ଧନ୍ତେରସ କାର୍ତ୍ତିକ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଦିନ ପାଳନ କରାଯାଏ । ଯେମିତି ଧନ ତ୍ରୟୋଦଶୀ ବା ଧନବନ୍ତରିଜୟନ୍ତୀ ନାମରେ ମଧ୍ୟ କୁହାଯାଏ । ସୂଚନା ଅନୁସାରେ ଏହି ଦିନରେ ଆୟୁର୍ବେଦିକ ଚିକିତ୍ସା ପଦ୍ଧତିକୁ ଜଣନ ଭଗବାନ ଧନ୍ବନ୍ତାରି ଭଗବାନ ସମୁଦ୍ର ମନ୍ଥନରୁ ଅମୃତ କଳସ ସହିତ ଆବିର୍ଭାବ ହୋଇଥିଲେ ।
ଏହି କାରଣରୁ ଏହି ଦିନରେ ବାସନ କିଣିବାର ପରମ୍ପରା ରହିଛି । ଧନତେରସ ସହିତ ଦୀପାବଳି ପର୍ବର ଆରମ୍ଭ ହୋଇଥାଏ । ଆଜି ଆମେ ଆପଣଙ୍କୁ ୨୦୨୦ ଧନତେରସ ପର୍ବର ପୂଜା ତିଥି ଶୁଭ ମୁହୂର୍ତ ଓ ଏହାର ପୂଜା ବିଧି ବିଷୟରେ କହିବୁ ।
ଧନତେରସ ତିଥି ବା ମୁହୂର୍ତ ୨୦୨୦
ବର୍ଷ ୨୦୨୦ରେ ଧନତେରସର ପର୍ବ ୧୩ ନଭେମ୍ବର ଶୁକ୍ରବାର ଦିନ ପାଳନ କରାଯିବ ।
ଧନ୍ତେରସ ପୂଜାର ଶୁଭ ମୁହୂର୍ତ ହେବ ୧୩ ନଭେମ୍ବର ଶୁକ୍ରବାର ସାୟଂ କାଳ ୫।୩୦ ମିନିଟରୁ ସାୟଂ କାଳ ୫।୫୯ ପର୍ଯ୍ୟନ୍ତ ।
ପ୍ରଦୋଷ କାଳର ଶୁଭ ସମୟ ହେବ ସାୟଂ କାଳ ୫।୨୬ ରୁ ରାତ୍ରି ୮।୫ ମିନିଟ ।
ବୃଷବ କାଳର ପୂଜାର ଶୁଭ ସମୟ ହେବ ସାୟଂ କାଳ ୫।୩୦ ରୁ ୭.୨୫ ମିନିଟ ପର୍ଯ୍ୟନ୍ତ ।
ତ୍ରୟୋଦଶୀ ତିଥିର ପ୍ରାରମ୍ଭ ହେବ ୧୨ ନଭେମ୍ବର ୯।୩୦ମିନିଟରେ ।
ତ୍ରୟୋଦଶୀ ତିଥି ସମାପ୍ତ ହେବ ୧୩ ନଭେମ୍ବର ସନ୍ଧ୍ଯା ୫।୫୯ ମିନିଟରେ ।
ଧନ୍ତେରସ ପୂଜନ ବିଧି
ଧନ୍ତେରସ ପୂଜାକୁ ଧନ ତ୍ରୟୋଦଶୀ ନାମରେ ମଧ୍ୟ ଜଣା ଯାଇଥାଏ । ଏହି ଦିନ ସନ୍ଧ୍ୟା ସମୟରେ କରାଯାଉଥିବା ପୂଜା ବହୁତ ଶୁଭ ହୋଇଥାଏ । ପୂଜାସ୍ଥଳରେ ଉତ୍ତର ଦିଗରେ ଭଗବାନ କୁବେର ଓ ଧନ୍ବନ୍ତରିଙ୍କ ପ୍ରତିମା ସ୍ଥାପିତ କରନ୍ତୁ । ଏବେ ନିୟମ ଅନୁସାରେ ତାର ପୂଜା କରନ୍ତୁ ବା ଏହା ସହିତ ମାତା ଲକ୍ଷ୍ମୀ ଓ ଗଣେଶଙ୍କର ପୂଜା ମଧ୍ୟ କରନ୍ତୁ । ଭଗବାନ କୁବେରଙ୍କୁ ଧଳା ମିଠା ଓ ଧନବନ୍ତରିଙ୍କୁ ହଳଦିଆ ମିଠାର ଭୋଗ ଲଗାନ୍ତୁ । ଏହା ପରେ ସବୁ ପୂଜା ସାମଗ୍ରୀ ତାଙ୍କୁ ଅର୍ପିତା କରି ଆରତୀ କରନ୍ତୁ ।
