ସ୍ଵାମୀ ଙ୍କ ସହିତ ବସି ଭୋଜନ କରୁଥିବା ସ୍ତ୍ରୀ, ନିଶ୍ଚୟ ଦେଖନ୍ତୁ- Vastu Tips

ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣ ଙ୍କ କହିବା ଅନୁସାରେ ପତିପତ୍ନୀଙ୍କ ବନ୍ଧନ ଏହି ଦୁନିଆର ସବୁଠାରୁ ମଜବୁତ ବନ୍ଧନ ହୋଇଥାଏ । ଭଗବାନ ଶ୍ରୀ କୃଷ୍ଣ ଏହି ବନ୍ଧନ କୁ କେତେକ କ୍ଷେତ୍ରରେ କମଜୋର ମଧ୍ୟ ଦର୍ଶାଇଛନ୍ତି । ଯଦି ସ୍ଵାମୀ ସ୍ତ୍ରୀଙ୍କର ବିଚାର, ବଚନ, କର୍ମ, ଧର୍ମ, ସଂସ୍କାର ଏକାଭଳି ପରିଲକ୍ଷିତ ହୋଇଥାଏ ତେବେ, ଉଭୟଙ୍କ ସମ୍ପର୍କ ମଧ୍ୟ ଅତ୍ୟନ୍ତ ନିବିଡ ହୋଇଥାଏ । ବନ୍ଧୁଗଣ ଯେ କୌଣସି ସମ୍ପର୍କରେ ବିଶ୍ଵାସ ତଥା ବୁଝାମଣା ଉଚିତ ରହିବା ଆବଶ୍ୟକ । ଏହା ସଂପର୍କକୁ ଆହୁରି ନିବିଡ କରିଥାଏ ।

ଯଦି ବୁଝାବଣା ସଠିକ ରହିଥାଏ, ତେବେ ଏହି ସମ୍ପର୍କ ଅତ୍ୟନ୍ତ ସୁଖମୟ ଏବଂ ମଜବୁତ ସାବ୍ୟସ୍ତ ହୋଇଥାଏ । ମାତ୍ର ଏହାର ବିପରୀତ ଯଦି ଏମାନଙ୍କ ଠାରେ ଏପରି କୌଣସି ଗୁଣ ମିଳେନାହିଁ ତେବେ ଉଭୟଙ୍କ ଜୀବନ କଳୀପୂର୍ଣ୍ଣ ଭାବରେ କଟିଥାଏ । ବନ୍ଧୁଗଣ ପତିପତ୍ନୀ ଙ୍କୁ ନିଜ ଦାଂପତ୍ଯ ଜୀବନର ସମସ୍ତ ବଚନ, କର୍ତ୍ତବ୍ୟ ଏବଂ ନିୟମ ଗୁଡିକର ସଠିକ ଭାବେ ପାଳନ କରିବା ଆବଶ୍ୟକ । ଦାଂପତ୍ଯ ଜୀବନରେ ଅଧିକାଂଶ ସମୟରେ ବିନା କାରଣରୁ ମତଭେଦ ହୋଇଥାଏ ।

କୌଣସି ଅନ୍ୟ ବ୍ୟକ୍ତିଙ୍କୁ ନିଜର ବ୍ୟକ୍ତିଗତ ଜୀବନରେ ଦଖଲ ଅନ୍ଦାଜି କରିବାକୁ ଦିଅନ୍ତୁ ନାହିଁ । ସେ ଯେତେ ଆପଣାର ବ୍ୟକ୍ତି ହେଇଥାନ୍ତୁ ତାଙ୍କୁ କେବେ ଆପଣଙ୍କ ଦାଂପତ୍ଯ ଜୀବନରେ ଦଖଲ ଅନ୍ଦାଜି କରିବାକୁ ଦିଅନ୍ତୁ ନାହିଁ । ବନ୍ଧୁଗଣ ଯଦି ଆପଣ ପରସ୍ପରଙ୍କୁ ଆପଣେଇଛନ୍ତି ତେବେ ଉଭୟଙ୍କୁ ଉଭୟଙ୍କର ବ୍ୟବହାରକୁ ମଧ୍ୟ ଆପଣେଇବାକୁ ହେବ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ସ୍ବାମୀଙ୍କ ଭୋଜନ ପରେ ପତୀବ୍ରତା ସ୍ତ୍ରୀ କୁ ଭୋଜନ କରିବା ଆବଶ୍ୟକ ଯଦି ଆପଣ ଏପରି କରନ୍ତି ନାହିଁ । ତେବେ ଆପଣଙ୍କ ପତିବ୍ରତା ଧର୍ମର ନାସ ହୋଇଥାଏ ।

ଯେଉଁ ସ୍ତ୍ରୀ ମାନେ ନିଜ ସ୍ବାମୀଙ୍କ ଭୋଜନ କରିବା ପୂର୍ବରୁ ଭୋଜନ ଗ୍ରହଣ କରିଥାନ୍ତି, ସେମାନଙ୍କ ଘରେ ନକାରାତ୍ମକ ଶକ୍ତି ଭରିଯାଏ । ବାସଗୃହରୁ ସୁଖଶାନ୍ତି ଗାୟବ ହୋଇଯାଏ । ବନ୍ଧୁଗଣ ଏଥିପାଇଁ ମା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ପତି ଏବଂ ପତ୍ନୀଙ୍କୁ ପରସ୍ପରଙ୍କର ସନମାନ ଅବଶ୍ୟ କରିବା ଆବଶ୍ୟକ । ବନ୍ଧୁଗଣ ଯେଉଁ ମହିଳା ମାନେ ନିଜ ସ୍ବାମୀଙ୍କ ଭୋଜନ କରିବା ପରେ ଭୋଜନ କରିଥାନ୍ତି, ସେମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ଅତ୍ୟନ୍ତ ରହିଥାଏ ।

ପରିବାରରେ ସୁଖଶାନ୍ତି ର ବାରତା ଖେଳିଯାଇଥାଏ । ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ସେମାନଙ୍କ ସମସ୍ତ ଦୁଖ କଷ୍ଟ ଦୂର ହୋଇଥାଏ । ପରସ୍ପରଙ୍କର ଧ୍ୟାନ ରଖିବା, ଉଭୟ ପରସ୍ପରଙ୍କ କ୍ରିୟା କଳାପ ଉପରେ ନଜର ରଖିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ମାତ୍ର ପରସ୍ପରକୁ ଯଦି ସମୟ ଦେଇନଥାନ୍ତି, ତେବେ ତାହା ଉଭୟଙ୍କ ପାଇଁ ଅଶୁଭ ବାର୍ତ୍ତା ନେଇଆସିଥାଏ । ଶାସ୍ତ୍ର ଅନୁସାରେ ନାରୀ କୁ ପୁରୁଷର ଅର୍ଦ୍ଧାଙ୍ଗ ବୋଲି କୁହା ଯାଇଛି । ଏଣୁ ସମ୍ପର୍କରେ ବୁଝାମଣା ସହିତ ବିବାହ ସମୟରେ ନେଇଥିବା ସମସ୍ତ ନିୟମ ପାଳନ କରିବା ସହିତ ନିଜ ପରିବାର ର ମାନ-ସନ୍ନମାନ ର ଧ୍ୟାନ ମଧ୍ୟ ରଖିବା ଆବଶ୍ୟକ ।

ସ୍ତ୍ରୀ ମାନେ ଏପପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ, ଯାହାକି ଅନ୍ୟର ସଦସ୍ୟ ଅଥବା ନିଜ ସ୍ବାମୀଙ୍କ ହୃଦୟଙ୍କୁ ଆଘାତ ଦେବ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ନାରୀ କୁ ସର୍ବୋଚ୍ଚ ସ୍ଥାନ ଦିଆ ଯାଇଛି । ଜଣେ ନାରୀ ଚାହିଁଲେ ଗୋଟିଏ ଗୃହକୁ ସଜାଡି ପାରେ ଅଥବା ତାକୁ ନଷ୍ଟ ମଧ୍ୟ କରିପାରେ, ଏଣୁ ନାରୀ ମାନଙ୍କୁ ମା ଲକ୍ଷ୍ମୀ, ଦୂର୍ଗା, କାଳୀ ଙ୍କ ରୂପ ସ୍ଵୋରୂପ ମାନାଯାଇଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି ଭଲ ଲାଗିଥିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *