ସାବଧାନ ରୁହନ୍ତୁ! ପୁଣିଥରେ ମାଡି ଆସିଲା କରୋନା

ବନ୍ଧୁଗଣ ଗତବର୍ଷ କରୋନା ସମଗ୍ର ବିଶ୍ଵ କୁ ଜଳାଞ୍ଜଳିତ କରିଦେଇଛି । ମହାମାରୀ ଦ୍ଵାରା ବିଶ୍ଵ ର ବହୁତ ଜନତା ଜୀବନ ହରାଇଛନ୍ତି । ବନ୍ଧୁଗଣ ଏହା ଏତେ ଭୟଙ୍କର ପାଲଟି ଯାଇଛି ଯେ, ଏହାର ନାମ ମନୁଷ୍ୟର ମୁଖରେ ଆସିଲେ, ସେ ବହୁତ ଭୟାଭିତ ହୋଇଯାଉଛି । ଗରିବ ଶ୍ରେଣୀର ଲୋକ ବର୍ତ୍ତମାନ ଶୁଦ୍ଧା ନିଜ ଜୀବନ ଶୈଳୀ ରେ ପରିବର୍ତ୍ତନ କରିପାରି ନାହାନ୍ତି । ବନ୍ଧୁଗଣ ପ୍ରାଏ ଏକ ବର୍ଷ ଧରି କରୋନା ଭଳି ମହାମାରୀ ରୁ ଟିକିଏ ରାହାତି ମିଳିବା ବେଳକୁ ଏହା ପୁଣିଥରେ ଦ୍ଵାରସ୍ଥ ହୋଇ ମୁଣ୍ଡ ବଥାର କାରଣ ପାଲଟି ଯାଇଛି ।

ଆଜ୍ଞା ହଁ ବନ୍ଧୁଗଣ ଏହା ବର୍ତ୍ତମାନ ବହୁଳ ଭାବରେ ବ୍ୟାପିବାରେ ଲାଗିଛି । ଆସନ୍ତୁ ଜାଣିବା କେଉଁ କେଉଁ ସ୍ଥାନରେ ପୁନ୍ନର୍ବାର କରୋନା ମହାମାରୀ ର ସଙ୍କଟ ଉପୁଜିଲାଣି । ବନ୍ଧୁଗଣ କରୋନା ପୁଣି ଥରେ ଦ୍ଵାରସ୍ଥ ହୋଇଥିଲା ବେଳେ ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୪୩୦୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହିବର୍ଷର ଏହା ସବୁଠାରୁ ବଡ ସଂଖ୍ୟା ପାଲଟି ସାରିଛି । ଅପର ପାର୍ଶ୍ଵରେ ସରକାର ରାଜସ୍ଥାନରେ ମଧ୍ୟ ନାଇଟ କରଫ୍ଯୁ ଜାରି କରିଛନ୍ତି । ଏଠାରେ ସମସ୍ତ କାର୍ଯ୍ୟ କରିବା ନିଷେଧ କରାଯାଇଛି । ନାଇଟ କରଫ୍ଯୁ ରେ ଦୃଢ ଭାବରେ କାର୍ଯ୍ୟ ତଦାରଖ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ବନ୍ଧୁଗଣ ଏହା ବ୍ଯତୀତ ଛତିଶଗଡ ରେ ସ୍କୁଲ, କଲେଜ, ଅଙ୍ଗନବାଡି ଭଳି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଧ କରିବାକୁ ନିର୍ଦେଶ ଦିଆଯାଇଛି । ବନ୍ଧୁଗଣ ମଧ୍ୟ ପ୍ରଦେଶର ୩ ଟି ସହରରେ ପ୍ରତି ରବିବାର ଲକଡାଉନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ବନ୍ଧୁଗଣ ଓଡିଶାରେ ସମୁଦାୟ ୨୪ ଘଣ୍ଟାରେ ୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦର୍ଶକବନ୍ଧୁ କରୋନା ରୁ ବଞ୍ଚିବା ପାଇଁ ସରକାର ତଥା ସାଧାରଣ ଜନତା ଯେତେ ଯାହା ନିୟମ ଅବଲମ୍ବନ କରିଲେ ମଧ୍ୟ ତାହା ଦୂରେଇ ରାହୁନାହିଁ କିମ୍ବା ତାହା କ୍ଷୟ ମଧ୍ୟ ହେଉନାହିଁ । ୨୪ ଘଣ୍ଟାରେ ସମୁଦାୟ ୪୩ ହଜାର ୮୪୬ ଆକ୍ରାନ୍ତ ।

ବନ୍ଧୁଗଣ ଗତ ୨୪ ଘଣ୍ଟାରେ ଚଳିତ ବର୍ଷ କରୋନା ରେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଏହା ଗତ କିଛିଦିନ ହେବ ବହୁଳ ଭାବରେ ମାଡି ଆସୁଛି । ୬ ଟି ରାଜ୍ୟ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଗୁଜୁରାଟ, ପଞ୍ଜାବ, ମଧ୍ୟପ୍ରଦେଶ ରେ କରୋନା ତୀବ୍ର ଭାବରେ ମାଡି ଚାଲିଛି । ବନ୍ଧୁଗଣ ଦେଶ ତୁଳନାରେ ଏହି ୬ ଟି ରାଜ୍ୟ ସମୁଦାୟ ୮୬% ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି କାରଣରୁ ଛତିଶ ଗଡର ସରକାର ସ୍କୁଲ, କଲେଜ, ଏବଂ ଅଙ୍ଗନବାଦୀ କୁ ବନ୍ଧ କରିବାକୁ ନିର୍ଦେଶ ଦେଇଛନ୍ତି । ବନ୍ଧୁଗଣ ଖବର ଆସିଛି ଯେ ଲୋକ ସଭାର ବାଚସ୍ପତ୍ତି ଓମ ବିର୍ଲା କରୋନା ରେ ଆକ୍ରାନ୍ତ ହୋଇଛନ୍ତି । ବନ୍ଧୁଗଣ ଓଡିଶାରେ ମଧ୍ୟ ଏହା ବହୁଳ ଧୃତ ଗତିରେ ମାଡିବାକୁ ଲାଗିଛି ।

ସବୁଠାରୁ ଅଧିକ ଖୋର୍ଦ୍ଧା ଜିଲାରୁ ୧୫ ଏବଂ କଟକରୁ ୯ ଜଣ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୮୯ ରେ ପହଞ୍ଚିଛି । ଅପର ପାର୍ସ୍ବୋରେ ମଧ୍ୟପ୍ରଦେଶ ର ଭୋପାଳ, ଇନ୍ଧୋର, ଏବଂ ଜବଲପୁର ରେ ପ୍ରତ୍ୟକ ରବିବାର ଲକଡାଉନ କରିବାକୁ ଘୋଷଣା କରାଯାଇଛି । ବନ୍ଧୁଗଣ କରୋନା ମହାମାରୀ ପୁଣି ଥରେ ମାଡି ଆସୁଅଛି । ଏଣୁ ଆପଣ ମାନଙ୍କୁ ବିନୀତ ଆନୁରୋଧ କରୁଅଛୁ କି ଆପଣ ମାନେ ସାବଧାନତା ର ସହିତ ଜୀବନ ଜାପନା କରନ୍ତୁ । ଆପଣଙ୍କୁ ଯଦି ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *