ଏହି କେତୋଟି ପଶୁ ପକ୍ଷୀ ଆପଣଙ୍କ ଘରକୁ ଟାଣିଆଣନ୍ତି ଧନ ସମ୍ପତ୍ତି, କରନ୍ତୁ ଏହି ଉପାୟ- Shakuna Shastra

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ପଶୁ ପକ୍ଷୀ ମାନେ ଆମ ଜୀବନରେ ବହୁତ ମହତ୍ଵପୂର୍ଣ ଯୋଗଦାନ ଦେଇଥାନ୍ତି, ତେବେ ମଣିଷ ସହ ଯେଉଁ ପ୍ରାଣୀ ମାନଙ୍କୁ ଭଗବାନ ବନେଇଛନ୍ତି ତାର କିଛି ନା କିଛି ବିଶେଷତା ଅଛି । ତେବେ କଣ ଆପଣ ଜାଣିଛନ୍ତି ଏହି ପଶୁ ପକ୍ଷୀ ମାନେ ଆମ ଗ୍ରହ ନଖେତ୍ର ସହ ଯୋଡି ହୋଇଥାନ୍ତି ଆଉ ଏହି ପଶୁ ପାଖିଙ୍କୁ ଭୋଜନ କରାଇଲେ ଆମ ଜୀବନ ବହୁତ ପ୍ରକାର କଷ୍ଟ ଦୂର ହବା ସହ ଆମକୁ ଧନ ସମ୍ପତ୍ତି ଅର୍ଜନ କରିବାର ସୁଯୋଗ ମିଳିଥାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ବିଶେଷ ପଶୁ ପକ୍ଷୀ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣଙ୍କୁ ଜାଣିବା ଆବଶ୍ୟକ ହୋଇଥାଏ ।

୧. କାଉ :

ଆପଣ ମାନେ କାଉକୁ ପ୍ରାୟତଃ ନିଜ ଘର ପାଖରେ ଦେଖୁଥିବେ ତେବେ ଆମ ପରିବେଶକୁ ସଫା ରଖିବାରେ କାଉର ବହୁତ ବଡ ଯୋଗଦାନ ହୋଇଥାଏ । ଏହା ଛଡା କାଉ ଶନି ଦେବଙ୍କ ସାରଥି ହୋଇଥାଏ ସେଥିପାଇଁ ପିଣ୍ଡ ଇତ୍ୟାଦି ଦାନ କରିବା ସମୟରେ ଯଦି ସେହି ଭୋଜନ କାଉ ଗ୍ରହଣ କରିଥାଏ ତେବେ ପିତୃ ପ୍ରସନ୍ନ ହେଲେ ବୋଲି ଲୋକଙ୍କ ମନରେ ଆସା ହୋଇଥାଏ ।

ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ ଅମାବାସ୍ୟା ବା ଶନିବାର ଦିନ କାଉକୁ କ୍ଷୀର ଖାଇବାକୁ ଦେଲେ ଅତ୍ୟନ୍ତ ଶୁଭ ଯଦି କାଉ ଖିରୀ ଗ୍ରହଣ କରିଥାଏ ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ଦାମ୍ପତ୍ୟ ସୁଖ ଆସିବ । ତେବେ ଯଦି ଆପଣଙ୍କ ଉପରେ ରାହୁଙ୍କ ଦ୍ରୁଷ୍ଟି ପଡିଥାଏ ତେବେ ଶନିବାର ଦିନ କାଉକୁ ଲୁଣିଆ ଜିନିଷ ଖାଇବାକୁ ଦିଅନ୍ତୁ ଏହା ଛଡା ଘର ପ୍ରଥମ ରୁଟି କାଉକୁ ଖାଇବାକୁ ଦିଅନ୍ତୁ ଶୁଭ ହବ ଆଉ ରାହୁଙ୍କ ଦୋଷ କଟିଯିବ ।

୨. କୁକୁର :

ଆପଣ ମାନେ ନିଜ ଘର ପାଖରେ କୁକୁରକୁ ଦେଖିବାକୁ ପାଇଥିବେ ତେବେ କଳା କୁକୁଡ଼ା ଘର ପାଖରେ ରହିଲେ ତାକୁ ସବୁଦିନ ଘିଅ ରୁଟି ବା ସାଦା ରୁଟି ଖାଇବାକୁ ଦିଅନ୍ତୁ ଏହା ଦ୍ଵାରା ଆପଣଙ୍କ ଭାଗ୍ୟ ଉଜ୍ଵଳ ହୋଇଥାଏ ଆଉ ଆପଣ ଜୀବନରେ କିଛି ଏମିତି କରି ପାରନ୍ତି ଯାହା କେହି କରି ପାରିବେ ନାହିଁ, ବିଶେଷ କରି ଶନିବାର ଆଉ ଅମାବାସ୍ୟା ଦିନ ଆପଣଙ୍କୁ ଏହି ଉପାୟ କରିବା ଆବଶ୍ୟକ ହୋଇଥାଏ ।

୩. ପାରା :

ପାରା ବହୁତ ପ୍ରକାରର ହୋଇଥାନ୍ତି କିନ୍ତୁ ଆପଣ ଯେଉଁ ପ୍ରକାର ପାରାକୁ ଭୋଜନ ଦେଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି, ସେଥିପାଇଁ ପାରାକୁ ଖାଇବାକୁ ଦିଅନ୍ତୁ ଆଉ ପାରା ଘରେ ରହିଲେ ମାତା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଘରେ ବାସ କରନ୍ତି ଆଉ ଆପଣଙ୍କ ଜୀବନରେ ରାହୁ କେତୁ ପ୍ରଭାବ କମି ଯାଇଥାଏ ।

Leave a Reply

Your email address will not be published. Required fields are marked *