ବନ୍ଧୁଗଣ ପୁରାଣରେ ୪ଟି ଯୁଗର ମହତ୍ଵ ଉଲ୍ଲେଖ ହୋଇଛି । ସତ୍ୟ ଯୁଗ, ତ୍ରେତା ଯୁଗ, ଦ୍ଵାପର ଯୁଗ, ଏବଂ କଳି ଯୁଗ । ବନ୍ଧୁଗଣ କଳି ଯୁଗକୁ ଗୋଟିଏ ସ୍ରାପ ବୋଲି କୁହାଯାଏ । ବନ୍ଧୁଗଣ କଣ ଆପଣଙ୍କୁ ଏହା ଜଣା ଅଛି ଯେ ପୃଥିବୀ ଉପରକୁ କଳି ଯୁଗ କିପରି ଆସିଲା ? ଏବଂ କିଭଳି ହେଲା କଳି ଯୁଗର ଆରମ୍ଭ ? ମହାନ ଗଣିତଜ୍ଞ ଆର୍ଯ୍ୟଭଟ୍ଟ ଏହି କଥାଟିର ଉଲ୍ଲେଖ କରିଛନ୍ତି ଯେ, ଯେତେବେଳେ ସେ ୨୩ ବର୍ଷର ଥିଲେ, ସେତେବେଳେ କଳିଯୁଗର ୩୬୦୦ ତ୍ତମ ବର୍ଷ ଚାଲିଥିଲା ।
ଗଣନା ଅନୁସାରେ ଆର୍ଯ୍ୟଭଟ୍ଟଙ୍କର ଜନ୍ମ ୪୭୬ ମସିହାରେ ହୋଇଥିଲା । ଯଦି ଗଣନା କରାଯାଏ ତେବେ କଳି ଯୁଗର ଆରମ୍ଭ ଆଜିକୁ ପ୍ରାଏ ୩୧୦୨ ଈଷାପୂର୍ବରୁ ହୋଇଯାଇଥିଲା । ଧର୍ମ ରାଜ ଯୁଧିଷ୍ଟିର ନିଜର ସମସ୍ତ ରାଜ ପାଠ ପରୀକ୍ଷିତକୁ ଅର୍ପିତ କରି ୫ ପାଣ୍ଡବ ଏବଂ ଦ୍ରୌପଦି ସମେତ ମହାପ୍ରାୟାନ ହେତୁ ହେମାଳୟକୁ ଚାଲିଯାଇଥିଲେ ।
ସେଦିନ ସ୍ଵୋୟଙ୍ଗ ଧର୍ମ ବଳଦ ରୂପ ଧାରଣ କରି ଗାଈ ରୂପ ଧାରଣ କରିଥିବା ପୃଥିବୀ ଦେବୀଙ୍କ ସହିତ ସରସ୍ଵତୀ ନଦୀ କୂଳରେ ଭେଟ ହେଲେ । ଗାଈ ରୂପ ଧାରଣ କରିଥିବା ମାତା ପୃଥିବୀଙ୍କର ନୟନ ଅଶୃରେ ପରିପୂର୍ଣ୍ଣ ଥିଲା । ତାଙ୍କ ନୟନରୁ ଲଗାତାର ଅଶୃ ବୋହି ଯାଉଥିଲା । ପୃଥିବୀଙ୍କୁ ଦୁଖୀ ଦେଖି ଧର୍ମ ମହାରାଜ ତାଙ୍କୁ ତାଙ୍କ କାରଣ ପଚାରିଲେ । କହିଲେ- ଦେବୀ ତୁମେ କଣ ମୋର ଗୋଟେ ଗୋଡ ନଥିବାର ଦେଖି କାନ୍ଧୁଅଛ କି ? ଅଥବା ତୁମେ ଏଥିପାଇଁ ଦୁଖିତ ଅଛ ଯେ, ଏବେଠାରୁ ତୁମ ଉପରେ ଦୁଷ୍ଟ ବ୍ୟକ୍ତି ମାନଙ୍କର ଶାସନ ଚାଲିବ ?
