ବଙ୍ଗୋପ ସାଗରରେ ଦାନ ବାନ୍ଧୁଛି ଆଉ ଏକ ବାତ୍ୟା, ଦେଖନ୍ତୁ କଣ ରହିଛି ଏହାର ପ୍ରଭାବ

ସବୁ ବର୍ଷ ଓଡ଼ିଶାକୁ ବାତ୍ୟା ଆସୁଛି, ପୁଣି ଏହି ମାସର ଦିତୀୟ ସପ୍ତାହରେ ବାତ୍ୟା ଆସିପାରେ । ଚିନ୍ତା ବଢାଇଲାଣି ବାତ୍ୟା, ଆଣ୍ଡାମନ ସାଗରରେ ଦାନ ବନ୍ଧୁଛି ବାତ୍ୟା । କିନ୍ତୁ ବାତ୍ୟାର ଗତି କେତେ ରହିବ ଓ କେତେ ଶକ୍ତିଶାଳୀ ହେବ, ଓଡିଶା ଉପରେ ତାର ପ୍ରଭାବ କଣ ହେବ ତାହା ଜଣା ପଡି ନାହିଁ । ବାତ୍ୟାର ସ୍ଥିତି ଓଡିଶା ପାଇଁ ଅନୁକୂଳ ନୁହେଁ କିନ୍ତୁ ବାତ୍ୟାକୁ ଏଡାଇ ଦିଆଯାଇ ପାରିବ ନହିଁ ।

ତେଣୁ ବାତ୍ୟାକୁ ନେଇ ଆଶଙ୍କା କରାଯାଉଛି ଓ ବାତ୍ୟାକୁ ଏଡାଇ ଦିଆଯାଇ ପରିବନି ବୋଲି କୃଷି ବୈଜ୍ଞାନିକ ସୁରେନ୍ଦ୍ର ନାଥ ପଶୁପାଳ କହିଛନ୍ତି । ପାଣିପାଗ ନିର୍ଦେଶକଙ୍କ ଅନୁଯାଇ ୯ ତାରିଖ ବେଳକୁ କେମିତି ରହିବ ପରିସ୍ଥିତି ଜଣା ପଡିଯିବ ।

ଏହା ଘନିଭୂତ ହୋଇ ଉତ୍ତର- ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର ଆଡକୁ ଗତି କରିବ । ସେଥିପାଇଁ ଓଡିଶା ଉପକୂଳ, ଆଭ୍ୟାନ୍ତରୀଣ ଓ ଦକ୍ଷିଣ ଓଡିଶାରେ ବହୁତ ବର୍ଷା ହେବ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ।ଏପଟେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଲାଗି ଆସନ୍ତା ୪୮ ଘଣ୍ଟା ଧରି ଢାଳିବ ବର୍ଷା ।

ଆସନ୍ତା ୨୪ ଘଣ୍ଟା ପାଇଁ ନବରଙ୍ଗ ପୁର, ରାୟଗଡା, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ସୋନପୁର, ନୂଆପଡା, ବଲାଙ୍ଗୀରି, ଅନୁଗୁଳ, କେନ୍ଦୁଝର, ରାୟଗଡା, ସମ୍ବଲ ପୁର ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାକୁ ଆଖି ଆଗରେ ରଖି ୧୩ ଟି ଜିଲାରେ ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ୭ ତାରିଖ ପରେ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *