ଏହି ୫ ଜଣ ନାରୀ କୁ କେବେବି କରନ୍ତୁ ନାହିଁ ବିବାହ- Vishnu Puran

ନମସ୍କାର ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ବିବାହ କୁ ଏକ ପବିତ୍ର ଏବଂ ଏକ ମହତ୍ତ୍ୱପୂର୍ଣ୍ଣ ସଂସ୍କାର କୁହାଯାଏ । ଏବଂ ଏହି ସଂସ୍କାର କୁ ପାଳନ କରିବା ସବୁ ମନୁଷ୍ୟ ର ଧର୍ମ ହୋଇଥାଏ । କିନ୍ତୁ ଏବେ ଆମେ ଦେଖିବାକୁ ପାଉଛୁ କି ଆଜି କାଲି ର ବୈବାହିକ ଜୀଵନ ବହୁତ କଳହ ଏବଂ ଭୁଲ ବୁଝାମଣା ରେ ଖରାପ ହୋଇ ଯାଉଛି । ଏବଂ ଏଥିରେ କେବେ ଭୁଲ ସ୍ତ୍ରୀ ର ହୋଇଥାଏ ତ କେବେ ଭୁଲ ସ୍ୱାମୀ ର ହୋଇ ଥାଏ । ଆଜି ଆମେ ଆପଣଂକୁ ଵିଷ୍ଣୁ ପୁରାଣ ଅନୁସାରେ ନାରୀ ମାନଙ୍କ ର କିଛି ପାଞ୍ଚଟି ଦୋଷ ବିଷୟରେ ଆଲୋଚନା କରିବୁ ।

ଏବଂ ଏହି ଆଲୋଚନା ଦ୍ୱାରା ଆପଣ ଜାଣି ପାରିବେ କି ଆପଣ ନିଜ ଜୀବନରେ ଏହି ଦୋଷ ଥିବା ନାରୀ ଙ୍କ ସହ କେବେବି ବିବାହ ବନ୍ଧନରେ ବାନ୍ଧିବେ ନାହିଁ । ସେମାନଙ୍କ ଠାରୁ ଦୂରେଇ ରହିବେ । ତେବେ ଚାଲନ୍ତୁ ଜାଣିନେବା ପୁରାଣ ଅନୁସାରେ ମହିଳା ମାନଙ୍କ ର ସେହି ଦୋଷ ଗୁଡିକ କଣ କଣ ।


୧-ପ୍ରଥମ କଥାଟି ହେଉଛି କଟୁ ବାଣୀ । କୁହାଯାଏ କି ମାତା ସରସ୍ୱତୀ ଆମ କଣ୍ଠ ରେ ବାସ କରିଥାନ୍ତି । ସେଥିପାଇଁ ଆମ ବାଣୀ ର ବହୁତ ଅଧିକ ମହତ୍ତ୍ଵ ରହିଛି । ଯେଉଁ ନାରୀ ମଧୁର ବାଣୀ ର ବ୍ୟବହାର କରିଥାଏ । ତାଙ୍କ ଉପରେ ମାତା ସରସ୍ୱତୀ ବହୁତ ଅଧିକ ପ୍ରସନ୍ନ ରହିଥାନ୍ତି । କିନ୍ତୁ ଯେଉଁ ନାରୀ ମାନେ କଟୁ ଵଚନ ର ବ୍ୟବହାର କରିଥାନ୍ତି ତାଙ୍କ ଉପରେ ମାତା ସରସ୍ୱତୀ କ୍ରୋଧିତ ହୋଇ ଯାଆନ୍ତି । ଏବଂ ଏହି ନାରୀ ପାରିବାରିକ କଳହ ର କାରଣ ମଧ୍ୟ ହୋଇଥାଏ । ଏବଂ ସମସ୍ତ ସଦସ୍ୟ ଅଶାନ୍ତ ରେ ରୁହନ୍ତି ସେଥିପାଇଁ ବିଷ୍ଣୁ ପୁରାଣ ରେ ଏଭଳି ନାରୀ ଙ୍କ ଠାରୁ ଦୂରେଇ ରହିବା ପାଇଁ କୁହା ଯାଇଛି ।


