ମହିଳା ମାନେ ଚିରା ଫଟା ଅନ୍ତବସ୍ତ୍ର ପିନ୍ଧିଲେ କଣ ସୂଚନା ମିଳେ- Ajira Anucinta

ଯଦି କୌଣସି କାର୍ଯ୍ୟ ପ୍ରତି ପ୍ରେରଣା କମ ହୋଇଥାଏ କିମ୍ବା ମିଳୁନଥାଏ ତେବେ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିଲେ ମଙ୍ଗଳ ହୋଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହକୁ ସୁଖ ଓ ସୌଭାଗ୍ୟର ଗ୍ରହ କୁହାଯାଏ ତେଣୁ ଫଟା କପଡା ପିନ୍ଧିବା ଉଚିତ ନୁହେଁ କାରଣ ଶୁକ୍ର ଗ୍ରହ ଦୋଷ ଉତ୍ପନ ହୋଇଥାଏ ।

ତେଣୁ କେବେବି ଫଟା କିମ୍ବା ଚିରା କପଡା ପିନ୍ଧନ୍ତୁ ନହିଁ । ଯଦି ଆପଣ ଫାଟି ଯାଇଥିବା କପଡା ପିନ୍ଧୁ ଥାନ୍ତି ତେବେ ଆପଣଙ୍କ ସାଙ୍ଗ ସାଥିଙ୍କ ସହିତ ଝଗଡା କିମ୍ବା ମନ ମାଳିନ୍ୟ ଦେଖା ହେବାର ସମ୍ଭାବନା ଅଧିକ ଥାଏ ।


ବାସ୍ତୁ ଶାସ୍ତ୍ର ଅନୁସାରେ ସୂତା କିମ୍ବା ରେଶମ କପଡା ପିନ୍ଧିଲେ ବହୁତ ଶୁଭ ହୋଇଥାଏ ଏବଂ ଜୀବନରେ ଉନ୍ନତି କରିବାରେ ସାହାର୍ଯ୍ୟ କରିଥାଏ । ଯଦି ନୂଆ କପଡା ପିନ୍ଧିବା ସମୟରେ ହଠାତ ଦାଗ କଗୀଯାଏ ତେବେ ଏହା କିଛି ଅଘଟଣ ଘଟିବାର ସଙ୍କେତ ଦେଇଥାଏ । ଶାସ୍ତ୍ର ଅନୁସାରେ ବିନା ସିଲାଇ ହୋଇଥିବା କପଡା ପିନ୍ଧିବା ଉଚିତ ଏହା ଅତ୍ୟନ୍ତ ଶୁଭ ଏବଂ ସକାରାତ୍ମକ ହୋଇଥାଏ ଯେପରି ଧୋତି ଶାଢୀ ଇତ୍ୟାଦି । ଗୁରୁବାର ଦିନ କେବେ କପଡା ଧୋଇବା ଉଚିତ ନୁହେଁ ଏହା କରିବା ଦ୍ଵାରା ଅଶୁଭ ଅମଙ୍ଗଳ ହୋଇଥାଏ ।


ଶାସ୍ତ୍ର ଅନୁସାରେ ରାତିରେ କେବେ କପଡା ଧୋଇବା ଉଚିତ ନୁହେଁ ଏହା ଅଶୁଭ ଏବଂ ଅମଙ୍ଗଳ ହୋଇଥାଏ । ରବିବାର ଦିନ ଲାଲ ରଙ୍ଗ, ହଳଦିଆ ରଙ୍ଗ, ଗୋଲାପି ରଙ୍ଗ ଓ ସୁନେଲି ରଙ୍ଗର ବସ୍ତ୍ର ପିନ୍ଧିଲେ ବହୁତ ଶୁଭ ହୋଇଥାଏ କିନ୍ତୁ ରବିବାର ଦିନ ନୂତନ ବସ୍ତ୍ର ପିନ୍ଧିବା ଉଚିତ ନୁହେଁ । ସୋମବାର ଦିନ ଧଳା ରଙ୍ଗ କିମ୍ବା ରୁପେଲି ରଙ୍ଗ ବସ୍ତ୍ର ପିନ୍ଧିଲେ ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ ଏହି ଦିନ ଗାଢ ବସ୍ତ୍ର ପିନ୍ଧିବା ଉଚିତ ନୁହେଁ ।


ମଙ୍ଗଳ ବାର ଦିନ କମଳା ରଙ୍ଗର, ଲାଲ ରଙ୍ଗ, ଚକେଲେଟ ରଙ୍ଗ ଓ ମାଟିଆ ରଙ୍ଗର ବସ୍ତ୍ର ପିନ୍ଧିଲେ ବହୁତ ଶୁଭ ହୋଇଥାଏ । ବୁଧବାର ଦିନ ସବୁଜ ରଙ୍ଗ କିମ୍ବା ଧଳା ରଙ୍ଗ ବସ୍ତ୍ର ପିନ୍ଧିଲେ ବହୁତ ଶୁଭ ହୋଇଥାଏ ଏହା ଦ୍ଵାରା କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥାଏ । ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର କିମ୍ବା ସୁନେଲି କିମ୍ବା ନାରଙ୍ଗି ରଙ୍ଗର ବସ୍ତ୍ର ପିନ୍ଧିଲେ ବହୁତ ଶୁଭ ହୋଇଥାଏ । ଶୁକ୍ରବାର ଦିନ ଲାଲ, ଗୋଲାପି, ନାରଙ୍ଗି ଇତ୍ୟାଦି ରଙ୍ଗର ବସ୍ତ୍ର ପିନ୍ଧିଲେ ଶୁଭ ହୋଇଥାଏ ଏବଂ ଏହିଦିନ ଭଲ ଭାବେ ସଫା ହୋଇଥିବା କିମ୍ବା ନୁତ୍ତନ ବସ୍ତ୍ର ପିନ୍ଧିଲେ ମଙ୍ଗଲ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *