ସରକାର ପୁଣି ବଢେଇଲେ ଗ୍ଯାସର ମୂଲ୍ୟ, ଜାଣନ୍ତୁ ଏବେ କେତେ ଅଛି ଗ୍ଯାସର ଦାମ

ବନ୍ଧୁଗଣ ସରକାର ଦିନକୁ ଦିନ ଦରଦାମ ବଢାଇବାରେ ଲାଗିଛନ୍ତି । ଏହା ସାଧାରଣ ଖାଉଟି ପାଇଁ ଅତ୍ୟନ୍ତ ଚିନ୍ତା ର ବିଷୟ ହୋଇଛି । ଗତବର୍ଷ ମହାମାରୀ ସମସ୍ତଙ୍କ ଉପରେ ଆସି ଦାଉ ସାଜିଛି ଏହା ସହିତ ସରକାରଙ୍କ ଏମିତି ଅଚାନକ ଭାବେ ଦରଦାମ ବୃଦ୍ଧି ଆଦୌ ଉଚିତ ନୁହେଁ ବୋଲି ସାଧାରଣ ଜନତା ମାନେ କରିଛନ୍ତି । ଏମିତିରେ ଯଦି କିଏ ସବୁଠାରୁ ଅଧିକ କଠିନ ପରିସ୍ଥିତିର ସାମ୍ନା ହେଉଛନ୍ତି ସେ ହେଉଛନ୍ତି ସାଧାରଣ ଜନତା ଅର୍ଥାତ ମିଡିଲ କ୍ଳାସ ଫ୍ୟାମିଲି । ସାଧାରଣ ଜନତାଙ୍କ ପାଇଁ ଦୁଇ ଓଳିର ରୋଟି ଖାଇବା ପାଇଁ ଅର୍ଥ କମାଇବା କାଠିକର ପାଠ ହୋଇଥାଏ ।

ଏଥିରେ ପୁଣି ସରକାରଙ୍କ ଅଚାନକ ଦରଦାମ ବୃଦ୍ଧି ସାଧାରଣ ଜନତାଙ୍କ ଉପରେ ଦାଉ ସାଜିବା ଭଳି କଥା ହୋଇଛି । ପ୍ରଥମେ ତ ସରକାର ପେଟ୍ରୋଲ ର ଦାମ ବଢାଇ ଖାଉଟିଙ୍କର ଅଣ୍ଟା ଭାଙ୍ଗି ସାରିଛନ୍ତି ବର୍ତମାନ ରୋଷେଇ ଗ୍ଯାସ ର ମୂଲ୍ୟ ବୃଦ୍ଧି କରି ଜନତାଙ୍କ ମୁହଁରୁ ଖାଦ୍ଯ ଖାଇବା ଦୂର କରିବା ଭଳି କାମ କରିଛନ୍ତି । ସରକାର କମ୍ପାନୀ ମାନଙ୍କରେ ଗ୍ଯାସ ସିଲିଣ୍ଡର ର ମୂଲ୍ୟ ବହୁତ ବୃଦ୍ଧି କରିଦେଇଛନ୍ତି । କମ୍ପାନୀ ତରଫରୁ ବିନା ସବସିଡି ଲୋକେ ୧୪.୨ କିଲୋଗ୍ରାମ ର ସିଲିଣ୍ଡରର ଦାମ ୨୫ ଟଙ୍କା ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି ।

ଏହାପରେ ଦେଶ ର ରାଜଧାନୀ ଦିଲ୍ଲୀ ରେ ବିନା ସବସିଡି ବାଲା LPG ସିଲିଣ୍ଡର ୨୫ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇ ସାରିଛି । ଏହାପରେ ମଧ୍ୟ ବର୍ତ୍ତମାନ ଏହାର ମୂଲ୍ୟ ୮୧୯ ଟଙ୍କା ହୋଇ ସାରିଛି । ଏହାର ଦାମ ବଢିବା ପୂର୍ବରୁ ଏହାର ମୂଲ୍ୟ ୭୯୪ ତାଙ୍କ ଥିଲା । ୨୦୨୧ ରେ ଏବେ ପର୍ଯ୍ୟନ୍ତ ଗ୍ଯାସ ସିଲିଣ୍ଡର ର ଦାମ ୧୨୫ ଟଙ୍କା ପର୍ଯ୍ୟନ୍ତ ବଢି ସାରିଛି ।

ଏହି ବର୍ଷ ଆରମ୍ଭ ହେବା ପୂର୍ବରୁ ଗୋଟେ ସିଲିଣ୍ଡର ର ମୂଲ୍ୟ ୧ ଜାନୁଆରୀ ରେ ୬୯୪ ଟଙ୍କା ଥିଲା । ଯାହା ଏବେ ୮୧୯ ଟଙ୍କା ହୋଇସାରିଛି । ଏହା ବ୍ଯତୀତ ସରକାର ଫେବୃଆରି ମାସରେ LPG ସିଲିଣ୍ଡର ର ଦାମ ୩ ଥର ବଢାଇ ସାରିଲେଣି । ସବୁଠାରୁ ପ୍ରଥମେ ୪ ଫେବୃଆରି LPG ର ଦାମ ୨୫ ଟଙ୍କା ବୃଦ୍ଧି ହେଲା । ଦ୍ଵିତୀୟ ଥର ୧୫ ଫେବୃଆରି ରେ ପୁଣି ଥରେ ୨୫ ଟଙ୍କା ବଢାଗଲା ।

୩ ବର୍ଷ ମଧ୍ୟରେ ସମୁଦାୟ ୨୨୫ ଟଙ୍କା ବଢିସାରିଲାଣି । ୨୦୨୦ ରେ ଡିସେମ୍ବର ୧ ରେ ଘରୋଇ ଗ୍ଯାସ ସିଲିଣ୍ଡର ମୂଲ୍ୟ ୫୯୪ ଟଙ୍କା ରୁ ବୃଦ୍ଧି ହୋଇ ୬୪୪ ଟଙ୍କା ପର୍ଯ୍ୟନ୍ତ ହୋଇଥିଲା । ଏହାପରେ ନୂଆବର୍ଷ ରେ  ସରକାର ୫୦ ଟଙ୍କା ବଢାଇ ଦେଲେ । ୬୪୪ ମିଳୁଥିବା ସିଲିଣ୍ଡର କ୍ରମଶ ୬୯୪ ଟଙ୍କା ମୂଲ୍ଯରେ ବିକ୍ରି କରାଗଲା । ଫେବୃଆରି ୪ ତାରିଖରେ ପୁଣି ଥରେ ଗ୍ଯାସ ସିଲିଣ୍ଡର ର ମୂଲ୍ୟ ବଢାଇ ଦିଆଗଲା ।

ଏହାପରେ ୬୯୪ ରୁ ବଢି ୭୧୯ ଟଙ୍କା ପର୍ଯ୍ୟନ୍ତ ବଢିଲା । ଏହା ପରେ କ୍ରମଶ ୧୫ ଫେବୃଆରି ରେ ୭୧୯ ଟଙ୍କା ରୁ ୭୬୯ ଟଙ୍କା ବୃଦ୍ଧି ହେଲା ଏବଂ ୨୫ ଫେବୃଆରି ରେ ୨୫ ଟଙ୍କା ସହିତ ଏହାର ମୂଲ୍ୟ ସମୁଦାୟ ୭୬୯ ଟଙ୍କା ରୁ ୭୯୪ ଟଙ୍କା ଯାଏ ବୃଦ୍ଧି ହେଲା । ବର୍ତ୍ତମାନ ଯେଉଁ ପରିମାଣରେ ଗ୍ଯାସ ସିଲିଣ୍ଡର ର ମୂଲ୍ୟ ବୃଦ୍ଧି କାରାଯାଇଛି ମୋଟ ଉପରେ ବର୍ତ୍ତମାନ ୮୧୯ ଟଙ୍କା ରେ ଆସି ପହଞ୍ଚିଛି ।

ସରକାର ଗୋଟିଏ ଲୋକଙ୍କୁ ଗୋଟିଏ ବର୍ଷରେ ୧୨ ଟି ଗ୍ଯାସ ସିଲିଣ୍ଡର ସବସିଡି ପ୍ରଦାନ କରୁଛି । ଏମିତିରେ ସାଧାରଣ ଖାଉଟି ଉତ୍ତକଣ୍ଠା ରେ ଆସିଯାନ୍ତି, ଯଦି ଗ୍ରହକଙ୍କୁ ୧୨ ରୁ ୧୩ ଟି ସିଲିଣ୍ଡର ନେବାକୁ ହୋଇଥାଏ ତେବେ ବଜାର ମୂଲ୍ଯରେ ହେବାକୁ ହୋଇଥାଏ । ବନ୍ଧୁଗଣ ଏହି ବିପଦ ସମୟରେ ସରକାରଙ୍କର ଏପରି ଅଚାନକ ପେଟ୍ରୋଲ ପରେ ଗ୍ଯାସ ର ମୂଲ୍ୟ ବୃଦ୍ଧି କରିବା ସତରେ ସାଧାରଣ ଜନତାଙ୍କ ପାଇଁ ଚିନ୍ତାର ବିଷୟ । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିତ କରନ୍ତୁ ।

Leave a Reply

Your email address will not be published. Required fields are marked *