ଭୂ-ତା-ଣୁର ଏହି ସବୁ ନକରାତ୍ମକ ଖବର ଭିତରେ ଆଜି ଏପରି ଏକ ଭଲ ଖବର ଆସିଛି । ପ୍ରଥମ ଥର ଭୂ-ତା-ଣୁ ଔଷଧକୁ ଭାରତ ସରକାର ମଞ୍ଜୁରୀ ଦେଇଛନ୍ତି । ବଡ କଥା ହେଉଛି ଏହି ଔଷଧକୁ ପ୍ରସ୍ତୁତି କରିଛନ୍ତି ଭାରତ ସରକାରଙ୍କ ଡିଫେନ୍ସ ରିସର୍ଚ ଆଣ୍ଡ ଡେଭଲୋପମେଣ୍ଟ ଅର୍ଗାନାଇଜେସନ ବା ଡିଆରଡିଓ । ଡିଆରଡିଓ ଦ୍ଵାରା ପ୍ରସ୍ତୁତ ଏହି ଔଷଧକୁ ଜରୁରୀ କାଳୀନ ବ୍ଯବହାର ପାଇଁ ଡିସିଜିଆଇଙ୍କ ଅନୁମତି ଦେଇଛନ୍ତି । ହାଇଦ୍ରାବାଦର ଡାକ୍ତର ରେଡି ଲ୍ୟାବ ସହିତ ଅନୁବନ୍ଧନ କରି ଡିଆରଡିଓ ଏହି ଔଷଧକୁ ପ୍ରସ୍ତୁତ କରିଛି ।
ଏହି ଔଷଧ ଗୁରୁତର ଆ-କ୍ରା-ନ୍ତଙ୍କ ଉପରେ ବ୍ଯବହାର କରାଯିବ । ଏହା ଏକ ପାଉଡର ରୂପରେ ପ୍ଯାକେଟ ରୂପରେ ମିଳିବ ଏବଂ ପାଣିରେ ମିଶାଇ ଏହାକୁ ପିଇବାକୁ ପଡିବ । ଏହି ଔଷଧ ଶରୀର ଭିତରେ ଭୁତାଣୁର ସଂ-କ୍ର-ମ-ଣକୁ ରୋକିବ ।
ହସ୍ପିଟାଲରେ ଭର୍ତି ହେଉଥିବା ସଂ-କ୍ର-ମ-ଣ ରୋ-ଗୀଙ୍କୁ ଏହା ସୁସ୍ଥ କରୁଥିବା କ୍ଲିନିକାଲ ଟ୍ରାଇଲରେ ଦେଖା ଯାଇଛି । ଆଉ ଅକ୍ସିଜେନ ଉପରେ ନିର୍ଭରତା ମଧ୍ୟ ଏହି ଔଷଧ ଦ୍ଵାରା ବହୁତ କମ କରାଯାଉଛି । ବଡ କଥା ହେଉଛି ଏହାକୁ ସହଜରେ ପ୍ରସ୍ତୁତ କରାଯାଇପାରିବ ଏବଂ ସାରା ଦେଶରେ ପ୍ରଚୁର ପରିମାଣରେ ଯୋଗାଇ ଦିଆଯାଇପରିବ । ୧୭ ଟି ହସ୍ପିଟାଲରେ ୧୧୦ ଜଣ ରୋ-ଗୀଙ୍କ ଠାରେ ଏହାକୁ ପ୍ରୟୋଗ କରଯାଇଥିଲା । ଏବଂ ଅଢେଇ ଦିନରେ ସେମାନେ ସୁସ୍ଥ ହୋଇଥିବା ରିପୋର୍ଟ ଆସିଛି ।
ଦେଶୀ ଟୀକା ପରେ ଦେଶୀ ଔଷଧ । ଦେଶରେ ବଢୁଥିବା ଭୂ-ତା-ଣୁ ସଂ-କ୍ର-ମ-ଣ ଭିତରେ ସମସ୍ତଙ୍କୁ ଆଶ୍ଵସ୍ତି କଲା ଭଳି ଗୋଟେ ଖବର ଆସିଛି । ଅନେକ ଟୀକା ଭୀତରେ ପ୍ରଥମ ଥର ଆସିଛି ଭୂ-ତା-ଣୁ ଔଷଧ । ଡିଆର ଡି ଓ ଓ ସିସିଏମ୍ବୀ ର ମିଳିତ ଉଦ୍ୟମରେ ଏହି ଭୂ-ତା-ଣୁ ଔଷଧ ନିର୍ମାଣ କରାଯାଇଛି । ଏହି ଔଷଧର ନାମ ରହିଛି ୨ ଡ଼ିଏକ୍ସ, ଡି ଗ୍ଳୁକୋସ, ୨ ଡିଜି । ହାଇଦ୍ରାବାଦର ଡାକ୍ତର ରେଡି କମ୍ପାନୀର ଲ୍ୟାବ୍ରୋଟୋରିରେ ଏହି ଔଷଧର ପ୍ରସ୍ତୁତି ଚାଲିଛି ।
କେମିତି ଖାଇବେ ଡିଆର ଡିଓର ଭୂ-ତା-ଣୁ ଔଷଧ :- ଏହି ଔଷଧ ପାଉଡର ଭଳି ହୋଇଥାଏ । ଯାହାକୁ ପାଣିରେ ମିଶାଇ ଖାଇବାକୁ ହୁଏ । ଏହି ଔଷଧ ସଂ-କ୍ର-ମି-ତ କୋଷ ଗୁଡିକ ନିକଟରେ ଜାମା ହେବା ପରେ ସଂ-କ୍ର-ମ-ଣ ରୋକିବା ଦିଗରେ କାମ କରେ । ଡିଆରଡିଓ ର ବୈଜ୍ଞାନିକ ମାନେ ଗତ ବର୍ଷ ଏହି ଔଷଧର ପରୀକ୍ଷଣ କରିଥିଲେ । ପରୀକ୍ଷଣ ପରେ ଜଣା ପଡିଥିଲା ଯେ ଏହା ଭୂ-ତା-ଣୁ ରୋକିବାରେ ସହାୟକ ହେଉଛି । ଏହି ଆଧାରରେ ଗତ ବର୍ଷ ମେ ମାସରେ ଏହାର ଦିତୀୟ ସ୍ଟେଜ ଟ୍ରାଇଲ କରିବାକୁ ଅନୁମତି ଦିଆଯାଇ ଥିଲା ।
ଆଉ ଡେସେମ୍ବରରୁ ମାର୍ଚ ୨୦୨୧ ମଧ୍ୟରେ ଏହାର ତୃତୀୟ ପର୍ଯ୍ୟାୟ ପରିକ୍ଷଣ ଆରମ୍ଭ କରଯାଇଥିଲା । ଦିତୀୟ ପର୍ଯ୍ୟାୟର ପରିଣାମ, ଯେଉଁ ରୋ-ଗୀଙ୍କ ଉପରେ ପରୀକ୍ଷଣ ହୋଇଥିଲା ସେମାନେ ଶୀଘ୍ର ସୁସ୍ଥ ହୋଇଥିଲେ । ତୃତୀୟ ପର୍ଯ୍ୟାୟ ପରିଣାମ ଦେଶର ୨୭ ଟି ହସ୍ପିଟାଲ ୨୨୦ ଜଣ ରୋ-ଗୀଙ୍କ ଉପରେ ପରୀକ୍ଷଣ କରଯାଇଥିଲା । ପରୀକ୍ଷଣ ହୋଇଥିବା ରୋ-ଗୀ ଶୀଘ୍ର ସୁସ୍ଥ ହୋଇଥିଲେ । ରୋ-ଗୀଙ୍କ ଅକ୍ସିଜେନ ନିର୍ଭରତାଶୀଳତାର ମାତ୍ରା ମଧ୍ୟ କମି ଥିବା ଦେଖିବାକୁ ମିଳିଥିଲା ।