ଆପଣଙ୍କର ଅଛିକି ହାଇ ବ୍ଲଡ ପ୍ରେସର ? ଜାଣନ୍ତୁ ଭୟଙ୍କର କଥା

ଏହି ୫ ଟି କଥା ଉପରେ ଧ୍ୟାନ ରଖନ୍ତୁ । ଉଚରକ୍ତଚାପ ବ ଯାହାକୁ ହାଇପର ଟେନସନ ମଧ୍ୟ କୁହାଜାଇଥାଏ । ସେ ପୁରୁଷ ହୁଅନ୍ତୁ କି ମହିଳା ଆଜି କାଲି ପ୍ରାୟ ଲୋକ ବ୍ଲଡ ପ୍ରେସରରେ ଆକ୍ରାନ୍ତ । କମ ବଯସର ଲୋକଙ୍କ ଠାରେ ମଧ୍ୟ ଉଚ ରକ୍ତଚାପ ଥିବାର ନଜର ରହିଛି । ୨୦୧୭ ରେ ହୋଇଥିବା ନାସନାଲ ଫ୍ଯାମିଲି ହେଲ୍ଥ ସର୍ଭେ ରିପୋଟ ଅନୁଯାଇ ପ୍ରାୟ ଆଠ ଜଣ ଭାରତୀୟଙ୍କ ମଧ୍ୟରୁ ଜଣଙ୍କ ଠାରେ ଉଚରକ୍ତଚାପ ଦେଖିବାକୁ ମିଳିଥାଏ । ଅର୍ଥାତ ଦେଶରେ ପ୍ରାୟ ୨୦ କୋଟି ଲୋକ ହାଇ ବ୍ଲଡ ପ୍ରେସରରେ ଘାଣ୍ଟି ହେଉଛନ୍ତି ।


ବୟସ ବଢିବ ସହ ଉଚ ରକ୍ତଚାପ ବିପଦ ଆଣିଥାଏ । ଖାସ କରି ୪୫ ବର୍ଷ ବା ତାଠୁ ଅଧିକ ବଯସର ଲୋକଙ୍କ ପାଇଁ ହାଇ ବ୍ଲଡ ପ୍ରେସର ବା ଉଚରକ୍ତଚାପ ଅଧିକ ବିପଦ ସୃଷ୍ଟି କରିଥାଏ । ସବୁଠୁ ଚିନ୍ତା ଜନକ କଥା ହେଉଛି ଏହି ରୋଗ ମଣିଷ ଶରୀରରେ ଗୁପ୍ତ ଭାବରେ ରହିଥାଏ ଆଉ କିଛି ଜଣା ପଡିନଥାଏ । ସେଥିପାଇଁ ଏହାକୁ ସାଇଲେଣ୍ଟ କିଲର ବୋଲି କୁହାଯାଇଥାଏ ।  ସମୟ ସହିତ ବଢୁଥିବା ବ୍ଲଡ ପ୍ରେସର ଶରୀରରେ ଅନ୍ୟ ସମସ୍ଯା ମଧ୍ୟ ସୃଷ୍ଟି କରିଥାଏ ।

ରକ୍ତ ନଳୀରେ ଛୋଟ ଛୋଟ ବବଲ୍ସ ସୃଷ୍ଟି ହୋଇଥାଏ ତାହାକୁ ଆନ୍ୟୁରିଜ କୁହାଯାଏ । ବ୍ଲଡ ପ୍ରେସର ବଢିଲେ ହୃତ୍ପିଣ୍ଡର ଆକାର ବଢିଯାଏ । ଯେଉଁଥି ପାଇଁ ହାର୍ଟ ଫେଲର ଆଶଙ୍କା ବୃଦ୍ଧି ପାଇଥାଏ । କିଡନୀ କାମ କରିବା ବନ୍ଦ କରିଥାଏ ଓ ଆଖିର ସ୍ନାୟୁ ଦୁର୍ବଳ ହୋଇଯାଇଥାଏ । ଦ୍ରୁଷ୍ଟି ଶକ୍ତି କମି ଯାଇଥାଏ ଓ ଅନ୍ଧହେବାର ନଜର ମଧ୍ୟ ରହିଛି ।


କେମିତି ବଢେ ରକ୍ତଚାପ ?

ଅଧିକ ଲୁଣ ଖାଇବା ଓ ଅଧିକ ନିଶା ସେବନ ଶରୀରରେ ପୋଟାସିୟମ କମ ହେବା, କମ ବ୍ୟାୟମ କରିବା ମୋଟାପଣ ଉଚ ରକ୍ତଚାପକୁ ବଢାଇ ଦେଇଥାଏ । ୧୨୦\୮୦ ରୁ କମ ଥିଲେ ସାମାନ୍ଯ ରକ୍ତଚାପ ବୋଲି କୁହାଯାଏ । ୧୨୦ ରୁ ୧୨୯ ମଧ୍ୟରେ ଥିଲେ ଶିଶ୍ଟୋଲିକ ରିଡିଂ ଆଉ ୮୦ ରୁ କମ ଥିଲେ ଡାଇଷ୍ଟୋଲିକ ରିଡିଙ୍ଗ ବୋଲି କୁହାଯାଏ । ଆଉ ଯଦି ୧୩୦ \୮୦ ଥାଏ ତେବେ ତାକୁ ହାଇ ବ୍ଲଡ ପ୍ରେସର ବୋଲିକୁହଯାଏ । ୬୫ ବର୍ଷର ଅଧିକ ବୟସ୍କ ଲୋକଙ୍କୁ ମେଡ଼ିସିନ ଖାଇବା ନିହାତି ଦରକାର ହୋଇଥାଏ ।


ବ୍ଲଡ ପ୍ରେସରରୁ କେମିତି ଦୂରରେ ରହିବ :- କମ ଫ୍ୟାଟ ଯୁକ୍ତ ଖାଦ୍ଯ ଖାଇବା, ଶରୀରରେ ସୋଡିୟମର ମାତ୍ର ନିୟତ୍ରଣ ରଖିବା, ଓଜନ କମ କରିବ । ନିଶା ଦ୍ରବ୍ୟ ଠାରୁ ଦୂରରେ ରୁହନ୍ତୁ । ଯୋଗ ପ୍ରାଣାୟମ ଏବଂ ବ୍ୟାୟମ ନିୟମିତ କରିବା ଆବଶ୍ୟକ । ଏହି ଜିନିଷ ଉପରେ ଧ୍ୟାନ ରଖିଲେ ଉଚ ରକ୍ତଚାପଠୁ ଦୂରରେ ରହିବେ । ନଚେତ ଜୀବନସର ଆପଣଙ୍କୁ ମେଡ଼ିସିନ ଖାଇବାକୁ ପଡିପାରେ ।

Leave a Reply

Your email address will not be published. Required fields are marked *