୨-ଦ୍ଵିତୀୟ କଥାଟି ହେଉଛି ଯିଏ ବହୁତ ବିଳମ୍ବ ପର୍ଯ୍ୟନ୍ତ ଶୋଇ ରହିଥାଏ । ଆମ ଶାସ୍ତ୍ରରେ କୁହାଯାଇଛି କି ସବୁ ମନୁଷ୍ୟ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଉଚିତ । କିନ୍ତୁ ବର୍ତ୍ତମାନ ଜୀବନରେ ବହୁତ ଜଣ ଏହି ନିୟମ ର ପାଳନ କରି ପାରନ୍ତି ନାହିଁ । କିନ୍ତୁ ଘରର ବୋହୂ କିମ୍ବା ଗୃହଣୀ ମାନେ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଉଚିତ । ଏବଂ ସମସ୍ତ ସଦସ୍ୟ ଙ୍କ ର ସେବା କରିବ । କିନ୍ତୁ ଯେଉଁ ନାରୀ ମାନେ ବିଳମ୍ବ ପର୍ଯ୍ୟନ୍ତ ଶୋଇ ରହିଥାନ୍ତି ଏବଂ ଘରର କୌଣସି କାର୍ଯ୍ୟ କରନ୍ତି ନାହିଁ ଏହି କାରଣ ଯୋଗୁଁ ଘରେ ଅଶାନ୍ତ ସୃଷ୍ଟି ହୋଇଥାଏ । ତେଣୁ ଏଭଳି ନାରୀ ମାନଙ୍କ ସହ ବିବାହ କରିବା ଉଚିତ ନୁହେଁ ।


୩- ତୃତୀୟ କଥାଟି ହେଉଛି ଖରାପ ସଙ୍ଗତ । ବିଷ୍ଣୁ ପୁରାଣରେ ବର୍ଣ୍ଣିତ ଅଛି କି ଯେଉଁ ନାରୀ ମାନେ ବିବାହ ପୂର୍ବରୁ ଖରାପ ସଙ୍ଗତ ପୁଅ ମାନଙ୍କ ସହ ସମ୍ପର୍କ ରଖିଥାଏ । ଏବଂ ମନରେ ତାଙ୍କୁ ପସନ୍ଦ କରିଥାଏ । ସେଭଳି ନାରୀ ଭଲ ହୋଇ ନଥାଏ ଏବଂ ଏଭଳି ନାରୀ ଙ୍କ ଠାରୁ ଦୂରେଇ ରହିବା ଉଚିତ ।

୪- ଚତୁର୍ଥ କଥା ହେଉଛି ସମ ଗୋତ୍ର । ଅନେକ ଲୋକ ନିଜ ଗୋତ୍ର ରେ ହି ବିବାହ କରି ନିଆନ୍ତି । କିନ୍ତୁ ଆମ ହିନ୍ଦୁ ଧର୍ମ ରେ ଏହାର ଘୋର ବିରୁଦ୍ଧ କରା ଯାଇଛି । କାରଣ ଯଦି ଏକ ସମାନ ଗୋତ୍ର ସହିତ ବିବାହ କରା ଯାଏ ତେବେ ଅନୁବାଶିକ ବେମାରି ହୋଇ ଥାଏ । ଏବଂ ସନ୍ତାନ ମଧ୍ୟ ରୋଗୀଣା ହୋଇଥାଏ ।


୫-ପଞ୍ଚମ କଥାଟି ହେଉଛି ମାଙ୍ଗଳିକ । ବିବାହ ପୂର୍ବରୁ ନାରୀ ର କୁଣ୍ଡଳି ମିଶେଇ ବା ଉଚିତ କାରଣ କୁଣ୍ଡଳି ରେ ମାଙ୍ଗଳିକ ଦୋଷ ଥିଲେ ବିବାହ ପରେ ଦାମ୍ପତ୍ୟ ଜୀଵନ ସୁଖ ମୟ ରୁହେ ନାହିଁ । ତେଣୁ ଏହାର ନିବାରଣ କରିବା ଉଚିତ ଏହି ସବୁ ଦୋଷ ଥିବା ନାରୀ ମାନଙ୍କ ଠାରୁ ଦୂରେଇ ରହିବା ଉଚିତ ।

Leave a Reply

Your email address will not be published. Required fields are marked *