ବନ୍ଧୁଗଣ, ମହାଶିବରାତ୍ରି ହେଉଛି ହିନ୍ଦୁମାନଙ୍କର ଏକ ବଡ଼ ପର୍ବ । ଶିବରାତ୍ରି ଭଗବାନ ଶିବଙ୍କୁ ସମର୍ପିତ । ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପର୍ବ ପାଳନ କରାଯାଏ । ଚଳିତବର୍ଷ ୧୧ ମାର୍ଚ୍ଚ ୨୦୨୧ ଗୁରୁବାର ଦିନ ପଡ଼ୁଛି ମହାଶିବରାତ୍ରି । ଚତୁର୍ଦ୍ଦଶୀ ତିଥି ୧୧ ମାର୍ଚ୍ଚ ଦିନ ୨.୩୯ରୁ ଆରମ୍ଭ ହୋଇ ୧୨ ମାର୍ଚ୍ଚ ଅପରାହ୍ନ ୩.୦୨ ପର୍ଯ୍ୟନ୍ତ ରହିବ । ଶିବ ଭକ୍ତମାନେ ବର୍ଷ ସାରା ଶିବରାତ୍ରିକୁ ଅପେକ୍ଷା କରିଥାନ୍ତି । ଏ ଅବସରରେ ସେମାନେ ଶିବଙ୍କ ଅଭିଷେକ କରିବା ସହ ତାଙ୍କ ପ୍ରିୟ ଜିନିଷକୁ ଭୋଗ ଲଗାଇଥାନ୍ତି ।
ସେହିପରି କୁଆଁରୀ କନ୍ୟାମାନେ ଏହି ଦିନ ମନଲାଖି ବର ପାଇବା ପାଇଁ ଭଗବାନ ଶିବଙ୍କର ସ୍ୱତନ୍ତ୍ର ପୂଜା କରିଥାନ୍ତି । ଶିବରାତ୍ରି ବ୍ରତ କରିବା ବେଳେ କେତେକ ଜିନିଷ ପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ପଡ଼ିଥାଏ ।
ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ କରନ୍ତୁ ଏହି କାମ:
ବ୍ରତ ଦିନ ସକାଳୁ ଉଠି ସ୍ନାନାଦି କର୍ମ ସାରି ଘରେ କିମ୍ବା ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ପୂଜା କରିବା ଉଚିତ୍ ।
ଓଁ ନମଃ ଶିବାୟ ଜପ କରି ଶିବଲିଙ୍ଗରେ ଜଳ କିମ୍ବା କ୍ଷୀରରେ ଅଭିଷେକ ନିଶ୍ଚୟ କରନ୍ତୁ ।
ମହାଶିବରାତ୍ରିରେ ବ୍ରତ ରଖିବା ବେଳେ ସବୁବେଳେ ସତ୍ୟାଚରଣ, ସଂଯମିତ ବ୍ୟବହାର ଓ ମଧୁର ଭାଷା କୁହନ୍ତୁ ।
ରାତିରେ ସାମୂହିକ ଭାବେ ଘରେ ଶଙ୍କରଙ୍କ ଗୁଣଗାନ କରନ୍ତୁ । ସମସ୍ତେ ମିଶି ମହାଦେବଙ୍କ ନାମ ଜପ କରନ୍ତୁ ଓ ଧ୍ୟାନ ମଗ୍ନ ହୋଇ ତାଙ୍କୁ ସ୍ମରଣ କରନ୍ତୁ ଏବଂ ନିଜ ଦୁଃଖ ବିଷୟରେ ଜଣାନ୍ତୁ ।
ରୁଦ୍ରାଭିଷେକ, ମହାରୁଦ୍ରାଭିଷେକ, ମନ୍ତ୍ରର ଭଜନ କୀର୍ତ୍ତନ କରନ୍ତୁ ।
ଏହି ଦିନ ରାତ୍ରି ଜାଗରଣ ମଧ୍ୟ କରାଯାଏ । କିଛି ଶ୍ରଦ୍ଧାଳୁ ଶିବରାତ୍ରି ପରଦିନ ପରାୟଣ ମଧ୍ୟ କରିଥାନ୍ତି । ଏହା କରିବା ଦ୍ଵାରା ଆପଣାକୁ ଅଶେଷ ପୂଣ୍ୟ ମିଳିବା ସହ ପଣଙ୍କର ସବୁ ଦୁଃଖ କଷ୍ଟ ଦୂର ହୋଇ ଆପଣଙ୍କ ଜୀବନରେ ହସ ଖୁସି ବଢିଥାଏ । ଭଗବାନ ଭୋଲେନାଥ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଅପନକ ଜୀବନକୁ ସୁନ୍ଦର ବଣାଇ ଥାନ୍ତି ।
ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ । ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ ।