ବନ୍ଧୁଗଣ, ହିନ୍ଦୁ ଧର୍ମର ନବଗ୍ରହ ମାନଙ୍କ ମଧ୍ୟରୁ ଶନିଦେବ ଙ୍କୁ ସର୍ବଶ୍ରେଷ୍ଠ ଗ୍ରହ ମାନାଯାଏ । ଶନିଦେବ ଙ୍କୁ ନ୍ୟାୟଧେଶ ବୋଲି କୁହାଯାଏ । ସାଧାରଣତ ଆମ୍ଭେମାନେ ଶନିଦେବ ଙ୍କୁ ଗୋଟିଏ ଦୁଷ୍ଟ ଗ୍ରହ ମାନି ଭୟ କରିଥାଉ । ମାତ୍ର ଏଭଳି ଆଦୌ ଡରିବା ଉଚିତ ନୁହେଁ । ବନ୍ଧୁଗଣ ଆପଣ ମାନେ ପ୍ରାଏ ଜାଣିନଥିବେ ଯେ ଶନି ସୂର୍ଯ୍ୟ ମାଳିକାର ସବୁଠାରୁ ସୁନ୍ଦର ଗ୍ରହ ଅଟନ୍ତି । ଶନିଦେବା ଙ୍କର ଯେଉଁ ବ୍ୟକ୍ତି ଉପରେ କୃପା ହୋଇଯାଏ ତାଙ୍କ ଭାଗ୍ୟ ସଂପୂର୍ଣ୍ଣ ଭାବେ ବଦଳିଯାଏ ।
ସେହିଭଳି ଶନିଦଶା ଯେଉଁ ବ୍ୟକ୍ତି ଉପରେ ପଡିଥାଏ, ସେ ସେଠାରୁ ବର୍ତ୍ତୀ ପାରେ ନାହିଁ । ବନ୍ଧୁଗଣ କିଛି ନିୟମ ମାନ ରହିଅଛି ଯାହାକୁ ପାଳନ କରିବା ଦ୍ଵାରା ଆପଣ ମାନେ ଶନିଦେବ ଙ୍କୁ ପ୍ରସନ୍ନ କରି ପାରିବେ । ଆସନ୍ତୁ ତେବେ ସେହି ବିଶେଷ ଉପାୟ ସମ୍ବନ୍ଧରେ ଜାଣିନେବା ।
୧- ବନ୍ଧୁଗଣ କଳା ରଙ୍ଗ ଶନିଦେବ ଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ । ଏଥିପାଇଁ ଶନିଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ନିୟମିତ ରୂପରେ କଳା ବସ୍ତୁର ଦାନ କରନ୍ତୁ । କଳା କପଡା, କଳା ଜୀରା, କଳା କୋଳଥ ଡାଲି, ଏବଂ ସୋରିଷ ତେଲ ଇତ୍ୟାଦି କୁ ବିଶେଷ ରୂପରେ ଦାନ କରନ୍ତୁ ।
୨- ଯେଉଁ ବ୍ୟକ୍ତି ଙ୍କ ଠାରେ ଶନିଦୋଷ ଦେଖାଯାଇଥାଏ, ତାଙ୍କୁ ନିୟମିତ ଭାବରେ ଶନିବାର ଦିନ ଶନି ମହାରାଜ ଙ୍କ ମନ୍ଦିରକୁ ଯାଇ ଦର୍ଶନ ନିଶ୍ଚିତ କରିନେବା ଉଚିତ ।
୩- କୌଣସି ବ୍ୟକ୍ତିଙ୍କୁ ଶନି ଙ୍କର ମହାଦଶା ପଡିଥିଲେ, ତେବେ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଏହି କଥା ଦର୍ଶାଯାଇଛି ଯେ, ସେହି ବ୍ୟକ୍ତି ଙ୍କୁ ନିୟମିତ ରୂପରେ ଶନି ମାହାତ୍ମ୍ଯ ନିଶ୍ଚିତ ରୂପରେ ପାଠ କରିବା ଉଚିତ । ଏହାକୁ ପଢିବା ସମୟରେ ନିଜର ଆଚରଣ ସୁଦ୍ଧ ଏବଂ ସାତ୍ଵୱିକ ରଖିବା ଆବଶ୍ୟକ । ଏହି ଉପାୟରୁ ନିଶ୍ଚିତ ରୂପରେ ଶନିଦଶା ତଥା ଶନି ସାଢେସାତ ର ଦୁଷ୍ପ୍ରଭାବ କୁ କମ କରାଯାଇପାରିବ ।
୪- ଶନିବାର ଦିନ ପ୍ରଭୁ ହନୁମାନ ଙ୍କର ମନ୍ଦିରକୁ ଯାଇ ତାଙ୍କୁ ଚମେଲୀ ତେଲ ତଥା କିଛି ସିନ୍ଦୁର ଅର୍ପଣ କରନ୍ତୁ । ବନ୍ଧୁଗଣ ଶନିଦେବ ଏବଂ ହନୁମାନ ଙ୍କୁ ବହୁତ ଭଲ ମିତ୍ର ମାନାଯାଇଥାଏ । ଏଣୁ ହନୁମାନ ଙ୍କର ପୂଜା କରିବା ଦ୍ଵାରା ଶନି ମହାରାଜ ମଧ୍ୟ ପ୍ରସନ୍ନ ହୋଇଯାନ୍ତି ।
୫- ବନ୍ଧୁଗଣ ଶନି ମହାରାଜ ଙ୍କର ଓସ୍ଥଗଛ ଅତ୍ୟନ୍ତ ପ୍ରିୟ ଗଛ ଅଟେ । ଏଣୁ ଓସ୍ଥଗଛ ର ପୂଜା କରିବା ଦ୍ଵାରା ଶନିଦେବ ବହୁତ ପ୍ରସନ୍ନ ହୋଇଥାନ୍ତି । ବନ୍ଧୁଗଣ ଶାସ୍ତ୍ରରେ ଏହା ମଧ୍ୟ କୁହା ଯାଇଅଛି ଯେ, ଓସ୍ଥଗଛ ମୂଳରେ ସମସ୍ତ ଦେବାଦେବୀ ଙ୍କର ବାସ ହୋଇଥାଏ ।
ଏଥିପାଇଁ ଶନିଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତି ଶନିବାର କୁ ଓସ୍ଥଗଛ ମୂଳରେ ଜଳ ଅର୍ପଣ କରି ଗଛଟିର ପରିକ୍ରମା କରନ୍ତୁ । ସେହି ଗଛ ମୂଳରେ ସୋରିଷ ତେଲ ର ଦୀପ ଜଳାନ୍ତୁ ଏବଂ ସେଥିରେ ଗୋଟିଏ ଲୁହା କଣ୍ଟା ମଧ୍ୟ ପକାଇ ଦିଅନ୍ତୁ । ବନ୍ଧୁଗଣ ଏହି ଉପାୟମାନ କରିବା ଦ୍ଵାରା ଶନିଦୋଷ ସମାପ୍ତ ହୋଇ ଭଗବାନ ଶନିଦେବ ଆପଣଙ୍କୁ ଆଶୀର୍ବାଦ କରିଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି ଭଲ ଲାଗିଥିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।