କାର୍ତ୍ତିକ ମାସରେ କରନ୍ତୁ ଏହି ୭ ଟି ଉପାୟ ତା ପରେ ଦେଖ ଚମତ୍କାର

କାର୍ତ୍ତିକ ମାସକୁ ହିନ୍ଦୁ ଧର୍ମରେ ସବୁଠୁ ପବିତ୍ର ମାସ ବୋଲି କୁହାଯାଏ । ହିନ୍ଦୁ ଧର୍ମରେ କୁହାଯାଇଚିକି ଏହି ମାସଟି ଭଗବାନ ବିଷ୍ନୁଙ୍କର ଏହି ମାସ ବହୁତ ପ୍ରିୟ ଅଟେ । ଏହି ମାସକୁ ଅଧିକ ପୂଜନୀୟ ମନାଯାଇଥାଏ । ଶାସ୍ତ୍ର ଅନୁସାରେ ଏହି ସମୟର ବ୍ରତ, ତପ, ଦାନ ଧର୍ମ ଓ ପୂଜା ପାଠ କରିବା ଦ୍ଵାରା ଜୀବନର ସବୁ ସମସ୍ୟା ଦୂର ହୋଇଥାଏ, ଏବଂ ଘରେ ସୁଖଶାନ୍ତି ଭରି ରହିଥାଏ ।

କୁହାଯାଏ ଭଗବାନ ଶ୍ରୀ ହରି ବ୍ରହ୍ମା ନାରଦଙ୍କୁ ଏବଂ ନାରଦ ମହାରାଜା ବୁଦ୍ଧଙ୍କୁ ଏହି ମାସର ମହାନତା ବିଷୟରେ କହିଥିଲେ । ଏହା ସହିତ ଏହି ମାସରେ ୭ ଟି ମୁଖ୍ୟ ନିୟମ ରହିଛି ଯାହାକୁ ପାଳନ କରିବା ଦ୍ଵାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ଏବଂ ଘରକୁ ସୁଖ ଶାନ୍ତିର ଆଗମନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ । ଯାହାକୁ ପାଳନ କରି ଭଗବାନଙ୍କ କୃପା ଲାଭ କରିପାରିବେ ।

Image Courtesy: Google

ଶ୍ରୀ ହରିଙ୍କର ତୁଳସୀ ବହୁତ ପ୍ରିୟା ହେବ ଦ୍ଵାରା ଏହି ମାସକୁ ତୁଳସୀ ପୂଜାକୁ ଅଧିକ ମହତ୍ଵ ଦିଆଯାଇଥାଏ । କହିବାକୁ ଗଲେ ତୁଳସୀ ମାତାଙ୍କର ସର୍ବଦା ପୂଜା କରିବା ଉଚିତ । ଏହି ମାସରେ ତାଙ୍କର ପୂଜାର୍ଚନା କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ଓ ଭଗବାନ ବିଷ୍ନୁଙ୍କର କୃପା ମିଳିଥାଏ । ତେଣୁ ଏହି ମାସରେ ତୁଳସୀ ମାତାଙ୍କ ପୂଜା କରିବା ଉଚିତ । କାର୍ତ୍ତିକ ମାସର ଦିତୀୟ ଓ ସବୁଠାରୁ ପବିତ୍ର ନିୟମ ଦୀପଦାନ ବୋଲି କୁହାଯାଇଥାଏ । ଏହି ସମ୍ପୂର୍ଣ ମାସରେ ନଦୀ ଓ ପୋଖରୀ ଆଦିରେ ଦୀପ ଦାନ କରିବା ଉଚିତ ।

Image Courtesy: Google

ଏମିତି କରିବା ଦ୍ଵାରା ଘରେ ଥିବା ନକରାତ୍ମକ ବାତାବରଣ ଦୂର ହୋଇଥାଏ ଏବଂ ଜୀବନକୁ ଖୁଶିର ଆଗମନ ହୋଇଥାଏ । ଶାସ୍ତ୍ର ଅନୁସାରେ ଏହି ମାସରେ ବିଛଣା ଅପେକ୍ଷା ଭୂମିରେ ଶୋଇବା ଉଚିତ ହୋଇଥାଏ । କୁହାଯାଏକି ଏହି ମାସରେ ଭୂମି ଉପରେ ଶୋଇବା ଦ୍ଵାରା ବ୍ଯକ୍ତିର ମନ ସିଦ୍ଧ ହୋଇଥାଏ । ବ୍ଯକ୍ତିର ଅନ୍ତରରୁ ନକରାତ୍ମକ ଭାବନା ଦୂର ହୋଇ ସକାରାତ୍ମକ ଭାବନା ଆସିଥାଏ ଏବଂ ଶରୀରର ରକ୍ତ ସଂଚାଳନ ଠିକସେ ହୋଇଥାଏ । ଯାହାଫଳରେ ବ୍ଯକ୍ତିର ଶରୀର ରୋଗ ମୁକ୍ତ ଓ ସୁସ୍ଥ ରହିଥାଏ ।

Image Courtesy: Google

କୁହାଯାଏକି ଏହି ମାସରେ ଶରୀରରେ ତେଲ ଲଗେଇବା ଉଚିତ ନୁହେଁ । ଯଦି କେହି ଶରୀରରେ ତେଲ ଲଗେଇବା ପାଇଁ ଚାହୁଁଥିବେ କାର୍ତ୍ତିକ ଚତୁର୍ଦସୀ ଦିନ ତେଲ ଲଗେଇ ପାରିବେ । ଏହି ମାସ ସାରା ମୁଗ, ଚଣା, ମସୁର, ଏବଂ ମଟର ଆଦି ଖାଦ୍ୟ ପଦାର୍ଥ ସେବନ କରିବା ଉଚିତ ନୁହେଁ ।

Image Courtesy: Google

ବ୍ୟକ୍ତିଙ୍କୁ ମଦ ଓ ମାଂସରୁ ଦୂରେଇ ରହିବା ଉଚିତ ଅଟେ । ଯେଉଁ ଲୋକ ଏହି ମାସରେ ବ୍ରତ ରଖିଥାନ୍ତି ନିଜ ଜୀବନରେ ତପସ୍ଵୀ ଭଳି ଜୀବନ ଜାପାନ କରିବା ଉଚିତ । ଏହା ସହିତ କମ କଥା କହିବ ଅନ୍ୟମାନଙ୍କ କଥା ଶୁଣିବା, ଝଗଡା ଆଦି ନକରିବା ଓ କାହା ବିଷୟରେ ଖରାପ ନକହିବା ଭଳି ନିୟମ ପାଳନ କରିବା ଉଚିତ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *