SBI ୪୦ କୋଟି ଜନତା ଙ୍କୁ କରିଲା ସାବଧାନ! ଏହି ଆପ୍ ଡାଉନଲୋଡ଼ କରନ୍ତୁ ନାହିଁ ନଚେତ ଆକାଉଣ୍ଟ ହୋଇଯିବ ଖାଲି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ SBI କହିଅଛି ଯେ, କୌଣସି ଇଂଷ୍ଟାଣ୍ଟ ଲୋନ ଆପ୍ ଯାହା ଆପଣ ମାନଙ୍କୁ ବିନା କୌଣସି ପେପର ୱାର୍କ ରେ ଦୁଇ ମିନିଟ ରେ ଲୋନ ଦେବାର ପ୍ରତିଶ୍ରୁତି ଦେଉଅଛି ତେବେ ସେଭଳି ବ୍ୟକ୍ତି ଙ୍କ ଠାରୁ ସାବଧାନ ରୁହନ୍ତୁ । ସାଧାରଣତଃ ଏହି ବ୍ୟକ୍ତି ମାନେ ଲୋନ ତ ଦେଇ ଦିଅନ୍ତି, କିନ୍ତୁ ପରେ ଏହାର ଭାରି ମୂଲ୍ୟ ଚୁକାଇବାକୁ ପଡ଼ିଥାଏ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ଲୋକ ମାନଙ୍କୁ ସାବଧାନ କରାଇ ଇଂଷ୍ଟାଣ୍ଟ ଆପ୍ ପ୍ରତି ସଚେତନ ରହିବା ନିମନ୍ତେ ପରାମର୍ଶ ଦେଇଛି ।

SBI ନିଜର ଟ୍ୱିଟର ହାଣ୍ଡେଲ ରେ ଗ୍ରାହକ ମାନଙ୍କୁ ଅଲର୍ଟ କରାଇ କହିଛି ଯେ, କୌଣସି ପ୍ରକାର ଅବାଞ୍ଚୀତ ଲିଙ୍କ କୁ ଆଦୋୖ କ୍ଲିକ କରନ୍ତୁ ନାହିଁ ଏବଂ ଯେଉଁ ଆପ୍ ଆପଣଙ୍କୁ ଦୁଇ ମିନିଟ ରେ ଲୋନ ଦେବାର ପ୍ରତିଶ୍ରୁତି ଦେଉଛି ସେଭଳି ଆପ୍ ଠାରୁ ଦୂରରେ ରୁହନ୍ତି । SBI ର କହିବାନୁସାରେ ଯେଉଁ ବ୍ୟକ୍ତି ଏହି ଲିଙ୍କ କୁ କ୍ଲିକ କରିଥାଏ ସେହି ବ୍ୟକ୍ତି ର ଆକାଉଣ୍ଟ ଖାଲି ହେବାରେ ବିଳମ୍ବ ହୋଇନଥାଏ ।

୫ ମିନିଟ ରେ ଦୁଇ ଲକ୍ଷ ଦେବାର ପ୍ରତିଶ୍ରୁତି-

SBI ନିଜର ଗ୍ରାହକ ମାନଙ୍କୁ ସଚେତନ କରାଇ କହିଛି ଯେ, ଗ୍ରାହକ ମାନଙ୍କୁ ଏଭଳି ମେସେଜ ପଠା ଯାଉଅଛି ଯେଉଁଥିରେ ୫ମିନିଟ ରେ ଦୁଇ ଲକ୍ଷ ଟଙ୍କା ଲୋନ ଦେବାର ପ୍ରତିଶ୍ରୁତି ମିଳୁଅଛି ଏବଂ ସେହି ଲିଙ୍କ ରେ କ୍ଲିକ କରିବା ନିମନ୍ତେ କୁହାଯାଉଛି । ତେବେ ଏଭଳି ଲିଙ୍କ ରେ ଆଦୋୖ କ୍ଲିକ କରନ୍ତୁ ନାହିଁ । ନଚେତ ଆପଣଙ୍କ ଖାଲି ହେବାରେ ଅଧିକ ସମୟ ଲାଗିବ ନାହିଁ । SBI ଗ୍ରାହକ ମାନଙ୍କୁ କହିଛି ଯେ, ଏଭଳି କୌଣସି ମେସେଜ ରେ ନିଜର ଡିଟେଲ ଆଦୋୖ ଦିଅନ୍ତୁ ନାହିଁ, ଯାହା ନିଜକୁ SBI ଅଥବା ଅନ୍ୟ ବ୍ୟାଙ୍କ ରୂପରେ ଆପଣଙ୍କ ନିକଟରେ ପ୍ରସ୍ତୁତ କରୁଅଛି ।

ଆବଶ୍ୟକ ଠାରୁ ଅଧିକ ଇଂଷ୍ଟାଣ୍ଟ-

SBI ଗ୍ରାହକ ମାନଙ୍କୁ ସଚେତନ କରାଇ କହିଛି ଯେ, ଏଭଳି କୌଣସି ଇଂଷ୍ଟାଣ୍ଟ ଆପ୍ ଆଦୋୖ ଡାଉନଲୋଡ଼ କରନ୍ତୁ ନାହିଁ । ଏହି ଆପ୍ ରେ ଦୁଇ ମିନିଟ ରେ ଲୋନ ଦେବାର ପ୍ରତିଶ୍ରୁତି ମିଳିଥାଏ କିନ୍ତୁ ପରେ ଏହାର ଭାରୀ ମୂଲ୍ୟ ଦେବାକୁ ପଡ଼ିଥାଏ । ବେଳେବେଳେ ଏଭଳି କଲ୍ ମଧ୍ୟ ଆସିଥାଏ ଯାହା ଆପଣଙ୍କୁ ଲୋନ ଦେବାର ପ୍ରତିଶ୍ରୁତି ଦେଇଥାଏ । କିନ୍ତୁ ପରେ ଆପଣ ଅସୁବିଧା ର ସମୁଖୀନ୍ନ ହୁଅନ୍ତି । ଏହି କାରଣରୁ ବହୁତ ଗ୍ରାହକ ଙ୍କ ଜୀବନ ମଧ୍ୟ ଯାଇଛି ।

ତେଣୁ SBI ଗ୍ରାହକ ମାନଙ୍କୁ ଉପଦେଶ ଦେଇଛି ଯେ, ଏଭଳି କୌଣସି ମେସେଜ ବା କଲ୍ ରେ ନିଜର ଡିଟେଲ ଦିଅନ୍ତୁ ନାହିଁ ଏବଂ ଯେଉଁ ଥିରେ ଆପଣଙ୍କ ବ୍ୟାଙ୍କ ଡିଟେଲ ଏବଂ ଓଟିପି ମାଗିଥାନ୍ତି ସେଥିରେ ନିଜର ଡାଟା ଆଦୋୖ ସେୟାର କରନ୍ତୁ ନାହିଁ ।

SBI ର ଗାଇଡ଼ ଲାଇନ୍ସ-

SBI ଯେଉଁ ସେଫ୍ଟି ଟିପ୍ସ ସେୟାର କରିଛି ତାହା ଏଭଳି ରହିଛି- ଯେଉଁ ଅଫର ଆପଣଙ୍କ ପାଖକୁ ଆସିଥାଏ ତା’ର ସର୍ତ୍ତ ଓ ନିୟମ କୁ ଚେକ୍ କରନ୍ତୁ । କୌଣସି ସନ୍ଦିଗ୍ଧ ଲିଙ୍କ କୁ କ୍ଲିକ କରନ୍ତୁ ନାହିଁ । କୌଣସି ଆପ୍ ଡାଉନଲୋଡ଼ କରିବା ପୂର୍ବରୁ ତା’ର ବିଶ୍ୱାସନୀୟତା କୁ ଚେକ କରନ୍ତୁ ।

ନିଜର ସମସ୍ତ ଆବଶ୍ୟକତା ପାଇଁ ଏହି ଲିଙ୍କ ରେ କ୍ଲିକ କରନ୍ତୁ-

https.//bank.sbi ।

RBI ମଧ୍ୟ ଦେଲା ଚେତାବନୀ-

ବ୍ୟାଙ୍କ, ନନ୍ ବ୍ୟାଙ୍କ, କମ୍ପାନୀ ଯାହା RBI ସହିତ ରେଜିଷ୍ଟ୍ରେଡ଼ ଅଛି, ତାଙ୍କ ତରଫରୁ ଲୋନ ଦେବାର ପ୍ରତିଶ୍ରୁତି ପ୍ରଦର୍ଶନ କରାଯାଇ ପାରିବ । ଏହା ସହିତ ରାଜ୍ୟ ସରକାର ଙ୍କ ସହିତ ଜଡ଼ିତ ଗ୍ରୁପ ମଧ୍ୟ ଲୋନ ଦେବାର ପ୍ରତିଶ୍ରୁତି ଦେଇ ପାରିବ । ଗତ ମାସ RBI ଗ୍ରାହକ ମାନଙ୍କୁ ଚେତାବନୀ ଦେଇଥିଲେ, SBI କହିଥିଲା ଯେ, କୌଣସି ପ୍ରକାର ଅନିଦ୍ଧିକୃତ ଡିଜିଟାଲ ପ୍ଲାର୍ଟଫର୍ମ ରେ ହେଉଥିବା ଧୋକା ର ଶିକାର ରୁ ବଞ୍ଚନ୍ତୁ RBI ଅନୁସାରେ ଏହି ପ୍ଲାଟଫର୍ମ ରେ ଗ୍ରାହକ ମାନଙ୍କ ଠାରୁ ଅଧିକ କର୍ଜ ନେଇଥାନ୍ତି ଏବଂ ଏମାନେ ଗ୍ରାହକ ମାନଙ୍କ ଡାଟା ସଂଗ୍ରହ କରି ଏହାର ଭୁଲ ଉପଯୋଗ କରିଥାନ୍ତି ।

Leave a Reply

Your email address will not be published. Required fields are marked *