ଦୀପାବଳି ଦିନ ରାତିରେ ଏହି ଜାଗାରେ ଦୀପ ଲଗେଇବାକୁ ଭୁଲନ୍ତୁ ନାହିଁ  

ଆଗକୁ ଆସୁଛି ଖୁସିର ପର୍ବ ଦୀପାବଳି, ଦୀପାବଳି ଭାରତର ସବୁଠୁ ପ୍ରକାଶମୟ ଉତ୍ସବ ଅଟେ । ଦୀପାବଳି ରାତିରେ ପ୍ରତେକ ମଣିଷ ନିଜ ଘରେ ଦୀପ ଜଳେଇ ଘରକୁ ପ୍ରକାଶିତ କରିଥାଏ । ଏହା ସହିତ ମଧ୍ୟ କେତେ ଲୋକଙ୍କୁ ଜଣା ନଥାଏ ଘର ସହିତ ଏମିତି କିଛି ଜାଗା ରହିଛି, ଯେଉଁଠିକି ଦୀପାବଳି ଦିନ ଦୀପ ଜଳେଇବା ଅତ୍ୟନ୍ତ ଶୁଭ ବୋଲି ମଧ୍ୟ କୁହାଯାଇଥାଏ ।

ଘର ସହିତ ଏହି ଦିନ ମାନଙ୍କରେ ଦୀପ ଲଗେଇବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ତେଣୁ ବନ୍ଧୁଗଣ ଆଜି ଆମେ ଏମିତି ୫ ଟି ଜାଗା ବିଷୟରେ କହିବାକୁ ଯାଉଛୁ ଯଦି ଆପଣ ଦୀପାବଳି ଦିନ ସେଇ ଜାଗାରେ ଦୀପ ଜାଳିଲେ ଆପଣଙ୍କ ଘର ଧନଧାନ୍ୟରେ ପୂର୍ଣ ହୋଇଯିବ । ଏହି କଥା ବିଶ୍ବାସ ନହେଲେ ମଧ୍ୟ ସତ୍ୟ ଅଟେ ।

Image Courtesy: Google

ପ୍ରଥମଟି ହେଉଛି ଆମେ ଦୀପାବଳି ଦିନ ଆମ ଘରେ ଦୀପ ଜଳାଇବା ସହିତ ଗୋଟେ ଦୀପ ଓସ୍ତ ଗଛ ମୂଳେ ନିଶ୍ଚିତ ରୂପେ ଲଗାନ୍ତୁ । କୁହାଯାଏକି ଏହି ଓସ୍ତ ଗଛରେ ୩୩ କୋଟି ଦେବୀ ଦେବତା ବାସ କରିଥାନ୍ତି । ଏଣୁ ଏହି ଜାଗାରେ ଦୀପ ଜଳାଇବା ଦ୍ଵାରା ମାତା ଲକ୍ଷ୍ମୀ ମଧ୍ୟ ଖୁସି ହୋଇଥାନ୍ତି । ଦ୍ଵିତୀୟ ଜାଗାଟି ହେଉଛି ଏହି ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ସ୍ଵାଗତ ପାଇଁ ଘର ମୁଖ୍ୟ ଦ୍ଵାରରେ ଦୀପ ନିଶ୍ଚିନ୍ତ ରଖନ୍ତୁ । ଲକ୍ଷ୍ମୀଙ୍କର ସ୍ଵାଗତ ପାଇଁ ଏହାଠୁ ବଡ ଉପାୟ ଆଉ କିଛି ହୋଇନଥାଏ ।

Image Courtesy: Google

ମାତା ଲକ୍ଷ୍ମୀ ସେହି ଘରେ ପ୍ରବେଶ କରିଥାନ୍ତି ଯେଉଁ ଘରେ ଅନ୍ଧାର ନଥାଏ କେବଳ ଆଲୋକର ପ୍ରକାଶ ହୋଇଥାଏ । ଏହା ସହିତ ମଧ୍ୟ ଘରର ଅଗଣାରେ ଦୀପ ଜଳେଇବାକୁ ଭୁଲନ୍ତୁ ନହିଁ । ଦୀପାବଳି ଦିନ ନିଜ ଘରେତ ପୂଜା କରିବେ କିନ୍ତୁ ଏହା ସହିତ ମଧ୍ୟ ଆପଣଙ୍କ ଘର ବାହାରେ କୌଣସି ମନ୍ଦିର ରହିଛି ଏହାକୁ ମଧ୍ୟ ଦୀପରେ ସଜାଇ ଦିଅନ୍ତୁ । ଏହା ଦ୍ଵାରା ମଧ୍ୟ ଆପଣ ପ୍ରଭୁଙ୍କର ସେବା କରିବାର ସୁଯୋଗ ପାଇବେ ଓ ଏହାଛଡା ଆପଣ ପ୍ରଭୁଙ୍କର ଘରକୁ ମଧ୍ୟ ପ୍ରକାଶିତ କରିପାରିଲେ ।

Image Courtesy: Google

କୁହାଯାଏକି ସବୁ ପୂଜାର ଅନ୍ୟ ଅନ୍ୟ ବିଧି ରହିଛି । ଏହି ଦୀପାବଳି ପୂଜାରେ ଏହି ବିଧାନକୁ ବଡ ବୋଲି କୁହାଯାଏ । ଏହାଦ୍ବାରା ମଧ୍ୟ ମାତା ଲକ୍ଷ୍ମୀଙ୍କର କୃପା ସବୁବେଳେ ରହିଥାଏ । କୁହାଯାଏକି ଦୀପାବଳି ଦିନଘରର ଆଖପାଖରେ ଥିବା ଚଉରାରେ ଦୀପ ଜଳେଇବା ଉଚିତ । ଏହା କରିବା ଦ୍ଵାରା ଦେବୀ ମାତା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ କରିଥାନ୍ତି ।

Image Courtesy: Google

କୁହାଯାଏକି କୌଣସି ସୁନସାନ ଜାଗାରେ ଥିବା ଶିବ ଲିଙ୍ଗରେ ମଧ୍ୟ ଦୀପ ଜଳଯାଇଥାଏ । ଏହା ଦ୍ଵାରା ମନର ସବୁ ମନସ୍କାମନା ପୂର୍ଣ ହୋଇଥାଏ ଏବଂ ଏହାର ଔ ଗୋଟିଏ ମାହାତ୍ମ୍ୟ ହେଉଛି ଯେ ଆପଣ ଭଗବାନଙ୍କ ସେହି ଘରକୁ ପ୍ରକାଶିତ କରିପାରିଲେ ଯେଉଁଠାରେ ସଦା ସର୍ବଦା ଅନ୍ଧାର ରହିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *