ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଯେଉଁ ଦିନ, ସମୟରେ ଆମ ଜନ୍ମ ହୋଇଥାଏ ସେହି ସମୟ ଆମ ଜାତକ ପାଇଁ ମହତ୍ଵପୂର୍ଣ ହୋଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଯେଉଁ ମନୀଷ ଜନ୍ମ ବାର, ସମୟ କିଛି ଜଣା ନଥାଏ ତାଙ୍କର ମଧ୍ୟ ଜାତକ ହୋଇଥାଏ କିନ୍ତୁ ତାହା ନିଶ୍ଚିତ ହୋଇନଥାଏ, ତେବେ ଯେଉଁ ବାରରେ ଆପଣ ଜନ୍ମ ହୋଇଥାନ୍ତି ତାହାର ମଧ୍ୟ ରହସ୍ୟ ଅଛି ଯାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ସେଥିପାଇଁ ଧ୍ୟାନ ଦେଇ ଆମ କଥା ଶୁଣନ୍ତୁ । ଜ୍ଯୋତିଷ ଶସ୍ତ୍ର ଅନୁଯାଇ ଯେଉଁ ପର୍ଯ୍ୟନ୍ତ ସୂର୍ଯ୍ୟ ଉଦୟ ହୋଇନଥାନ୍ତି ସେପରଜନ୍ତ ଆର ଦିନ ହୋଇନଥାଏ ସେଥିପାଇଁ ରାତି ବା ୪ଟା ସକାଳ ପୂର୍ବରୁ ଯେଉଁ ଛୁଆ ଜନ୍ମ ହୋଇଥାନ୍ତି ସେ ଆର ଦିନର ହୋଇଥାନ୍ତି ।

ସୋମବାର :
ସୋମବାର ଗ୍ରହ ହୋଇଥାନ୍ତି ଚନ୍ଦ୍ରମା ତେବେ ଏହି ଦିନ ଜନ୍ମ ହୋଇଥିବା ଲୋକଙ୍କ ଉପରେ କର୍କ ରାଶି ର ମଧ୍ୟ ପ୍ରଭାବ ପଡିଥାଏ ଏହା ଛଡା ଏହି ଲୋକ ବହୁତ ଭଉକ ସ୍ଵଭାବର ହୋଇଥାନ୍ତି ଏହି ଭଳି ଲୋକ ନିଜ ଜୀବନରେ ବହୁତ ଆଗକୁ ବଢିଥାନ୍ତି । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ସ୍ଵଭାବରେ ବହୁତ ସରଳ ହୋଇଥାନ୍ତି, ଏହି ଭଳି ଲୋକଙ୍କ ଉପରେ ଆପଣ ଆଖି ବନ୍ଦ କରି ଭରସା କରି ପାରିବେ ।
ମଙ୍ଗଳବାର :
ମଙ୍ଗଳବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଗ୍ରହ ମଙ୍ଗଳ ହୋଇଥାନ୍ତି, ଏହି ବ୍ୟକ୍ତି ଜୀବନ ସାରା ବହୁତ ଯୋଷିଲା ହୋଇଥାନ୍ତି, ଏହି ଭଳି ବ୍ୟକ୍ତି କୌଣସି କାମ କାଲି ପାଇଁ ଛାଡନ୍ତି ନାହିଁ, ଆଜି କାମ ଆଜି କରିବା ପସନ୍ଦ କରନ୍ତି । ଏହା ଛଡା ମଙ୍ଗଳବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ନିଷ୍ପତ୍ତି ନବାରେ ବହୁତ ଆଗରେ ହୋଇଥାଏ ।

ବୁଧବାର :
ଯେଉଁ ଲୋକ ମାନେ ବୁଧବାର ଦିନ ଜନ୍ମ ହୋଇଥାନ୍ତି ତେବେ ସେହି ଲୋକ ବହୁତ ଭାଗ୍ୟଶାଳି ହୋଇଥାନ୍ତି, ଏହି ଭଳି ଲୋକ ଏତେ ଭାଗ୍ୟଶାଳି ହୋଇଥାନ୍ତି ଯେ ତାଙ୍କ ଆଖ ପାଖ ଲୋକଙ୍କ ଉପରେ ମଧ୍ୟ ତାଙ୍କ ଭଲ ଭାଗ୍ୟ ପ୍ରଭାବ ପଡିଥାଏ ଓ ସମସ୍ତେ ବହୁତ ଖୁସିରେ ରୁହନ୍ତି ଏହା ଛଡା ଏହି ଲୋକ ବହୁତ ଶାନ୍ତ ଏବଂ ଭଲ ସ୍ଵଭାବ ର ହୋଇଥାନ୍ତି ।
ଗୁରୁବାର :
ଗୁରୁବାର ଦିନ ଜନ୍ମ ହୋଇଥିବା ଲୋକ ବୃହସ୍ପତି ଗ୍ରହ ଦ୍ଵାରା ପ୍ରଭାବିତ ହୋଇଥାନ୍ତି, ଯେଉଁ ବ୍ୟକ୍ତି ଗୁରୁବାର ଦିନ ଜନ୍ମ ହୋଇଥାଏ ଏହି ବ୍ୟକ୍ତି ଭାଗ୍ୟ ର ବହୁତ ବଳବାନ ହୋଇଥାଏ ।

ଶୁକ୍ରବାର :
ଶୁକ୍ରବାର ଦିନ ଜନ୍ମ ହୋଇଥିବା ଲୋକଙ୍କ ଗ୍ରହ ଶୁକ୍ର ହୋଇଥାନ୍ତି ଯାହା ଗ୍ରହ ମାନଙ୍କ ମଧ୍ୟରେ ସବୁଠାରୁ ଶୁଭ ହୋଇଥାନ୍ତି, ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ପାଖରେ କେବେ ଧନ କମି ନଥାଏ, ଏହି ଭଳି ଲୋକ ଟଙ୍କା ପାଇବା ପାଇଁ କିଛି ପରିଶ୍ରମ ନକଲେ ମଧ୍ୟ ତାଙ୍କୁ କେବେ ଆର୍ଥିକ ସମସ୍ଯା ଦେଖିବାକୁ ପଡିନଥାଏ ଏହା ତାଙ୍କ ଭାଗ୍ୟ ଦ୍ଵାରା ହୋଇଥାଏ ।
ଶନିବାର :
ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଗ୍ରହ ଶନି ହୋଇଥାନ୍ତି ଏହି ଭଳି ଲୋକଙ୍କୁ ଜୀବନରେ ସାବଧାନ ରହିବା ଉଚିତ ଅଟେ । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ସ୍ଵଭାବରେ ବହୁତ ଗମ୍ଭୀର ହୋଇଥାନ୍ତି ।
ରବିବାର :
ରବିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଗ୍ରହ ସୂର୍ଯ୍ୟ ହୋଇଥାନ୍ତି, ତେବେ ଏହି ଲୋକଙ୍କ ଜୀବନରେ ସବୁକିଛି ଭଲ ହୋଇଥାଏ କିନ୍ତୁ ନିଜ ନିଷ୍ପତ୍ତି ଉପରେ ଧ୍ୟାନ ରଖିବା ଉଚିତ ।