ହୋଲିଖେଳ ଉପରେ ଲାଗିପରେ କଟକଣା । କାରଣ ପୁଣି ଥରେ କୋରନାର ପ୍ରକୋପ ବଢିବାକୁ ଲାଗିଛି । ମାତ୍ର 3 ସପ୍ତାହ ଭିତରେ କୋରନା ରୋଗୀଙ୍କ ସଂଖ୍ୟା ୬ ହଜାରରୁ ୩୫ ହଜାରରେ ପହଞ୍ଚିଛି । ବହୁତ ଜାଗାରେ କୋରନା ଲାଗି ନାଇଟ କର୍ଫୁ ଲାଗୁ ହୋଇଛି । ଏମିତି ପରିସ୍ଥିତିରେ ହୋଲି ପାଳିବା ବହୁତ ବିପଦ ହୋଇପାରେ । କୁହାଯାଉଚିକି ଯଦି ହୋଲି ଖେଳଯାଏ ତାହେଲେ କାରୋନା ସଂକ୍ରମଣ ବୃଦ୍ଧି ପାଇପାରେ । ରାଜ୍ୟ ସରକାର ହୋଲି ଖେଳିବାକୁ ନେଇ କୌଣସି କଟକଣା ଲାଗୁ କରି ନାହାନ୍ତି । କିନତି ବିଶେଷଜ୍ଞ ମାନେ ହୋଲିକୁ ସତର୍କତାର ସହିତ ପାଳନ କରିବା ପାଇଁ କହିଛନ୍ତି ।
ହୋଲି ଗୁରୁତ୍ବପୂର୍ଣ ନୁହେଁ ଜୀବନ ଗୁରୁତ୍ବପୂର୍ଣ ବୋଲି କହିଛନ୍ତି । ଯଦି ଜୀବନ ରହିବ ତାହେଲେ ବହୁତ ହୋଲି ଖେଳିବେ । ଆସନ୍ତା ୨୯ ତାରିଖରେ ପଡିବ ହୋଲି । ପୂର୍ବ ବର୍ଷ କାରୋନା ଲାଗି ହୋଲି ଖେଳିବା ସମ୍ଭବ ହୋଇନଥିଲା । ଗତ ବର୍ଷ ଅକ୍ଟୋବର ମାସରୁ ଦେଶବ୍ୟାପୀ ଅନଲକ ପ୍ରକ୍ରିୟା ଲାଗି ଲୋକ ବହୁତ ଢିଲା ହୋଇଗଲେଣି ମୁହଁରେ ମସ୍କ ନହିଁ ଲୋକ ପୁରା ଖୋଲରେ ବୁଲୁଛନ୍ତି । ଡାକ୍ତର ନିଜର ମିଶ୍ର କହିଛନ୍ତି ଦେଶର କିଛି ରାଜ୍ୟରେ କରୋନାର ଦିତୀୟ ଅଧ୍ୟାୟ ଚାଲିଛି । ହୋଲି ସମୟରେ ସୁରତ, ମହାରାଷ୍ଟ୍ର ଆଦି ରାଜ୍ୟରୁ ପ୍ରବାସୀମାନେ ଓଡ଼ିଶାକୁ ଆସିବା ଦ୍ଵାରା ରାଜ୍ୟରେ ସଂକ୍ରମଣ ବଢିବାକୁ ନେଇ ଆଶଙ୍କା କରାଯାଇଛି ।
ଏହା ସହିତ ଲୋକ ଏତେ ପାଖରୁ ହୋଲି ଖେଳିବା ଦ୍ଵାରା ମଧ୍ୟ ସଂକ୍ରମଣ ବ୍ୟାପୀ ପାରେ । ସେଥିଲାଗି କହିଛନ୍ତି ହୋଲିଖେଳରୁ ଯଥା ସମ୍ଭବ ଦୂରେଇ ରହିବା ପାଇଁ । ଡାକ୍ତର ତ୍ରିଭୁବନ ମହାପାତ୍ରଙ୍କ ସୂଚନା ଅନୁଯାଇ ହୋଲି ସମୟରେ ରାଜ୍ୟ ସରକାର ଅଧିକ ଭିଡ ପାଇଁ ନିୟତ୍ରଣ ବ୍ୟବସ୍ତା କରନ୍ତୁ । ଆଉ ଲୋକ ମାନେ ଦୂରତା ମଣିବା ସହ ମସ୍କ ପିନ୍ଧିବା ଓ ହାତକୁ ସାନିଟାଇଜ କରିବା ଏହି ସାବି ନିୟମ ପାଳନ କରିବା ଆବଶ୍ୟକ । ଏହି ନୂଆ ଷ୍ଟ୍ରେନ ଯୁବ ପିଢିଙ୍କୁ ସଂକ୍ରମିତ କରିବ ବୋଲି ଏହାର ନୂଆ ଲକ୍ଷଣ ମଧ୍ୟ ଦେଖିବାକୁ ମିଳୁଛି । ତେଣୁ କାରୋନା ସଂକ୍ରମଣକୁ ବଢାଇବ ବୋଲି ଜଣାପଡୁଛି ।
ଏହାମଧ୍ୟ ହୋଲିକୁ ଆଖିଆଗରେ ରଖି କାରୋନା ପାଇଁ ରାଜ୍ୟ ସରକାର ବୈଷୟିକ କମିଟି ସର୍ବସାଧାରଣ ଗାଧୋଇବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । କେବଳ ଗାଧୋଇବା ପାଇଁ ନୁହେଁ ଅଧିକ ଲୋକ ଜମା ହେବ ପାଇଁ ମଧ୍ୟ ରୋକ ଲଗାଇବା ଉପରେ କମିଟି ପ୍ରସ୍ତାବ ଦେଇଛନ୍ତି । ଖାଲି ରାଜ୍ୟ ସରକାର ଏହା ଉପରେ ମୋହୋର ମାରିବା ବାକି ଅଛି । ଯଦି ସରକାର ଏହା ଉପରେ କଟକଣା ଲଗାଇବେ ତେବେ ଚଳିତ ବର୍ଷ ଭଳି ରାଜ୍ୟରେ ହୋଲି ପାଳନ ନେଇ କଟକଣା ଜାରି ହେବ ବୋଲି ଜଣାପଡିଛି ।