ବିବାହ ଏକ ଅଦ୍ଭୁତ ବନ୍ଧନ ଏହା କେବଳ ଦୁଇ ଲୋକଙ୍କୁ ନୁହେଁ ଦୁଇ ପରିବାରକୁ ଏକ କରିଥାଏ ଅସୁବିଧା ସୁବିଧାରେ ସମ୍ପର୍କୀୟ ମାନଙ୍କ ଠାରୁ ଅଧିକ ଗଭୀର ହୋଇଥାଏ ଏହି ସମ୍ପର୍କ ତେବେ ସ୍ଵାମୀ ସ୍ତ୍ରୀ ସମପ୍ରାକ ରକ୍ତ ସମ୍ପର୍କ ଠାରୁ ବଡ ହୋଇଥାଏ । ତେବେ ଆଜିକା ସମୟରେ ବର ଆଉ କନ୍ୟା ଦୁହେଁ ନିଜ ପସନ୍ଦ ମା ବାପାଙ୍କୁ କହୁଛନ୍ତି ଆଉ ବାପା ମା ସେହି ଅନୁଯାଇ ଝିଅ ବା ପୁଷ ଖୋଜୁଛନ୍ତି । ତେବେ ଆଜିକା ସମୟରେ ସମସ୍ତେ ପାଠ ପଢୁଛନ୍ତି ଓ ପାଠର କେତେ ମହତ୍ଵ ଆପଣ ମାନେ ଜାଣିଥିବେ ବିନା ପାଠ ଆଜିକା ସମୟରେ ଆପଣ କିଛି ରୋଜଗାର କରି ପାରିବେ ନାହିଁ ।
ଦୁଇ ଲୋକଙ୍କ ସହ ସଭ୍ଯ କଥା କହି ପାରିବେ ନାହିଁ ତେବେ ମାନ ସମ୍ମାନ ପାଇବାକୁ ହେଲେ ଜ୍ଞାନ ଅର୍ଜନ କରିବା ବହୁତ ଆବଶ୍ୟକ ଅଟେ । ତେବେ କଣ ଆପଣ କେବେ କାହା ଠାରୁ ଏହା ଶୁଣିବାକୁ ପାଇଥିଲେ ଯେ ପଣିକୀୟ ନ ଜାଣିବାରୁ ବର ବାହାଘର ଭାଙ୍ଗି ଗଲା ଯଦି ଶୁଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ଆଜିକା ସମୟରେ ଯଦି କେହି ଅପାଠୁଆ ଅଛି ତେବେ ତା ବିବାହ ହବା ବହୁତ କଷ୍ଟ କାହିଁକିନା ପାଠ ଆଜିକା ସମୟରେ ବହୁତ ଆବଶ୍ୟକ ଜ୍ଞାନ ଅଟେ ଯାହା ନଥିଲେ ମଣିଷ ପାଇଁ ପ୍ରତି ମୁହୂର୍ତ ଗୋଟେ ଅସୁବିଧା ଆରମ୍ଭ ହୋଇଥାଏ । ତେବେ ଉତ୍ତର ପ୍ରଦେଶ ଜିଲା ମହୁଆରେ ଗୋଟେ ଘର ବିବାହ ହବାକୁ ଯାଉଥିଲା ବିବାହ ଆଗରୁ ଝିଅ ବାପା ପୁଅକୁ ଦେଖିଥିଲେ ଆଉ ପୁଅ ଘର ଲୋକ ଝିଅକୁ ଦେଖି ପସନ୍ଦ କରିଥିଲେ ।
ତେବେ ଝିଅ ଓ ପୁଅ ଦୁହେ କେବେ ଭେଣ୍ଟି ନଥିଲେ ଆଉ ନା କଥା ହୋଇଥିଲେ, ତେବେ ବିବାହ ଦିନ ବର ନିଜ ବର ଯାତ୍ରୀ ମାନଙ୍କ ସହ ବହୁତ ଧୂମଧାମ ସହ ଆସିଥିଲେ ଆଉ କନ୍ୟା ଘର ଲୋକ ତାଙ୍କ ସ୍ଵାଗତ ବହୁତ ଭଲ ଭାବରେ କରିଥିଲେ । ବିବାହ ସମୟ ପାଖେଇ ଆସୁଥିଲା ସେହି ସମୟରେ କନ୍ୟା କେଉଁଠାରୁ ଶୁଣିବାକୁ ପାଇଥିଲେ ଯେ ବର ପାଠ ପଢୀ ନହନ୍ତି ଯାହା ପରେ କନ୍ୟା ନିଜ ବାପା ଓ ଅନ୍ୟ ଘର ଲୋକଙ୍କୁ ବର ପରୀକ୍ଷା ନବା ପାଇଁ ଅନୁମତି ମାଗିଥିଲେ ।
ଆଉ ବାପା ରାଜି ମଧ୍ୟ ହୋଇଥିଲେ ଯାହା ପରେ ଝିଅ ସମସ୍ତଙ୍କ ଆଗରେ ବରକୁ କିଛି ପ୍ରଶ୍ନ ପଚାରିଲେ ଯାହାର ଉତ୍ତର ନ ଦବାରୁ ସେ କେବଳ ୨ ର ପଣିକିୟା ଶୁଣେଇବା ପାଇଁ କହିଥିଲେ । ତେବେ ପାଠ ନ ପଢିଥିବାରୁ ବର କିଛି କହି ପାରିଲେ ନାହିଁ ଯାହା ପରେ କନ୍ୟା ଏହି ବିବାହ ହୋଇ ପାରିବନି ବୋଲି କହି ରାଗି ଯାଇ ଘର ଭିତରକୁ ଯାଇଥିଲେ । ତେବେ ଏହି ଘଟଣା ପରେ ବର ଘର ଲୋକେ କନ୍ୟା ପକ୍ଷ ଲୋକଙ୍କୁ ମିଛ କହିବାରୁ କ୍ଷମା ମାଗିଥିଲେ ଆଉ ଦୁଇ ପରିବାର ଉପହାର ଫେରସ୍ତ କରି ବିବାହ ଭାଙ୍ଗିଥିଲେ ।