ବିବାହ ପରେ ଏମିତି କିଛି କଥା ଯାହା ଆପଣଙ୍କ ବୈବାହିକ ସମ୍ପର୍କରେ ଫାଟ ସୃଷ୍ଟି କରିପାରେ, ଯାହା ପାଇଁ ଆପଣଙ୍କ ପାର୍ଟନର ଆପଣଙ୍କୁ ଛାଡି ମଧ୍ୟ ପାରନ୍ତି

ବିବାହ! ଏହା ଏମିତି ଏକ ବନ୍ଧନ ଯେଉଁଥିରେ ଦୁଇଟି ମନର ମିଳନ ଜନ୍ମ ଜନ୍ମ ପାଇଁ ହୋଇଥାଏ । ଏହା ଏମିତି ଏକ ସମ୍ପର୍କ ଯାହାକୁ ଆମେ ଦୁନିଆରା ଶ୍ରେଷ୍ଠ ସମ୍ପର୍କ ବୋଲି ମାନିଠାଉ । ହଁ ଏହା ସମ୍ଭବ ଯେ ବିବାହ କିଛି ସମୟ ଲାଗିଯାଏ ନିଜର ଜୀବନସାଥୀକୁ ଭଲ ଭାବେ ବୁଝି ପାରିବା ପାଇଁ । କିନ୍ତୁ ପରେ ଏହି ଯୁଗଳଙ୍କ ମଧ୍ୟରେ ପ୍ରେମ ବୃଦ୍ଧି ହୋଇଥାଏ ଏବଂ ପରସ୍ପରକୁ ମାନସିକ ଭାବେ ବୁଝି ପାରନ୍ତି ।  କିନ୍ତୁ ବହୁତ ବିବାହ କ୍ଷେତ୍ରରେ ଦେଖାଯାଉଛି ଯେ ବିବାହାର କିଛି ସମୟ ଅତିବାହିତ ହେବା ପରେ ପରସ୍ପର ମଧ୍ୟରେ ପ୍ରେମ କମ ହେବାକୁ ଲାଗେ ଏବଂ ପରେ ସମ୍ପର୍କରେ ଫାଟ ଦେଖା ଯାଇଥାଏ ।

ସମ୍ଭବତଃ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଛୋଟ ମୋଟ ମନ ମାଲିନ ହୋଇଥାଏ କିନ୍ତୁ ଅନେକ ସମୟ ଏହି ଯୁକ୍ତି ତର୍କ ଏତେ ବଢିଯାଥାଏ ଯେ ଯାହାର ପ୍ରଭାବ ସମ୍ପର୍କ ଉପରେ ପଡିଥାଏ ।

ତେଣୁ ପରସ୍ପରକୁ ସର୍ବଦା ଧ୍ୟାନରେ ରଖିବାକୁ ପଡିବ ଯେ ଯେମିତି ସେମାନେ ପରସ୍ପରର ଆତ୍ମସନ୍ମାନ ଓ ପରସ୍ପରର ପରିବାର ଉପରେ ଏମିତି କିଛି ବଚନ ନ କୁହନ୍ତି ଯାହା ମନକୁ ଅତ୍ୟନ୍ତ କଷ୍ଟ ଦେଉଥିବ । ଏମିତି କରିବା ଦ୍ଵାରା ଆପଣଙ୍କ ପ୍ରତି ଥିବା ସାନମାନ ଆପଣଙ୍କ ସାଥି ମନରୁ ଦୂର ହୋଇଯିବ ଏବଂ ଭବିଷ୍ୟତରେ ସମ୍ପର୍କ ତୁଟିବାର ସମ୍ଭାବନା ରହିଥାଏ । ତେଣୁ ଆସନ୍ତୁ ଜାଣିବା ଏମିତି ୪ଟି ବିଷୟରେ ଯାହା ଆପଣ ଆପଣଙ୍କ ସାଥୀକୁ କହିବ ଅନୁଚିତ ହେବ ।

– ତୁମକୁ ବିବାହ କରିବା ମୋ ଜୀବନର ସବୁଠାରୁ ବଡ ଭୁଲ ନିସ୍ପତି ଥିଲା :-

ଅନେକଥର ଏମିତି ହୁଏ ଯେ ପରସ୍ପର କଳହ ସମୟରେ ଅନେକ ଥର କ୍ରୋଧର ବଶବରତି ହୋଇ ଲୋକମାନେ ନିଜର ସାଥୀକୁ ଏହା କହନ୍ତି ଯେ ତୁମକୁ ବିବାହ କରିବା ମୋ ଜୀବନର ସବୁଠାରୁ ବଡ ଭୁଲ ନିସ୍ପତି ଥିଲା । ଆପଣ ଏହି ବାକ୍ୟ କ୍ରୋଧରେ କହିଥିଲେ ମଧ୍ୟ ଏହା ଆପଣଙ୍କ ସାଥୀକୁ ବହୁତ କଷ୍ଟ ଦେଇଥାଏ । ତେଣୁ ଏମିତି ବାକ୍ୟ ନ କହି ସୁସ୍ଥ ମସ୍ତିକରେ ପରସ୍ପର କଳହକୁ ସମାଧାନ କରିବା ଉଚିତ ।

– ତମେ ବହୁତ ସ୍ଵାର୍ଥପର :-

ଅନେକ ଥର ଏହା ପ୍ରତୀତ ହୁଏ ଯେ ଆପଣଙ୍କ ସାଥି ନିଜର ସମସ୍ତ ନିସ୍ପତି ଆପଣଙ୍କ ଉପରେ ଲଦି ଦେଉଛନ୍ତି ଏବଂ ଆପଣ ନିଜର ଇଚ୍ଛା ମୁତବକ କିଛି କରି ପାରୁନାହାନ୍ତି । ତେଣୁ କଳହ ସମୟରେ ଆପଣ କ୍ରୋଧରେ ନିଜର ସାଥୀକୁ ସ୍ଵାର୍ଥପର ବୋଲି ସମ୍ବୋଧନ କରିଥାନ୍ତି, ଯାହା କରିବା ଅନୁଚିତ ହୋଇଥାଏ । ଏମିତି କରିବା ଦ୍ଵାରା ଆପଣଙ୍କ ସାଥୀଙ୍କ ହୃଦୟକୁ କଷ୍ଟ ଦେବା ସହ କଳହ ବୃଦ୍ଧି ପାଇଥାଏ ।

– ମୋର କାର୍ଯ୍ୟ ତୁମଠାରୁ ଅଧିକ ମହତ୍ବପୂର୍ଣ :-

ପ୍ରେମ, ସନ୍ମାନ, ବିଶ୍ଵାସ ଓ ଭାରୋଷା ଏହି ୪ଟି ଜିନିଷ ଗୋଟେ ସମ୍ପର୍କରେ ଅତ୍ୟନ୍ତ ଜରୁରୀ । ତେଣୁ ସର୍ବଦା ଏହି ୪ଟି ଜିନିଷ ଉପରେ ଆପଣଙ୍କୁ ବିଶେଷ ଧ୍ୟାନ ଦେବା ଉଚିତ । ନିଜର କାର୍ଯ୍ୟ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ ହେଇଥାଏ, ସେ ପୁରୁଷ ହେଉ ବା ନାରୀ । କିନ୍ତୁ ପରସ୍ପର ଝଗଡା ସମୟରେ ଏହା କେବେ କହିବା ଉଚିତ ନୁହଁ ଯେ ତୁମଠାରୁ ମୋ କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ ଅଟେ । ଏପରି କହିବା ଦ୍ଵାରା ସାଥିଙ୍କ ମନକୁ ଆଘାତ ଦେଇଥାଏ ।

– ତୁମ ଘରଲୋକ ତୁମକୁ କିଛି ଶିଖାଇ ନାହାନ୍ତି :-

ଜୀବନରେ ଏମିତି କିଛି କାର୍ଯ୍ୟ ରାହିଯାଇଥାଏ ଯାହାକୁ ସମସ୍ତେ ଜାଣି ନଥାନ୍ତି । ଏମିତି ଯଦି ଆପଣଙ୍କ ସାଥି ପକ୍ଷରେ ଦେଖା ଦେଇଥାଏ ତେବେ ଏହା କେବେ ମଧ୍ୟ କୁହନ୍ତୁ ନାହିଁ ଯେ ତୁମର ଘରଲୋକ ତୁମକୁ କିଛି ଶିଖାଇ ନାହାନ୍ତି । ଏପରି କହିବା ଦ୍ଵାରା ତାଙ୍କ ମନକୁ ଅତ୍ୟନ୍ତ କଷ୍ଟ ହୋଇଥାଏ । ତେଣୁ ଏପରି ନ କହି ତାଙ୍କୁ ଏହାକୁ ଅନାଦେଖା କରିବା ସହ ଯଦି ସମ୍ଭବପର ତେବେ ଶିଖାଇବାକୁ ପ୍ରଚେଷ୍ଟା କରନ୍ତୁ, କାରଣ କେହି ସବୁକିଛି ଶିଖିକି ଆସିନଥାନ୍ତି ।

Leave a Reply

Your email address will not be published. Required fields are marked *