ଧନ୍ତେରସ ଯମଦୀପର ପୂଜା ବିଧି
ପ୍ରାଚୀନ କଥା ଅନୁସାରେ ଧନ୍ତେରସ ଦିନ ଜାମ ଦେବତାଙ୍କ ପୂଜା କରି ଦକ୍ଷିଣ ଦିଗରେ ଦୀପ ଜଳେଇବାର ବିଧାନ ଅଛି ଶସ୍ତ୍ର ଅନୁସାରେ ଯଦି ଧନ୍ତେରସ ସନ୍ଧ୍ୟାରେ ଜାମ ଦେବଙ୍କ ନାଁରେ ଦୀପ ଜଳାଜାଏ ଓ ତାଙ୍କର ପୂଜା କରାଯିବ ବ୍ୟକ୍ତିଙ୍କୁ ଅକାଳ ମୃତ୍ୟୁ ଭୟରୁ ମୁକ୍ତି ମିଳିବ । ଯମରାଜଙ୍କ ପୂଜା ପାଇଁ ଅତର ଚଉମୁଖି ଦୀପ ବନାନ୍ତୁ ଓ ବିଧିବତ ପୂଜା କରନ୍ତୁ । ଏହାକୁ ଘରର ଦକ୍ଷିଣ ଦିଗରେ ମୁଖ୍ୟ ଦ୍ଵାରରେ ଡାହାଣ ପଟେ ରଖୀ ଦିଅନ୍ତୁ । ଏହା ସହିତ ପୁରା ଶ୍ରଦ୍ଧାରେ ଯମରାଜଙ୍କୁ ନମସ୍କାର କରି ପରିବାରର ସୁଖସମୃଦ୍ଧିର କାମନା କରନ୍ତୁ ।
ଧନ୍ତେରସରେ ବାସନ କିଣିବାର ମହତ୍ଵ
ଦିବାଲି ପୂର୍ବରୁ ଧନ୍ତେରସର ପୂଜା କରାଯାଇଥାଏ । ଏହି ଦିନରେ ଲୋକ ସୁନା ଚାନ୍ଦି ଓ ବାସନ କିଣିଥାନ୍ତି । କାରତିକ କୃଷ୍ଣପକ୍ଷରେ ତ୍ରୟୋଦଶୀ ତିଥି ଦିନ ଭଗବାନ ଧନବନ୍ତରି ସମୁଦ୍ର ମନ୍ଥନ ସମୟରେ ହାତରେ ଅମୃତ ଭାର କଳସ ଆଣିକି ପ୍ରକଟ ହୋଇଥିଲେ । ସେବେଠୁ ବାସନ କିଣିବାର ମହତ୍ଵ ବହୁତ ରହିଛି ।
ଏହି ଦିନରେ ବିଶେଷ କରି ପିତଳ ଓ ଚାନ୍ଦିର ବାସନ କିଣିବା ଶୁଭ ହୋଇଥାଏ । ପିତଳକୁ ଧନବନ୍ତରିଙ୍କ ଧାତୁ ବୋଲି କୁହାଯାଏ । ଯେଉ ବ୍ୟକ୍ତିକୁ ଆରୋଗ୍ୟ, ସୌଭାଗ୍ୟ ଓ ସ୍ୱାସ୍ଥ୍ୟ ସମ୍ବଧୀୟ ଲାଭ ପ୍ରଦାନ ହୋଇଥାଏ । ଏହି ଦିନରେ ଧାନର ଦେବତା କୁବେର ଓ ଜମ ଦେବଙ୍କ ପୂଜା ମଧ୍ୟ କରାଯାଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।