ପୃଥିବୀ ଦେବୀ ଉତ୍ତର ଦେଲେ ହେ’ ଧର୍ମ ତୁମେ ସବୁ ଜାଣୁଛ ଏମିତିରେ ମୋ ଦୁଖର କାରଣ ପଚାରିବାର କି ଲାଭ ? ସତ୍ୟ, ପବିତ୍ରତା, କ୍ଷମା, ଦୟା, ତ୍ୟାଗ, ଶାସ୍ତ୍ର ବିଚାର, ଜ୍ଞାନ, ବୈରାଗ୍ୟ, ଏସ୍ୱୋର୍ଜ୍ୟ, ନିର୍ଭୀକତା, କୋମଳତା, ଧର୍ଯ୍ୟ ଆଦି ଗୁଣର ସ୍ଵାମୀ ଭଗବାନ ଶ୍ରୀ କୃଷ୍ଣ ଙ୍କର ସ୍ଵୋଧାମ ଚାଲିଯିବା କାରଣରୁ, କଳିଯୁଗ ମୋ ଉପରେ କବଜା କରିନେଇଛି । ଯେଉଁଠି ଭଗବାନ ଶ୍ରୀ କୃଷ୍ଣ ଙ୍କ ଚରଣ ମୋ ଉପରେ ପଡୁଥିଲା, ଯାହାଙ୍କ ଚରଣ ମୋ ଉପରେ ପଡୁଥିବାରୁ ମୁ ନିଜକୁ ଭାଗ୍ୟଶାଳୀ ମନେ କରୁଥିଲି ପରନ୍ତୁ ଏବେ ସେହିପରି ହେବନାହିଁ ।
ଏବେ ମୋହର ସୌଭାଗ୍ୟ ନଷ୍ଟ ହୋଇ ସାରିଛି । ଧର୍ମ ଏବଂ ପୃଥିବୀ ସେହିଠାରେ କଥା ହେଉଥିଲେ ତତକ୍ଷଣାତ ସେହିଠାରେ ଅସୁର ରୂପୀ କଳିଯୁଗ ଉଭା ହେଲେ । ଏବଂ ଗାଈ ରୂପୀ ଧର୍ମ ଏବଂ ପୃଥିବୀ କୁ ମାରିବାକୁ ଲାଗିଲେ । ରାଜା ପରୀକ୍ଷିତ ସେହିଠାରୁ ଅତିକ୍ରମ କରୁଥିଲେ, ସେ ଯେତେବେଳ ଏପରି ଦ୍ରୁଶ୍ଯ ନିଜ ଆଖିରେ ଦେଖିଲେ, ସେ କଳିଯୁଗ ଉପରେ ବହୁତ କ୍ରୋଧ କଲେ, ଏବଂ କହିଲେ- ହେ ପାପୀ ତୁ କିଏ ? ଯେ କି ଏହି ନିରୀହ ଗାଈ ଏବଂ ବଳଦ କୁ ପିଟୁଅଛୁ ?
ତୁ ମହାନ ଅପରାଧୀ ଅଟୁ, ତୋହର ଅପରାଧ କ୍ଷମା ଯୋଗ୍ୟ ନୁହେଁ, ଏଥିପାଇଁ ତୋହର ବଦ୍ଧ ନିଶ୍ଚିତ ଅଟେ । ରାଜା ପରୀକ୍ଷିତ ପୃଥିବୀ ଦେବୀ ଏବଂ ଧର୍ମ କୁ ଚିହ୍ନି ସାରିଥିଲେ, ପରୀକ୍ଷିତ କୁହନ୍ତି, ହେ ଧର୍ମ ସତ୍ୟଯୁଗରେ ଆପଣଙ୍କର ତପ,ପବିତ୍ରତା,ଦୟା ଏବଂ ସତ୍ୟ ଏହି ୪ଟି ଚରଣ ଥିଲା, ତ୍ରେତାରେ ୩ଟି ଚରଣ ରହିଗଲା, ଦ୍ଵାପରରେ ୨ ଟି ରହିଗଲା, ଏବଂ ବର୍ତମାନ ଏହି ଦୁଷ୍ଟ କଳିଯୁଗ କାରଣରୁ ଆପଣଙ୍କର ଗୋଟିଏ ଚରଣ ରହିଗଲା, ପୃଥିବୀ ଦେବୀ ମଧ୍ୟ ଏଥିପାଇଁ ଦୁଖିତ ଅଛନ୍ତି, ଏହା କହି ରାଜା ନିଜ ତଲବାର କାଢିଲେ ଏବଂ କଳିଯୁଗକୁ ମାରିବାକୁ ଆଗକୁ ବଢିଲେ, ରାଜା ପରୀକ୍ଷିତଙ୍କ କ୍ରୋଧ ଦେଖି କଳିଯୁଗ ଥରଥର ହୋଇ କମ୍ପନ କରିବାକୁ ଲାଗିଲା ।
