ଯେଉଁ ଭଳି ଭଲ ଖାଦ୍ୟ, ପାନୀୟ ଓ ଭଲ ପବନର ଆବଶ୍ୟକ ରହେ ସ୍ୱାସ୍ଥ୍ୟ ପାଇଁ ସେହିଭଳି ଶରୀର ପାଇଁ ଖୁସି ରହିବା ନିହାତି ଦରକାର ସେଥିପାଇଁ ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବା ପାଇଁ ହସର ବହୁତ ଆବଶ୍ୟକ ହୋଇଥାଏ ।
ଯଦି ଆପଣ ସକାଳେ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିବେ ତ ଆପଣଙ୍କୁ କୌଣସି ପ୍ରକାର ରୋଗ ଛୁଇଁ ପାରିବ ନାହିଁ । ସେ ମାନସିକ ରୋଗ ହେଉ କି ଶାରୀରିକ ଆପଣଙ୍କ ପାଖକୁ ବି ଆସିପାରିବ ନାହିଁ ।

୧. ଝିଅ : ମୋ ଗୋଡ ଫ୍ୟାକଛାଡ଼ ହୋଇଯାଇଛି ।
ପୁଅ : ଓଃ କେମିତି କେବେ ?
ଝିଅ : ମୁଁ ଛାତରୁ ଗଳି ପଡିଲି ।
ପୁଅ : ତମେ କେମିତି ଛାତରୁ ଗଳି ପଡିଲ ତମେ ବା ବାପାଙ୍କ ପରି ଉଡି ଗଲନି ।
୨. ଟିଚର : ଏମିତି କୌଣସି ବ୍ୟବସାୟ କୁହ ଯାହା କୌଣସି ଜାଗାରେ ବି ଚାଲି ପାରେ ?
ଷ୍ଟୁଡେଣ୍ଟ : ମଦ ବ୍ୟାପାର ଏଇ ବେପାର ମସାଣିରେ ମଧ୍ୟ ଖୋଲିଲେ ବେପାର ହବ ।

୩. ସ୍ତ୍ରୀ, ବସ ଆଉ ମୋଦୀଙ୍କ ମଧ୍ୟରେ ସମାନତା କଣ ?
ତିନି ଜଣ କେବଳ ନିଜ କଥା କୁହନ୍ତି ଆମ କଥା କେହି ଶୁଣନ୍ତି ନାହିଁ ।
୪. ଝିଅ ପାଖରେ ଠିଆ ହେଲେ ପୁରୁଷ ବଡରୁ ବଡ ଦରଜ ସହି ଯାଇଥାଏ ।
୫. ଟିଚର : ବୀରବଲ କିଏ ଥିଲେ ?
ପପୁ : ଜାଣି ନି ସର ।
ଟିଚର : ପାଠରେ ଧ୍ୟାନ ଦେଲେ ଜଣା ରହିବ ।
ପପୁ : ସର, ପ୍ରମୋଦ, ବିକ୍କି, ଗୋରବ କିଏ ?
ଟିଚର : ମୁଁ କେମିତି ଜାଣିବି ।
ପପୁ : ଝିଅ ଉପରେ ଧ୍ୟାନ ଦେଲେ ଜାଣି ପାରିବେ ।

୫. କହୁଥିଲା ତମ ପ୍ରେମରେ ସବୁ ଦରଜ ସହିଜୀବୀ ।
ମୁଁ ବି ଗରମ ଛାଞ୍ଚୁଡି ତା ହାତରେ ଲଗେଇଦେଲି ଦୁଇ ଦିନ ହେଲାଣି କଥା ବାର୍ତା ବନ୍ଦ ଅଛି ।
୬. କିଛି ଝିଅମାନେ ଏମିତି ହୋଇଥାନ୍ତି ଯିଏ ହଳଦୀ, ଲୁଣ ଓ ପିଆଜ କିଣିବାକୁ ବି ଶପିଙ୍ଗ କୁହନ୍ତି ।
୭. ସ୍ତ୍ରୀ : ମୁଁ ଯାହା କାମ କରେ ତାହା କରିବାରେ ପୁରା ବୁଡି ଯାଏ ।
ସ୍ଵାମୀ : ଭଲ, ତାହେଲେ କେବେ କୂଅରେ ପାଣି ଭର୍ତ୍ତି କରି ଆଣ ।
୮. ପୁଅ : ମତେ ବାହା ହେଇ ଯାଅ ।
ଝିଅ : କାହିଁକି ?
ପୁଅ : ମୋ ବାପା ଗାଁର ସବୁଠାରୁ ବଡ ଲୋକ ।
ବିବାହ ପରେ ଝିଅକୁ ଜଣା ପଡିଲା ଯେ ପୁଅ ବାପା ବୟସ ୧୧୨ ବର୍ଷ ଅଟେ ସେଥିପାଇଁ ସେ ଗାଁର ସବୁଠାରୁ ବଡ ଲୋକ ଅଟନ୍ତି ।