ଆପଣ ମାନେ ଆଚାର୍ଯ୍ୟ ଚାଣକ୍ୟ ବିଷୟରେ ବହୁତ କିଛି ଜାଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଏହା ସ୍ପଷ୍ଟ ଭାବରେ କହିବା ପାଇଁ ଚାହୁଞ୍ଚୁ ଯେ ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ଜ୍ଞାନରେ ସେହି କଥା ଲେଖିଛନ୍ତି ଯାହା ମଣିଷ ଜୀବନରେ ପ୍ରାୟତଃ ଘଟିଥାଏ ବା ମଣିଷ ଯେଉଁ ପରିସ୍ଥିତି ସାମ୍ନା କରିଥାଏ । ତେବେ ଆଜି ଆମେ ଆଚାର୍ଯ୍ୟ ଚାଣକ୍ୟ ଦ୍ଵାରା କୁହା ଯାଇଥିବା ୩ଟି କଥା ବିଷୟରେ କହିବାକୁ ଯାଉଛୁ ଯାହା ଅନୁଯାଇ ଜଣେ ବ୍ୟକ୍ତି ଜ୍ଞାନୀ ଓ ଧନୀ ହୋଇପାରିବ, ତେବେ ଆସନ୍ତୁ ଜାଣିବା ଏହି କଥା ଗୁଡିକ ବିଷୟରେ ।

୧. କେତେବେଳେ କଣ କହିବା ଉଚିତ :
ଆଚାର୍ଯ୍ୟ ଚାଣକ୍ୟ କହିଥିଲେ ଯେଉଁ ବ୍ୟକ୍ତି କଥା କହିବା ଜାଣିଥାଏ ତା ଜୀବନରେ କୌଣସି ପ୍ରକାର ଦୁଃଖ ଆସିନଥାଏ । ତେବେ ଏହାର ଅର୍ଥ କେତେବେଳେ କାହା ଆଗରେ କଣ କହିବା ଉଚିତ ତାହା ମଣିଷକୁ ଜାଣିବା ଉଚିତ ଏହା ଛଡା ଆଚାର୍ଯ୍ୟ ଚାଣକ୍ୟ କହିଥିଲେ ଯେଉଁ ବ୍ୟକ୍ତି ମୂର୍ଖ ହୋଇଥାନ୍ତି ସେ କେଉଁ ଜାଗାରେ କଣ କହିବା ଜାଣନ୍ତି ନାହିଁ ଓ ଭଲ ସଭାରେ ମଧ୍ୟ ଅପଶବ୍ଦ ବ୍ୟବହାର କରିଥାନ୍ତି । ତେବେ ଏହି ଭଳି ଲୋକଙ୍କୁ କେବେ ସଫଳତା ପ୍ରାପ୍ତ ହୋଇନଥାଏ ଓ ଏହି ଭଳି ବ୍ୟକ୍ତିଙ୍କୁ କେହି ସମ୍ମାନ କରନ୍ତି ନାହିଁ ।

୨. କାହା ସହ ପ୍ରେମ କରିବା ଉଚିତ :
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯେଉଁ ବ୍ୟକ୍ତି କାର୍ଯ୍ୟ ସମୟରେ ପ୍ରେମ କରିଥାଏ ଓ ନିଜ ଜୀବନରେ ଅନ୍ୟ କାର୍ଯ୍ୟ ଛାଡି କେବଳ ପ୍ରେମ କରିଥାଏ ସେହି ଲୋକ ମୂର୍ଖ ହୋଇଥାଏ କାହିଁକିନା ସେହି ଲୋକ ନିଜ ଜୀବନରେ ସବୁକିଛି ହରାଇଥାଏ ଓ ଅନ୍ତିମରେ ଯାହାକୁ ଭଲ ପାଇଥାଏ ତାହାକୁ ମଧ୍ୟ ହରାଇଥାଏ। ତେବେ ମଣିଷକୁ ବାହାର ସୁନ୍ଦରତା ନଦେଖି ଭିତର ସୁନ୍ଦରତା ଦେଖିବା ଉଚିତ ନଚେତ ଆପଣଙ୍କ ଜୀବନ ନର୍କ ହୋଇଥାଏ ।

୩. କାହା ଉପରେ କ୍ରୋଧ କରିବା ଉଚିତ :
ତେବେ ମଣିଷକୁ ଏହା ଜାଣିବା ଉଚିତ ଯେ ମଣିଷକୁ କେଉଁ ସ୍ଥାନରେ ରାଗ କରିବା ଉଚିତ । ବିନା କାରଣ ଓ ବିନା ଭୁଲରେ କାହା ଉପରେ କ୍ରୋଧ କଲେ ମଣିଷ ମାନ ସମ୍ମାନ ନଷ୍ଟ ହୋଇଥାଏ । ମଣିଷକୁ ନିଜ ଉପରେ ନିୟନ୍ତ୍ରଣ ରଖିବା ଉଚିତ କାହିଁକିନା ଏହା ଦ୍ଵାରା ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ଓ ଅତ୍ୟଧିକ କ୍ରୋଧ କଲେ ସମ୍ପର୍କ ମଧ୍ୟ ନଷ୍ଟ ହୋଇଥାଏ ତେବେ କାନ୍ଦିବା ପାଇଁ ମଧ୍ୟ କେହି ନଥାନ୍ତି ସେଥିପାଇଁ ମଣିଷକୁ ନିଜ ଉପରେ ନିୟନ୍ତ୍ରଣ ରଖିବା ଉଚିତ । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।