୪୨ ଥରରେ ମାଟ୍ରିକ, ୧୦ ଥରରେ ଯୁକ୍ତ ୨ ପାସ ପରେ ଏବେ ୬୫ ବର୍ଷରେ ବନିଲେ ଓକିଲ

ସମସ୍ତେ କୁହନ୍ତି ପାଠ ପାଇଁ କିଛି ବୟସ ନଥାଏ କିନ୍ତୁ ବହୁତ କମ ଲୋକ ଏହାକୁ କରି ଦେଖାଇବାର ସାହସ ରଖନ୍ତି କଣ ଆପଣ ଜାଣିଛନ୍ତି ଜୀବନରେ ସବୁ କିଛି ବାଣ୍ଟି ହୋଇ ପାରିବ କିନ୍ତୁ ଜ୍ଞାନ କେବେ କେହି କାହା ଠାରୁ ବାଣ୍ଟି ପାରିବେ ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ୪୨ ଥର ପରୀକ୍ଷା ଦେଲା ପରେ ମାଟ୍ରିକ ପାସ କଲେ ଆଉ ଏବେ ୬୫ ବର୍ଷରେ ସେ ଜଣେ ଓକିଲ ହୋଇଛନ୍ତି । ତେବେ ପାଠ ଆଉ ମନ ଶକ୍ତି ମିଶି ଗଲେ ସମସ୍ତେ ନିଜ ଲକ୍ଷକୁ ପାଇ ପାରିବେ ।

ଢେଙ୍କାନାଳ ଜିଲାର ତ୍ରିଲୋଚନ ଦାଶ ଗାଁ ପାରିଖିତା ବାସିନ୍ଦା ଅଟନ୍ତି । ତ୍ରିଲୋଚନ ୧୯୭୨ ରେ ମାଟ୍ରିକ ପରୀକ୍ଷା ପ୍ରଥମ ଥର ପାଇଁ ଦେଇଥିଲେ ଯାହା ପରେ ସେ ଫେଲ ହେଲେ କିନ୍ତୁ ସେ ମନ ଦୁଃଖ କଲେ ନାହିଁ ପ୍ରତି ବର୍ଷ ସେ ପରୀକ୍ଷା ଦେଇ ଚାଲିଲେ ଆଉ ୪୨ ଥର ପରୀକ୍ଷା ଦେଲା ପରେ ସେ ମାଟ୍ରିକ ପାସ କଲେ ଯାହା ପରେ ତାଙ୍କୁ +୨ ପାସ କରିବା ପାଇଁ ୧୦ ବର୍ଷ ଲାଗିଲା ୨୦୧୧ରେ ସେ +୨ ପାସ କଲେ ଆଉ ତା ପରେ ଏକା ଥରକରେ ଗ୍ରାଜୁଏସନ ପାସ କଲେ ଆଉ ତା ପରେ ଏଲ ଏଲ ବି ପାସ କରି ଆଜି ସେ ଜଣେ ଓକିଲ ହୋଇଛନ୍ତି ।

ତେବେ ତାଙ୍କ ଘରେ ଛୁଆ ପିଲା ତାଙ୍କ ନାତି ନାତୁଣୀ ସବୁ ଅଛନ୍ତି କିନ୍ତୁ ତ୍ରିଲୋଚନ କେବେ ଲାଜ କଲେ ନାହିଁ । ଗୋଟେ ସମୟ ଏହି ଭଳି ଆସିଥିଲା ଯେତେବେଳେ ତ୍ରିଲୋଚନ +୨ କ୍ଳାସ କରୁଥିଲେ ସେହି କଲେଜରେ ତାଙ୍କ ପୁଅ ଗ୍ରାଜୁଏସନ ପାଠ ପଢୁଥିଉଳା ତେବେ ପୁଅଙ୍କୁ ଲାଜ ଲାଗିଲେ ମଧ୍ୟ ଗର୍ବ ଥିଲା ଯେ ମୋ ବାପା ପାଠକୁ ଏତେ ମହତ୍ଵ ଦେଇଛନ୍ତି । ଘରର ପରିସ୍ଥିତି ବହୁତ ଭଲ ନଥିଲା ତଥାପି ତ୍ରିଲୋଚନ ହାର ମାଣିଲେ ନାହିଁ ।

ନିଜ ଜୀବନରତେ ଯେତେ ଯାହା କରି ପାରିଲେ କଲେ ଘର ପରିବାର ସବୁ ସମ୍ଭାଳିଲେ ତା ସହ  ନିଜ ସ୍ଵପ୍ନ ମଧ୍ୟ ସାକାର କରି ଚାଲିଲେ ତାଙ୍କ ଏହି ଲକ୍ଷ ପାଇଁ ତାଙ୍କ ସ୍ତ୍ରୀ ବହୁତ ସାହାଜ୍ଯ କରିଛନ୍ତି କିନ୍ତୁ ଆଜି ସେ ଏହି ଦୁନିଆରେ ନାହାନ୍ତି । ତେବେ ତ୍ରିଲୋଚନ ଆମକୁ ଏହା ଶିକ୍ଷା ଦେଲେ ଯେ ପାଠ ପାଇଁ ବୟସ ନଥାଏ ଆଉ ଲକ୍ଷ ହାସଲ କରିବା ପାଇଁ ସଠିକ ପରିଶ୍ରମ ଆବଶ୍ୟକ ହୋଇଥାଏ । ଏତେ ବର୍ଷ କଷ୍ଟ କଲା ପରେ ଆଜି ଲୋକେ ତାଙ୍କୁ ଓକିଲ ଡାକୁଛନ୍ତି ଆଉ ସେ ନିଜ ଭଳି ଦୁଃଖୀ ଲୋକଙ୍କ ପାଇଁ କାମ କରିବା ଯୋଗ୍ୟ ହୋଇ ପାରିଛନ୍ତି ।

Leave a Reply

Your email address will not be published. Required fields are marked *