ମା ଲକ୍ଷ୍ମୀ ଠାରୁ ମା କାଳୀ ପର୍ଯ୍ୟନ୍ତ, ଜାଣନ୍ତୁ ହିନ୍ଦୁ ଦେବୀମାନଙ୍କୁ ସ୍ଵପ୍ନ ରେ ଦେଖିବା ଅର୍ଥ କଣ

ଦୁନିଆରେ ଏମିତି କେହି ନଥିବ ଯିଏ କେବେ ସ୍ଵପ୍ନ ଦେଖି ନଥିବ, ସ୍ଵପ୍ନ ଦୁନିଆ ବହୁତ ଅଜବ ହୋଇଥାଏ, ଏଥିରେ ଆପଣଙ୍କୁ କେତେବେଳେ କଣ ଦେଖିବାକୁ ମିଳିଯାଏ ଏହାର କିଛି ସୀମା ନଥାଏ । ଚିକିତ୍ସା ଶାସ୍ତ୍ର ଅନୁଯାଇ ଆପଣଙ୍କୁ ଯେଉଁ ସ୍ଵପ୍ନ ଆସିଥାଏ ତାହା ଆପଣଙ୍କ ମନରେ ଚାଲୁଥିବା ବିଚାର ଅନୁଯାଇ ହୋଇଥାଏ । ତେବେ ସ୍ଵପ୍ନ ଶାସ୍ତ୍ର ଏହାର ବିପରୀତ କହିଥାଏ ତେବେ ସ୍ଵପ୍ନ ଶାସ୍ତ୍ର ଅନୁଯାଇ ସ୍ଵପ୍ନ ସିଧା ପ୍ରଭାବ ଆପଣଙ୍କ ଆସନ୍ତା ଜୀବନ ଭଲ ଓ ଖରାପ ପାରିଥିତି ଭାବରେ ପଡିଥାଏ । ସ୍ଵପ୍ନ ରେ ଦେଖା ଯାଇଥିବା ପ୍ରତି କଥାର ନିଜର ଗୋଟେ ମହତ୍ଵ ଥାଏ, ଏହା ଆପଣଙ୍କ ଆସନ୍ତା ଶୁଭ ଓ ଅଶୁଭ ଖବର ବିଷୟରେ ଆପଣଙ୍କୁ ସଚେତ କରେଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ସ୍ଵପ୍ନରେ ହିନ୍ଦୁ ଦେବୀ ଯେମିତିକି ଦୂର୍ଗା ମା, ଲକ୍ଷ୍ମୀ ମା ଓ ଅନ୍ୟ ଦେବୀଙ୍କ ଆସିବାର ଅର୍ଥ କହିବାକୁ ଯାଉଛୁ ତେବେ ଧ୍ୟାନ ଦେଇ ପଢନ୍ତୁ ।

୧. ସ୍ଵପ୍ନରେ ଯଦି ଦୂର୍ଗା ମା ନାଲି ଷାଡ଼ି ରେ ହସୁଥିବାର ଦେଖା ଯାନ୍ତି ତେବେ ଏହା ବହୁତ ଶୁଭ ସଂକେତ ଅଟେ, ଏହାର ଅର୍ଥ ଆପଣଙ୍କ ଅଟକିଥିବା କାର୍ଯ୍ୟ ଖୁବ ଶୀଘ୍ର ପୂର୍ଣ ହବ, ତେବେ ବେରୋଜଗାର ଲୋକଙ୍କୁ ଚାକିରି ପ୍ରାପ୍ତ ହୋଇପାରେ ଓ ଅବିବାହିତ ଲୋକଙ୍କ ବିବାହ ମଧ୍ୟ ହୋଇପାରେ ।

୨. ଯଦି ଆପଣଙ୍କ ସ୍ଵପ୍ନରେ ମା ଭଗବତୀ ସିଂହ ଉପରେ ବିରାଜମାନ ଦେଖା ଯାନ୍ତି ତେବେ ଏହାର ଅର୍ଥ ଖୁବ ଶୀଘ୍ର ଆପଣଙ୍କ ଖରାପ ସମୟ ସମାପ୍ତ ହବାକୁ ଯାଉଛି, ଏହାର ଅର୍ଥ ବର୍ତମାନ ସ୍ଥିତି ରେ ଆପଣଙ୍କ ଜୀବନରେ ବହୁତ କିଛି ଭଲ ହବାକୁ ଯାଉଛି ।

୩. ଯଦି ଆପଣଙ୍କ ସ୍ଵପ୍ନରେ ଦେବୀ ମା କଳା ବା ଧଳା ବସ୍ତ୍ରରେ ଦେଖା ଯାନ୍ତି ତେବେ ଏହା ଶୁଭ ସଂକେତ ନୁହ, ଏହା ସହ ଦେବୀ ମା କୁ ସ୍ଵପ୍ନରେ କାନ୍ଦିବାର ଦେଖିବା ମଧ୍ୟ ଶୁଭ ସଂକେତ ନୁହ । ଏହାର ଅର୍ଥ ଆପଣଙ୍କ ଖରାପ ସମୟ ଆରମ୍ଭ ହୋଇଯାଇଛି, ଏମିତି ସ୍ଥିତି ରେ ଆପଣଙ୍କୁ ଦେବୀ ମାଙ୍କ ପୂଜା ଆରାଧନା କରିବା ଉଚିତ ଅଟେ ।

୪. ସ୍ଵପ୍ନରେ ମା ଲକ୍ଷ୍ମୀଙ୍କୁ ଦେଖିବା ଅତ୍ୟନ୍ତ ଶୁଭ ଅଟେ, ମା ଲକ୍ଷ୍ମୀ ଧନ ଦେବୀ ଅଟନ୍ତି ଓ ମା କୁ ସ୍ଵପ୍ନରେ ଦେଖିବା ଅର୍ଥ ଆପଣଙ୍କୁ ଖୁବ ଶୀଘ୍ର ଧନ ଲାଭ ହବାକୁ ଯାଉଛି ।

Leave a Reply

Your email address will not be published. Required fields are marked *