ବିବାହ! ଏହା ଏମିତି ଏକ ବନ୍ଧନ ଯେଉଁଥିରେ ଦୁଇଟି ମନର ମିଳନ ଜନ୍ମ ଜନ୍ମ ପାଇଁ ହୋଇଥାଏ । ଏହା ଏମିତି ଏକ ସମ୍ପର୍କ ଯାହାକୁ ଆମେ ଦୁନିଆରା ଶ୍ରେଷ୍ଠ ସମ୍ପର୍କ ବୋଲି ମାନିଠାଉ । ହଁ ଏହା ସମ୍ଭବ ଯେ ବିବାହ କିଛି ସମୟ ଲାଗିଯାଏ ନିଜର ଜୀବନସାଥୀକୁ ଭଲ ଭାବେ ବୁଝି ପାରିବା ପାଇଁ । କିନ୍ତୁ ପରେ ଏହି ଯୁଗଳଙ୍କ ମଧ୍ୟରେ ପ୍ରେମ ବୃଦ୍ଧି ହୋଇଥାଏ ଏବଂ ପରସ୍ପରକୁ ମାନସିକ ଭାବେ ବୁଝି ପାରନ୍ତି । କିନ୍ତୁ ବହୁତ ବିବାହ କ୍ଷେତ୍ରରେ ଦେଖାଯାଉଛି ଯେ ବିବାହାର କିଛି ସମୟ ଅତିବାହିତ ହେବା ପରେ ପରସ୍ପର ମଧ୍ୟରେ ପ୍ରେମ କମ ହେବାକୁ ଲାଗେ ଏବଂ ପରେ ସମ୍ପର୍କରେ ଫାଟ ଦେଖା ଯାଇଥାଏ ।
ସମ୍ଭବତଃ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଛୋଟ ମୋଟ ମନ ମାଲିନ ହୋଇଥାଏ କିନ୍ତୁ ଅନେକ ସମୟ ଏହି ଯୁକ୍ତି ତର୍କ ଏତେ ବଢିଯାଥାଏ ଯେ ଯାହାର ପ୍ରଭାବ ସମ୍ପର୍କ ଉପରେ ପଡିଥାଏ ।
ତେଣୁ ପରସ୍ପରକୁ ସର୍ବଦା ଧ୍ୟାନରେ ରଖିବାକୁ ପଡିବ ଯେ ଯେମିତି ସେମାନେ ପରସ୍ପରର ଆତ୍ମସନ୍ମାନ ଓ ପରସ୍ପରର ପରିବାର ଉପରେ ଏମିତି କିଛି ବଚନ ନ କୁହନ୍ତି ଯାହା ମନକୁ ଅତ୍ୟନ୍ତ କଷ୍ଟ ଦେଉଥିବ । ଏମିତି କରିବା ଦ୍ଵାରା ଆପଣଙ୍କ ପ୍ରତି ଥିବା ସାନମାନ ଆପଣଙ୍କ ସାଥି ମନରୁ ଦୂର ହୋଇଯିବ ଏବଂ ଭବିଷ୍ୟତରେ ସମ୍ପର୍କ ତୁଟିବାର ସମ୍ଭାବନା ରହିଥାଏ । ତେଣୁ ଆସନ୍ତୁ ଜାଣିବା ଏମିତି ୪ଟି ବିଷୟରେ ଯାହା ଆପଣ ଆପଣଙ୍କ ସାଥୀକୁ କହିବ ଅନୁଚିତ ହେବ ।
– ତୁମକୁ ବିବାହ କରିବା ମୋ ଜୀବନର ସବୁଠାରୁ ବଡ ଭୁଲ ନିସ୍ପତି ଥିଲା :-
ଅନେକଥର ଏମିତି ହୁଏ ଯେ ପରସ୍ପର କଳହ ସମୟରେ ଅନେକ ଥର କ୍ରୋଧର ବଶବରତି ହୋଇ ଲୋକମାନେ ନିଜର ସାଥୀକୁ ଏହା କହନ୍ତି ଯେ ତୁମକୁ ବିବାହ କରିବା ମୋ ଜୀବନର ସବୁଠାରୁ ବଡ ଭୁଲ ନିସ୍ପତି ଥିଲା । ଆପଣ ଏହି ବାକ୍ୟ କ୍ରୋଧରେ କହିଥିଲେ ମଧ୍ୟ ଏହା ଆପଣଙ୍କ ସାଥୀକୁ ବହୁତ କଷ୍ଟ ଦେଇଥାଏ । ତେଣୁ ଏମିତି ବାକ୍ୟ ନ କହି ସୁସ୍ଥ ମସ୍ତିକରେ ପରସ୍ପର କଳହକୁ ସମାଧାନ କରିବା ଉଚିତ ।
– ତମେ ବହୁତ ସ୍ଵାର୍ଥପର :-
ଅନେକ ଥର ଏହା ପ୍ରତୀତ ହୁଏ ଯେ ଆପଣଙ୍କ ସାଥି ନିଜର ସମସ୍ତ ନିସ୍ପତି ଆପଣଙ୍କ ଉପରେ ଲଦି ଦେଉଛନ୍ତି ଏବଂ ଆପଣ ନିଜର ଇଚ୍ଛା ମୁତବକ କିଛି କରି ପାରୁନାହାନ୍ତି । ତେଣୁ କଳହ ସମୟରେ ଆପଣ କ୍ରୋଧରେ ନିଜର ସାଥୀକୁ ସ୍ଵାର୍ଥପର ବୋଲି ସମ୍ବୋଧନ କରିଥାନ୍ତି, ଯାହା କରିବା ଅନୁଚିତ ହୋଇଥାଏ । ଏମିତି କରିବା ଦ୍ଵାରା ଆପଣଙ୍କ ସାଥୀଙ୍କ ହୃଦୟକୁ କଷ୍ଟ ଦେବା ସହ କଳହ ବୃଦ୍ଧି ପାଇଥାଏ ।
– ମୋର କାର୍ଯ୍ୟ ତୁମଠାରୁ ଅଧିକ ମହତ୍ବପୂର୍ଣ :-
ପ୍ରେମ, ସନ୍ମାନ, ବିଶ୍ଵାସ ଓ ଭାରୋଷା ଏହି ୪ଟି ଜିନିଷ ଗୋଟେ ସମ୍ପର୍କରେ ଅତ୍ୟନ୍ତ ଜରୁରୀ । ତେଣୁ ସର୍ବଦା ଏହି ୪ଟି ଜିନିଷ ଉପରେ ଆପଣଙ୍କୁ ବିଶେଷ ଧ୍ୟାନ ଦେବା ଉଚିତ । ନିଜର କାର୍ଯ୍ୟ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ ହେଇଥାଏ, ସେ ପୁରୁଷ ହେଉ ବା ନାରୀ । କିନ୍ତୁ ପରସ୍ପର ଝଗଡା ସମୟରେ ଏହା କେବେ କହିବା ଉଚିତ ନୁହଁ ଯେ ତୁମଠାରୁ ମୋ କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ ଅଟେ । ଏପରି କହିବା ଦ୍ଵାରା ସାଥିଙ୍କ ମନକୁ ଆଘାତ ଦେଇଥାଏ ।
– ତୁମ ଘରଲୋକ ତୁମକୁ କିଛି ଶିଖାଇ ନାହାନ୍ତି :-
ଜୀବନରେ ଏମିତି କିଛି କାର୍ଯ୍ୟ ରାହିଯାଇଥାଏ ଯାହାକୁ ସମସ୍ତେ ଜାଣି ନଥାନ୍ତି । ଏମିତି ଯଦି ଆପଣଙ୍କ ସାଥି ପକ୍ଷରେ ଦେଖା ଦେଇଥାଏ ତେବେ ଏହା କେବେ ମଧ୍ୟ କୁହନ୍ତୁ ନାହିଁ ଯେ ତୁମର ଘରଲୋକ ତୁମକୁ କିଛି ଶିଖାଇ ନାହାନ୍ତି । ଏପରି କହିବା ଦ୍ଵାରା ତାଙ୍କ ମନକୁ ଅତ୍ୟନ୍ତ କଷ୍ଟ ହୋଇଥାଏ । ତେଣୁ ଏପରି ନ କହି ତାଙ୍କୁ ଏହାକୁ ଅନାଦେଖା କରିବା ସହ ଯଦି ସମ୍ଭବପର ତେବେ ଶିଖାଇବାକୁ ପ୍ରଚେଷ୍ଟା କରନ୍ତୁ, କାରଣ କେହି ସବୁକିଛି ଶିଖିକି ଆସିନଥାନ୍ତି ।