ଅନାଥ ଝିଅ କେବେ ବାନ୍ଧିଥିଲା ରାକ୍ଷୀ ପୋଲିସ ବାବୁ କିଛି ଏମିତି ସୁଝିଲେ ରାକ୍ଷୀର କରଜ, ଜାଣିଲେ ଆଖିରୁ ଲୁହ ଝରିଯିବ

ବନ୍ଧୁଗଣ, ମୁଖ୍ୟତ ପୋଲିସ ଙ୍କୁ ନେଇ ଲୋକ ମାନଙ୍କର ବିଚାର ଅଲଗା ଅଲଗା ହୋଇଥାଏ । କେହି କେହି ପୋଲିସଙ୍କୁ ଭଲ କହିଥିବା ବେଳେ ଅନ୍ୟ ପକ୍ଷରେ କେତେ ଜଣ ପୋଲିସ ଙ୍କୁ ଖରାପ ମଧ୍ୟ କହିଥାନ୍ତି । ପୋଲିସ ବାବୁ ମାନଙ୍କର କାର୍ଯ୍ୟ ଜନସେବା ହୋଇଥାଏ ।

ମାତ୍ର କେତେକ କ୍ଷେତ୍ରରେ ଏହି ସରକାରୀ ବାବୁ ମାନମେ କିଛି ଏଭଳି କାର୍ଯ୍ୟ କରିଥାନ୍ତି ଯାହା ଫଳରେ ଅନେକ କ୍ଷେତ୍ରରେ ଏମାନଙ୍କ ନାମ ପୁରା ବଦନାମ ହୋଇଥାଏ । ମାତ୍ର ସମସ୍ତ ବ୍ୟକ୍ତି ଏକାଭଳି ଆଦୌ ହୋଇନଥାନ୍ତି । କେବଳ ଗୋଟିଏ ପୋଲିସ ଅଫିସର ଙ୍କର କାର୍ଯ୍ୟକଳାପ ଙ୍କୁ ଦେଖି ସଂପୂର୍ଣ୍ଣ ପୋଲିସ ଅଫିସର ମାନଙ୍କୁ ଖରାପ ଆକ୍ଷେପ କରିବା ଆଦୌ ଉଚିତ ନୁହେଁ । ଆଜି ଆମ୍ଭେ ଏକ ଏଭଳି ଖବର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣ ମାନେ ଶୁଣି ଆପଣଙ୍କ ମନରେ ଥିବା ସମସ୍ତ ଭୁଲଧାରଣା ଦୂର ହୋଇଯିବ ।

ପୋଲିସ କୁ ଜନତା ର ରକ୍ଷକ ବୋଲି କୁହାଯାଏ । ମାତ୍ର ଏହି ପୋଲିସ ଅଫିସର ଜଣକ କେବଳ ଜନତା ର ରକ୍ଷକ ନୁହନ୍ତି ସେ, ଜାଣେ ଏଭଳି ସରକାରୀ ଅଫିସର ଅଟନ୍ତି ଯେ କି ବେସାହାରା ଲୋକଙ୍କୁ ମଧ୍ୟ ସାହାର୍ଯ୍ୟ କରିଥାନ୍ତି । ଏହି ଅଫିସର ଙ୍କର ନାମ “ହନୁମନ୍ତ ତିୱାରୀ” ଅଟେ । ସେ ଜଣେ ଗରିବ ଝିଅ କୁ ନିଜ ଭଉଣୀ ଭାବରେ ସ୍ଵୀକାର କରିଥିଲେ ଏହାପରେ ତାହାର ବିବାହ ବହୁତ ବଡ ଧୂମଧାମରେ ସମ୍ପର୍ଣ୍ଣ କରାଇଲେ ।

ଏହି ପୁରା ମାମଲା ଟି ଉତର ପ୍ରