ଶିକ୍ଷା ମନ୍ତ୍ରୀଙ୍କ ବଡ ଘୋଷଣା- କେହି ହେବେନି ଫେଲ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସମସ୍ତେ ପାସ

ବନ୍ଧୁଗଣ ଗତବର୍ଷ କୋରନା ଭଳି ଭୟଙ୍କର ମହାମାରୀ ଆସି ସମଗ୍ର ବିଶ୍ଵର ଭୟଙ୍କର କ୍ଷୟ ଖ୍ଯାତି କରିଅଛି । ଏଥିରେ ସାଧାରଣ ଜନତା ସମେତ ପ୍ରାୟ ସମସ୍ତେ ବହୁତ ଦଯନୀୟ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ମାତ୍ର ଯେଉଁ ମାନେ ବର୍ତ୍ତମାନ ବଞ୍ଚି ଜୀବନ ଜାପନ କରୁଛନ୍ତି ସେମାନଙ୍କ ପିଲା ମାନଙ୍କ ଶିକ୍ଷା ତଥା ସେମାନଙ୍କ ରୋଜଗାର ଉପରେ ବହୁଳ ଭାବରେ ପ୍ରଭାବ ପକାଇ ସାରିଛି । ମହାମାରୀ କାରଣରୁ ସରକାର ସମସ୍ତ ସ୍କୁଲ କୁ ଛୁଟି ରଖିଥିଲେ । ଗତବର୍ଷ ଘରେ ରହି ସମସ୍ତେ ଅନଲାଇନ କ୍ଳାସ କରିଥିଲେ ।

ମାତ୍ର ବର୍ତ୍ତମାନ ସମୟରେ ମଧ୍ୟ କୋରନା ର ଭୟ ସାରା ବିଶ୍ୱରୁ କିଛି ମାତ୍ରାରେ ଯାଇଥିବା ସମୟରେ ତାହା ପୁନ୍ନର୍ବାର ଦ୍ଵାରସ୍ଥ ହେବାରେ ଲାଗିଛି । ଏହିଭଳି ସ୍ଥିତି କୁ ଦେଖି ସରକାର ପୁଣି ଠାରେ ଛାତ୍ର ମାନଙ୍କ ପାଇଁ ଖୁସି ଖବର ଆଣି ଦେଇଛନ୍ତି । ଆଜ୍ଞା ହଁ ଚ୍ଚଳିତ ବର୍ଷ ମଧ୍ୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତେ ପାସ । ବନ୍ଧୁଗଣ ଏଥର କେହି ହେଲେ ହେବେନାହିଁ ଫେଲ । ଏପ୍ରିଲ ମାସରେ ମଧ୍ୟ ଆରମ୍ଭ ହେବନାହିଁ ନୂତନ ଶିକ୍ଷା ବର୍ଷ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହା ବହୁତ ବଡ ଖବର ଅଟେ ।

କୋରନା ମହାମାରୀ ଯୋଗୁଁ ଚ୍ଚଳିତ ବର୍ଷ କୌଣସି କ୍ଳାସ ନ ହୋଇଥିବାରୁ ନିଆଯାଇଛି ଏହିଭଳି ଏକ ନିସ୍ପତି । ଏପ୍ରିଲ ରେ ମଧ୍ୟ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ ନାହିଁ । ପ୍ରଚଣ୍ଡ ଖରା ଏବଂ କୋରନା କୁ ଦୃଷ୍ଟିରେ ରଖି ଚ୍ଚଳିତ ବର୍ଷ ଜୁନ ମାସରେ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ଯନ୍ତ ପଢୁଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କର କୌଣସି ବାର୍ଷିକ ପରୀକ୍ଷା କରାଯାଇ ନଯାଇ କ୍ଳାସ ପ୍ରୋମୋସୋନ ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହି ପିଲାଙ୍କର ଆଉ କ୍ଳାସ ହେବ ନାହିଁ । ସେ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ରେ ଆଉ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ଏଣୁ ଗତବର୍ଷ ଭଳି ଏହି ବର୍ଷ ମଧ୍ୟ ପ୍ରଥମ ରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ର ଛାତ୍ରୀ ମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବ । ଏହି ନିଷ୍ପତ୍ତି କୁ ସ୍ତିର ରଖାଯିବ ବୋଲି ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି । ଏପ୍ରିଲ ରେ ଆରମ୍ଭ ହେଉଥିବା ନୂତନ ଶିକ୍ଷା ବର୍ତ୍ତମାନ ଜୁନ ମାସରେ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ବନ୍ଧୁଗଣ ଖରା ଏବଂ କୋରନା ମହାମାରୀକୁ ନଜରରେ ରଖି ଏପ୍ରିଲ ପରିବର୍ତ୍ତେ ଜୁନରେ ଶିକ୍ଷା ଆରମ୍ଭ କରାଯିବ ବୋଲି ସନ୍ନମାନିୟ ମନ୍ତ୍ରୀ ମୋହଦୟ ସୂଚନା ଦେଇଛନ୍ତି ।

ବନ୍ଧୁଗଣ ମୋଟ ଉପରେ କହିବାକୁ ଗଲେ ଏଥିରେ ଛାତ୍ର ଛାତ୍ରୀ ମାନେ ବହୁତ ଖୁସି ନଜର ଆସୁଛନ୍ତି । ସତରେ କୋରନା ମହାମାରୀ ଟି ସମସ୍ତ କ୍ଷେତ୍ର ଉପରେ କୁ ପ୍ରଭାବ ପକାଇ ଅଛି । ଶେଷରେ ଆମ୍ଭର ଭଗବାନ ଙ୍କ ନିକଟରେ ଗୋଟିଏ ପ୍ରାର୍ଥନା ଯେ, ଯଥା ଶୀଘ୍ର ଏହି ମହାମାରୀ ଟି ସମଗ୍ର ବିଶ୍ଵ ରୁ ବିତାଡିତ ହେଇଯାଉ । ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *