ଘରର ଏହି ସ୍ଥାନରେ ରଖା ଯାଇଥିବା କଇଁଛ ଆପଣଙ୍କ ଭାଗ୍ୟ ବଦଳାଇଥାଏ

ଆପଣ ମାନେ ସମସ୍ତେ ବାସ୍ତୁ ଶାସ୍ତ୍ର ବିଷୟରେ ବହୁତ ଭଲ ଭାବରେ ଜାଣିଥିବେ ତେବେ ବାସ୍ତୁ ଶାସ୍ତ୍ର ଅନୁଯାଇ ଯଦି କୌଣସି ବ୍ୟକ୍ତି କାମ କରିଥାଏ ତେବେ ଆପଣଙ୍କ ଜୀବନରେ ବହୁତ ଭଲ ଓ ସୁଖମୟ ପରିବର୍ତନ ଦେଖିବାକୁ ମିଳିଥାଏ କିନ୍ତୁ ଯଦି ଆପଣ ବାସ୍ତୁ ଅନୁଯାଇ ଜିନିଷ ରଖନ୍ତି ନାହିଁ ତେବେ ଆପଣଙ୍କୁ ଏହାର କୁପ୍ରଭାବ ଦେଖିବାକୁ ମିଳିଥାଏ ଯାହା ଆପଣଙ୍କ ଜୀବନ ବଦଳିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାଇ କାମ କରୁଥିବା ବ୍ୟକ୍ତି ଧନବାନ ହୋଇଥାଏ ଓ ଏହାର ଓଲଟା କରୁଥିବା ବ୍ୟକ୍ତି ନିଜର ସବୁକିଛି ହରାଇଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ କଥା କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ଅଟେ ।

Image Courtesy: Google

ଆପଣ ମାନେ ଏହା ଜାଣିଛନ୍ତି ଯେ କଇଁଚ ଘରେ ରଖିବା ବହୁତ ଶୁଭ ହୋଇଥାଏ, ତେବେ ଶାସ୍ତ୍ର ଅନୁଯାଇ, କଇଁଚ ତାମ୍ବା, ପିତଳ, ଚାନ୍ଦି ବା କାଠ ସବୁ ଜିନିଷ ର ଆପଣ ରଖିପାରିବେ ସେଥିରେ କିଛି ଅସୁବିଧା ନାହିଁ କିନ୍ତୁ ଏହା ପାଇଁ ବାସ୍ତୁ ଶାସ୍ତ୍ର ବହୁତ ଆବଶ୍ୟକ ଅଟେ । ଯଦି ଆପଣ ନିଜ ଘରେ କଇଁଚ ରଖିବା ପାଇଁ ଇଛା କରୁଛନ୍ତି ତେବେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ଅନୁଯାଇ କଇଁଚ ରଖିବା ଉଚିତ ଯାହା ଦ୍ଵାରା ଆପଣଙ୍କ ଘରେ ଉନ୍ନତି ଆସିଥାଏ ।

Image Courtesy: Google

ଆର୍ଥିକ ସମସ୍ଯା :

ଯଦି ଆପଣଙ୍କ ଘରେ ଆର୍ଥିକ ସ୍ଥିତି ଖରାପ ଅଛି ତେବେ ଆପଣଙ୍କୁ କୌଣସି ଧାତୁ କଇଁଚ ନିଜ ଘରେ ଆଣି ପୂର୍ବ ଉତ୍ତର ବା ଉତ୍ତର ପଶ୍ଚିମ ଦିଗରେ ରଖିବା ଉଚିତ । କାହିଁକିନା କଇଁଚ ବହୁତ ଶୁଭ ହୋଇଥାଏ ଆପଣ ଘରେ ବା କାର୍ଯ୍ୟ ସ୍ଥଳରେ ଏହି ଦିଶାରେ କଇଁଚ ରଖନ୍ତୁ ଦେଖନ୍ତୁ ଆପଣଙ୍କୁ କେତେ ଲାଭ ପ୍ରାପ୍ତ ହେଉଛି ।

Image Courtesy: Google

କାର୍ଯ୍ୟ ସଫଳତା :

ଯଦି ଆପଣଙ୍କ କାର୍ଯ୍ୟ ଭଲ ଭାବରେ ହେଉ ନାହିଁ ବା ସରଳ କାମ ମଧ୍ୟ ଅସୁବିଧାପୂର୍ଣ ହେଉଛି ତେବେ ଆପଣଙ୍କୁ ମାଟି କଇଁଚ ଘରେ ଆଣିବା ଉଚିତ, ମାଟି କଇଁଚ ପଶ୍ଚିମ ବା ଦକ୍ଷିଣ ଦିଶା ଘରେ ବା କାର୍ଯ୍ୟ ସ୍ଥଳରେ ରଖିବା ଉଚିତ ଆପଣଙ୍କ ସବୁ କାର୍ଯ୍ୟ ପୂର୍ଣ ହବ ।

ଜୀବନ ସଫଳତା :

ଯଦି ଆପଣାଙ୍କ ଜୀବନରେ ସବୁ କିଛି ଅସୁବିଧା ପୂର୍ଣ ଅଛି ଓ ଆପଣଙ୍କ ସବୁ ଜୀବନରେ ସଫଳତା ପ୍ରାପ୍ତି ପାଇଁ କାଠ କଇଁଚ ପୂର୍ବ ଦିଶାରେ ରଖିବା ଉଚିତ ଏହା ଦ୍ଵାରା ଆପଣଙ୍କ ଜୀବନରେ ସବୁକିଛି ଭଲ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *