ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ଏକ ନୂଆ ଓ ଖବର ଶୁଣିବାକୁ ମିଳିଛି ଯେ ପୁଣିଥରେ ରହିବ ସାରା ଭାରତ ବନ୍ଦ । ମାର୍ଚ୍ଚ ମାସ ୨୬ ତାରିଖରେ ଭାରତ ବନ୍ଦ ର ଡାକରା ଦିଆଯାଇଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ପାଇଁ ଏହି ଭାରତ ବନ୍ଦ ର ଡାକରା ଦିଆଯାଇଛି ଏବଂ କଣ ରହିଛି ଏହାର ପଛରେ କାରଣ । ଏହି ଦିନ କେତେ ଟା ରୁ କେତେଟା ସମୟ ପର୍ଯ୍ୟନ୍ତ ଅଥବା କେତେ ଘଣ୍ଟିଆ ପର୍ଯ୍ୟନ୍ତ ଭାରତ ବନ୍ଦ ରହିବ ଏବଂ ଏହି ଦିନ କଣ ବନ୍ଦ ରହିବ ଓ କଣ ଖୋଲା ରହିବ । ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ବନ୍ଧୁଗଣ ଚାଷୀ ଙ୍କ ଦାବି କୁ କେନ୍ଦ୍ର ସରକାର ଙ୍କ ଅଣଦେଖା କରିବା ପରେ ଦେଶବ୍ୟାପୀ ଆନ୍ଦୋଳନ କୁ ଆହୁରି ଜୋରଦାର କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି ଚାଷୀ । ଆସନ୍ତା ୨୬ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ କରିବାର ଆହ୍ୱାନ ଦେଇଛନ୍ତି ଚାଷୀ । ଅନ୍ୟ ପକ୍ଷରେ ଆନ୍ଦୋଳନ ସ୍ଥଳରେ ଖରା ବଢୁଥିବା ଯୋଗୁଁ ସିଂଘୁ ବର୍ଡର ଉପରେ ପିଚୁ ରାସ୍ତା ଉପରେ ଚାଷୀ ମାନେ ପକ୍କା ଘର ନିର୍ମାଣ କରୁଥିବାର ଦେଖା ଯାଇଛି ।
ଗତ କାଲି ସିଂଘୁ ବର୍ଡର ଉପରେ ଚାଷୀ ମାନଙ୍କ ସଂଗଠନ ବୈଠକ ରେ ଆନ୍ଦୋଳନ କରିବାର ନିଷ୍ପତ୍ତି ନେଇଛନ୍ତି ଏବଂ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ରହିବ ବୋଲି ଚାଷୀ ମାନେ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଆସନ୍ତା ୧୭ ତାରିଖ ଦିନ ଟ୍ରାନ୍ସପୋର୍ଟ ସଂଗଠନ ସହିତ ବୈଠକ କରିବେ ।
ଏହା ସହିତ ଭାରତ ରେ ପେଟ୍ରୋଲ ଓ ଡିଜେଲ ଦର ର ଦାମ ବୃଦ୍ଧି ବିପକ୍ଷରେ ପାଇଁ ଚାଷୀ ମାନେ ରେଳ ଧାରଣା ଜାମ କରିବେ । ତେବେ କେନ୍ଦ୍ରର ନୂତନ କୃଷକ ସଙ୍ଘ ପୁଣି ତେଜିଲା । ଭାରତ ବନ୍ଦ ନିମନ୍ତେ ଡାକରା ଦେଲେ ବିଭିନ୍ନ କୃଷକ ସଙ୍ଘ । ଗତ ୪ ମାସ ଧରି ବିଭିନ୍ନ କୃଷକ ସଙ୍ଘ ଆନ୍ଦୋଳନ ଚଳାଇ ଆସୁଛନ୍ତି । ଗତକାଲି ବିଭିନ୍ନ କୃଷକ ସଙ୍ଘ ସହିତ ଶ୍ରମିକ ଏବଂ ଟ୍ରାନ୍ସପୋର୍ଟ ସଙ୍ଘ ର ବୈଠକ ପରେ ଆସନ୍ତା ୨୬ ତାରିଖ ରେ ଭାରତ ବନ୍ଦ ଡାକରା ର ନିଷ୍ପତ୍ତି ନିଆ ଯାଇଛି ।
ଏହା ସହିତ ତୈଳ, ଗ୍ୟାସ, ପେଟ୍ରୋଲ , ଡିଜେଲ ଓ ଘରୋଇକରଣ ର ପ୍ରତିବାଦ କରି ମଧ୍ୟ ଆନ୍ଦୋଳନ କରିବେ ଚାଷୀ ତଥା କୃଷକ ସଙ୍ଘ । ତେବେ ବର୍ତ୍ତମାନ ସମୟରେ ଏହା ହେଉଛି ସବୁଠାରୁ ବଡ଼ ଖବର । ନୂଆ କୃଷି ଆଇନ ବିରୁଦ୍ଧରେ ତେଜିଲା ଆନ୍ଦୋଳନ, ମାର୍ଚ୍ଚ ୨୬ ତାରିଖରେ କୃଷକ ସଙ୍ଘ ଦ୍ଵାରା ଭାରତ ବନ୍ଦ ଡାକରା ।