କଳିଯୁଗ ଭୟର ସହିତ ନିଜ ବେଶକୁ ପରିବର୍ତନ କରି ରାଜା ବେଶରେ ରାଜା ପରୀକ୍ଷିତଙ୍କ ଚରଣ ତଳେ ଆଶ୍ରୟ ନେଲା । ପରୀକ୍ଷିତ କହିଲେ ତୁ ମୋ ସରଣରେ ଆସିଥିବାରୁ ମୁ ତତେ କ୍ଷମା କଳି ପରନ୍ତୁ, ଅଧର୍ମ, ଚୋରୀ, ପାପ, କପଟ, ଦରିଦ୍ରତା ଏହି ସବୁର ମୂଳ କାରଣ ତୁ ଅଟୁ, ମୋ ରାଜ୍ୟରୁ ଏବେ ବାହାରି ଯା, ଏବଂ କେବେ ଫେରିକି ନ ଆସୁ । ପରୀକ୍ଷିତ ଙ୍କ କଥା ଶୁଣି କଳିଯୁଗ କହିଲା- ଯେ ପୁରା ପୃଥିବୀରେ ଆପଣଙ୍କର ନିବାସ ଅଛି । ଏପରି କୌଣସି ସ୍ଥାନ ନାହିଁ ଯେଉଁ ଠାରେ ମୁଁ ରହିବି, ଆପଣ ମୋତେ କୌଣସି ସ୍ଥାନ ଦିଅନ୍ତୁ ଯେଉଁଠାରେ ମୁଁ ରହି ପାରିବି ।
ପରୀକ୍ଷିତ ବହୁତ ବୁଝି ବିଚାରୀ କହିଲେ, ଅସତ୍ୟ, ମଦ, କାମ, ଏବଂ କ୍ରୋଧର ନିବାସ ଏଠାରେ ମଧ୍ୟ ହେଉଛି ତୁ ଏହି ୪ଟି ସ୍ଥାନରେ ରହିପାରିବୁ । କଳିଯୁଗ କହିଲା ହେ’ ରାଜନ ଏହି ୪ଟି ସ୍ଥାନ ମୋ ରହିବା ପାଇଁ ଅପରିୟାପ୍ତ ଅଟେ । ମୋତେ ଅନ୍ୟ ଜାଗା ମଧ୍ୟ ପ୍ରଦାନ କରନ୍ତୁ, ଏହା ଶୁଣି ପରୀକ୍ଷିତ ତାଙ୍କୁ ସ୍ଵୋର୍ଣ୍ଣ ରୂପରେ ୫ଟି ସ୍ଥାନ ପ୍ରଦାନ କଲେ । ଏହା ଶୁଣି କଳିଯୁଗ ସେହିଠାରୁ କିଛି ଦୂର ଚାଲିଗଲା ପରନ୍ତୁ କିଛି ସମୟ ପରେ ସେ ଅଦୃଶ୍ୟ ଭାବରେ ଆସି ରାଜା ପରୀକ୍ଷିତ ଙ୍କର ସ୍ଵୋର୍ଣ୍ଣ ମୁକୁଟରେ ଆସି ବିରାଜ ମାନ କଲା ।
ମାରକଣ୍ଡ ପୁରାଣରେ ବର୍ଣ୍ଣିତ ହୋଇଛି କଳିଯୁଗର ବିରାଜ ମାନ କାରଣରୁ ରାଜା ପ୍ରଜାଙ୍କ ଉପରେ ଅତ୍ୟାଚାର, ଅନ୍ୟାୟ କରିବେ । ଏହି ଭଳି ଭାବେ କଳି ଯୁଗର ଉତ୍ଥାପନ ହୋଇଅଛି । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିଷୟ ବସ୍ତୁଟି ପସନ୍ଧ ଆସିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।