ୍ସ କରିଥାଉ କିନ୍ତୁ କେବେ କେବେ ଏହା ଏତେ ରିଲାକ୍ସ ହୋଇଯାଏ କି ଉପରେ ପବନ ଆସିବା ବନ୍ଦ ହୋଇଯାଇଥାଏ । ଯେତବେଳେ ଏମିତି ହୋଇଥାଏ କି ସେ ବ୍ଯକ୍ତିର ଶରୀରକୁ ଆବଶ୍ୟକ ଅମ୍ଳଜାନ ମିଳିନଥାଏ । ଏମିତି ପରିଷ୍ଟିତିରେ ମତିଷ୍କ ଶରୀରକୁ ଉଠାଇବା ପାଇଁ ସିଗନାଲ ପଠାଇଥାଏ ଏବଂ ଏହି କାରଣରୁ ବି କେତେଥର ଆମ ନିଦ ରାତିରେ ଭାଙ୍ଗି ଯାଇଥାଏ ।
କଣ ପାଇଁ କିଛି ଲୋକ ଘୁଙ୍ଗୁଡି ମାରିଥାନ୍ତି ଏବଂ କିଛି ଲୋକ ଘୁଙ୍ଗୁଡି ମାରି ନଥାନ୍ତି ?
ଯେଉଁ ଲୋକଙ୍କର ଟଂସିଲ ବଢିଯାଇଥାଏ ଏବଂ ଜିଭ ବଡ ହୋଇଥାଏ ସେମାନଙ୍କୁ ଘୁଙ୍ଗୁଡି ଆସିବାର ଅଧିକ ସମ୍ଭାବନା ରହିଥାଏ । ନାକ ଏବଂ ଜିଭର ଆକାର ବି ଘୁଙ୍ଗୁଡିର କାରଣ ହେଇପାରେ । ଏକ ରିପୋର୍ଟ ଅନୁସାରେ ୪୦% ଯୁବକ ଘୁଙ୍ଗୁଡି ମାରିଥାନ୍ତି ।
ଜିଭ ଏବଂ ଗଳାର ମାଂସପେଶୀ ଗୁଡିକ କମଜୋର ହେବା କାରଣରୁ ଝୁଲିବା ପରି ଲାଗିଥାଏ ତେଣୁ ରାସ୍ତାରେ ବାଧା ଆସିଥାଏ । ଏହା ଅଧିକ ଆଲକୋହଲ ବା ନିଦ ବଟିକା ଖାଇବା କାରଣରୁ ହେଇଥାଏ । ଏହା ସହିତ ବୟସ ବଢିବା ରୁ ବି ମାଂସପେଶୀ ଉପରେ ପରଦା ପଡିଥାଏ ।