କୋଭିଡ଼ ସମୟରେ ଆକାଶ ଛୁଆଁ ହୋଇଥିଲା ସୁନାଦର ତେବେ ବର୍ତ୍ତମାନର ସମୟରେ ସୁନାଦର ଟିକେ କମିବାରେ ଲାଗିଛି । କମିଲା ସୁନା ଦର । ସୁନା ରୂପା କିଣିବା ପାଇଁ ଅପେକ୍ଷା କରୁଥିବା ଲୋକଙ୍କ ଅପେକ୍ଷା ଆଜି ସମାପ୍ତ ହବ । ଆଜି ସୁନା ଦାମରେ ପୁଣି ହ୍ରାସ ଘଟିଛି । ଲଗାତର ସୁନା ରେଟ ହ୍ରାସ ହେବାକୁ ଲାଗିଛି ।
ଆଜି ରେଟ ଅନୁଯାଇ ସୁନା ଓ ରୂପା ଦାମ ବହୁତ କମିଛି ଓ ଆମେ ଆପପଣଙ୍କୁ ସୁନା ଓ ରୂପା ଦାମ ମଧ୍ୟ କହିବୁ ଓ କେତେରୁ କେତେ କମ ହୋଇଛି ତାହା ମଧ୍ୟ କହିବୁ । ତେବେ ସୂଚନା ଅନୁସାରେ ଏହା ଆହୁରି ମଧ୍ୟ ଶସ୍ତା ହୋଇପାରେ ।
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି 950 ଟଙ୍କା କମି 45,200 ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି 1040 ଟଙ୍କା କମି 49,300 ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି । ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି 42,100 ଟଙ୍କା ଓ 45,930 ଟଙ୍କା ଛୁଇଁଛି ।
ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି । ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ 44,940 ଟଙ୍କା ଓ 45,940 ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ 45,200 ଟଙ୍କା ଓ 49,300ଟଙ୍କା ରହିଛି ।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ 43,550 ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ 47,510 ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ 45,460 ଟଙ୍କା ଓ 48,340 ଟଙ୍କା ରହିଛି । ସେହିପରି ରୁପା ମୂଲ୍ୟ ବୃଦ୍ଧି ପାଇଛି । ଆଜି ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି 300 ଟଙ୍କା ବଢି 73,600 ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି । ତେବେ ଯଦି ଅପାନ ସୁନା କିଣିବାକୁ ଚହୁଁଛନ୍ତି ତେବେ ଏହା ବହୁତ ଭଲ ସମୟ ।
ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ,ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ,ଧନ୍ୟବାଦ ।