ମାଣବସା ଗୁରୁବାର ସମ୍ପୁର୍ଣ୍ଣ ପୂଜା ବିଧି, ଜାଣନ୍ତୁ କେମିତି କରିବେ ପୂଜା 

ପ୍ରତେକ ଗୁରୁବାର ମାତା ଲକ୍ଷ୍ମୀଙ୍କ ବାର ହୋଇଥାଏ ଏହି ଦିନ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ତାଙ୍କ ଭକ୍ତ ମାନଙ୍କ ଉପରେ ପଡିଥାଏ । ତେବେ ମାର୍ଘ୍ଶିର ମାସ ଗୁରୁବାରର ବିଶେଷ କୃପା ହୋଇଥାଏ, ଏହି ଦିନ ଧାନ ପୂଜା ସହ ମାତା ଲକ୍ଷ୍ମୀଙ୍କ ପୂଜା ସମସ୍ତେ ଧନୀ ଗରିବ ସମସ୍ତେ କରନ୍ତି ଓ ମାତାଙ୍କ ଆଶୀର୍ବାଦ ପାତ୍ର ହୋଇଥାନ୍ତି । ମାର୍ଘସିର ଗୁରୁବାରର ଓଡିଶାରେ ବହୁତ ମାନ୍ୟତା ଅଟେ ।

ଏହି ଦିନ ବିଶେଷ କରି ମା ମାଉସୀ ମାନେ ଓ ଘର ଝିଅ ମାନେ ଘରେ ଓ ଦୁଆର ମୁହଁରେ ଲକ୍ଷ୍ମୀ ପାଦ ସହ ପଦମ ଫୁଲ ଓ ଅନ୍ୟ କେତେ ପ୍ରକାର ଝୁଟି କରିଥାନ୍ତି ଯାହା ଚାଉଳ ଗୁଣ୍ଡରେ କରା ଯାଇଥାଏ ।

Image Courtesy: Google

ତେବେ ଏହି ଦିନ ପୂଜା ପାଇଁ ବହୁତ ପ୍ରକାର ବିଧି ଅଛି ଯାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଓ ଏହି ଭାବରେ ପୂଜା କଲେ ଆପଣଙ୍କ ଜୀବନ ସମ୍ପୁର୍ଣ୍ଣ ଭାବରେ ପରିଣତ ହୋଇଯିବ । ସର୍ବପ୍ରଥମେ ଆପଣଙ୍କୁ ପୂଜା ଆରମ୍ଭ କରିବା ଆଗରୁ ୧୬ଟି ପଦମ ଫୁଲ ପାଖୁଡା ଆନୁବାକୁ ହବ ଓ ଯଦି ଆପଣଙ୍କ ପାଖରେ ନାହିଁ, ତେବେ ଆପଣଙ୍କୁ ୧୬ଟି ପାଖୁଡା ପଦମ ଫୁଲ ଝୁଟିରେ ପକେଇ ତା ଉପରେ ଖଟୋଲି ରଖିବାକୁ ହବ । ମନେ ରଖନ୍ତୁ ଖଟୋଲି ଉପରେ ମଧ୍ୟ ପଦମ ଫୁଲ ଆଙ୍କନ୍ତୁ ଓ ତା ଉପରେ ଧାନ ପକାଇ ଦିଅନ୍ତୁ ।

Image Courtesy: Google

ତା ପରେ ଧାନ ବିଛେଇବା ପରେ ତା ଉପରେ ଗୋଟେ ମାଣ ରଖନ୍ତୁ ଏହି ମାଣରେ ମଧ୍ୟ ଚାଉଳ ଗୁଣ୍ଡରେ ଚିତା ପକାନ୍ତୁ ଏହି ମାଣ ଭିତରେ ଧାନ ଭର୍ତି କରନ୍ତୁ ଏହା ପରେ ତା ଉପରେ ଆଉ ଗୋଟେ ଛୋଟ ସେର ବଶାନ୍ତୁ ତାକୁ ମଧ୍ୟ ଧାନ ଦ୍ଵାରା ଭର୍ତି କରନ୍ତୁ । ଏହା ପରେ ଆପଣ ୩ଟି ଗୁଆ ମାଣ ଉପରେ ରଖନ୍ତୁ ଓ ଏହା ସହ ୩ଟି ଗୋଟା ହଳଦୀ ମାଣ ଉପରେ ରଖନ୍ତୁ ବା ସାମ୍ନାରେ ମଧ୍ୟ ରଖି ପାରିବେ । ଏହା ପରେ ମାଣରେ ହଳଦୀ ଦେଇ ସେଥିରେ ଦୁଇଟି କଉଡି ଆଖି ଭଳି ଲଗାଇ ଦିଅନ୍ତୁ ।

Image Courtesy: Google

ତେବେ ଆପଣ ମାନଙ୍କୁ ଏହା ଜଣା ଅଛି ଯେ ମାଙ୍କୁ ସଜ ହବା ବହୁତ ପସନ୍ଦ ଅଟେ ଓ ସେଥିପାଇଁ ମାଙ୍କୁ ଶଙ୍ଖା ସିନ୍ଦୁର ଓ ବିନ୍ଦି ଏହି ଭଳି ଶୃଙ୍ଗାର ଜିନିଷ ଅର୍ପଣ କରା ଯାଇଥାଏ ଏହା ପରେ ମାତାଙ୍କୁ ହଳଦୀ ଓ ମଥାଗନ୍ଧ ପାଣିରେ ଚିଞ୍ଚା ଯାଏ ଏହା ପରେ ଯେମିତି ଆପଣ ପୂଜା କରନ୍ତି ହୁଳ ହୁଳି ପକାନ୍ତି ।  ସେମିତି କରିବା ଉଚିତ ଓ ମନେ ରଖନ୍ତୁ କଳସ ବସେଇବା ଭୁଲିବେ ନାହିଁ । ଏହା ପରେ ମାତାଙ୍କୁ ୫ରୁ ୭ ପ୍ରକାର ଫଳରେ ଭୋଗ କରିବା ଉଚିତ । ଏହା ଛଡା ମାତାଙ୍କୁ ଶଙ୍ଖୁଡିଭୋଗ ବହୁତ ପସନ୍ଦ ହୋଇଥାଏ ଯାହା ଅର୍ପଣ କରିବା ଦ୍ଵାରା ମାତା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କ ସଫଳତା ବରଦାନ ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *