୨୬ ମେ ୨୦୨୧ରେ ଏହି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ଏହି ଚନ୍ଦ୍ର ଗ୍ରହଣ ପୁରା ଭାରତରେ ଦେଖିବାକୁ ମିଳିବ ନାହିଁ । କିନ୍ତୁ କିଛି ଅଂସରେ ଏହି ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିପାରେ ।
ଜ୍ୟୋତିଷ ମାନ୍ୟତା ଅନୁସାର ଯେତେବେଳେ ବି କୌଣସି ବି ଗ୍ରହଣ ଲାଗିଥାଏ ତେବେ ତାହାର ପ୍ରଭାବ ସବୁ ରାଶି ଉପରେ ଅବଶ୍ୟ ଦେଖିବାକୁ ମିଳିଥାଏ । କିନ୍ତୁ କିଛି ରାଶି ଉପରେ ଏହାର ଶୁଭ ପ୍ରଭାବ ପଡିଥାଏ ତ କିଛି ରାଶିମାନଙ୍କ ଉପରେ ଏହାର ଅଶୁଭ ପ୍ରଭାବ ପଡିଥାଏ । ୨୬ ମେ ରେ ଆସୁଥିବା ଏହି ଗ୍ରହଣ ଏକ ଉପଛାୟା ଚନ୍ଦ୍ର ଗ୍ରହଣ ଅଟେ । ଯେଉଁ କାରଣରୁ ଏହାର ସୁତକ କାଳ ମାନନୀୟ ହେବ ନାହିଁ । ଆପଣଙ୍କର ଜାଣିବା ନିମନ୍ତେ କହିଦେଉଛୁ କି ଏହି ଗ୍ରହଣ ୫ ଘଣ୍ଟା ୧ ମିନିଟ ପର୍ଯ୍ୟନ୍ତ ଲାଗିବ । ଯାହାକି ଭାରତରେ ଦ୍ଵିପହର ୨ :୧୮ ସନ୍ଧ୍ୟା ୭ :୧୯ ମିନିଟ ପର୍ଯ୍ୟନ୍ତ ଦେଖିବ । ଏମିତିରେ ଏହି ଗ୍ରହଣର ପ୍ରଭାବ ଆପଣଙ୍କ ରାଶି ଉପରେ କଣ ପଡିବ ସେହି ବିଷରେ କହିବୁ ।
ମେଷ ରାଶି
ଏହି ଗ୍ରହଣର ପ୍ରଭାବରେ ଆପଣଙ୍କର ଆର୍ଥିକ ପକ୍ଷ ମଜବୁତ ହେବ । ଆପଣଙ୍କର ମନକୁ ଶାନ୍ତି ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ଏହି ସମୟରେ ଆପଣଙ୍କୁ ସଫଳତା ମିଳିପାରେ । କିନ୍ତୁ ଏହି ସମୟରେ ଆପଣ ଧ୍ୟାନ ପୂର୍ବକ ଗାଡି ଚଲାନ୍ତୁ । ଏହି ରାଶିର ବ୍ୟକ୍ତିମାନଙ୍କ ମନରେ ସାମାଜିକ ଗତିବିଧି ଅଧିକ ରହିବ । ରୋଜଗାର ପ୍ରାପ୍ତି ପ୍ରୟାସରେ ସଫଳ ହୋଇପାରନ୍ତି ।
କନ୍ୟା ରାଶି
ଚାକିରି ଓ ବ୍ୟାପାରରେ ଆପଣଙ୍କୁ ଲାଭ ମିଳିବାର ଯୋଗ ଅଛି । ଭାଗ୍ୟ ଉଦୟ ବି ହେବ । ଧନଲାଭର ସଂକେତ ମିଳୁଛି । କୌଣସି ବି କାମକୁ କରିବା ପୂର୍ବରୁ ତାହା ବିଷୟରେ ଚିନ୍ତା କରନ୍ତୁ । ପ୍ରେମ ଜୀବନ ପାଇଁ ବର୍ତ୍ତମାନର ସମୟ ଆପଣଙ୍କ ପାଇଁ ଉଚିତ ଅଟେ । ପତ୍ନୀଙ୍କ ସହିତ ଆପଣ ସମୟ ବ୍ୟତୀତ କରିବେ ।
ମକର ରାଶି
ଆପଣଙ୍କ ଭାଗ୍ୟରେ ସୁଧାର ଆସିବ । କ୍ୟାରିୟରରେ ଆଗକୁ ବଢି ପାରନ୍ତି । ଶଶୁର ଘର ସହ ସମ୍ବନ୍ଧ ଭଲ ହୋଇପାରେ । ଦାମ୍ପତ୍ୟ ଜୀବନରେ ଖୁସି ଆସିବ । ବ୍ୟାପାରରେ ଉନ୍ନତି ହୋଇପାରେ । ଆପଣ ଯେଉଁ କାମ ଆରମ୍ଭ କରିବେ, ସେଥିରେ ଆପଣଙ୍କୁ ଭଲ ସଫଳତା ମିଳିବାର ସମ୍ଭାବନା ଅଛି । ଚାକିରି କ୍ଷେତ୍ରରେ କର୍ମଚାରୀଙ୍କୁ ପୁରା ସପୋର୍ଟ ମିଳିବ । ଆପଣଙ୍କର କୌଣସି ଅଧୁରା ଇଚ୍ଛା ପୁରା ହୋଇପାରେ ।
ମିଥୁନ ରାଶି
ଏହି ରାଶିର ଲୋକମାନଙ୍କ ଭିତରେ କାମ କରିବାର ଏକ ଭିନ୍ନ ଉତ୍ସାହ ନଜର ଆସିବ । ଅଟକିଥିବା କାମ ସମୟ ଉପରେ ପୁରା ହେବ । ଆପଣଙ୍କର ପ୍ରଭାବ ବଢିବ । ଆପଣଙ୍କୁ ସଫଳତା ମିଳିବାର ସମ୍ଭାବନା ଅଛି । ମାନସିଆକ ଚିନ୍ତା କମ ରହିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପୁରା ଧ୍ୟାନ ରହିବ । ମାନ ସମ୍ମାନ ପ୍ରତିଷ୍ଠା ହୋଇପାରେ । ଲଭ ଲାଇଫ ଭଲ ରହିବ । ଦାମ୍ପତ୍ୟ ଜୀବନରେ ସୁଖ ମିଳିବ ।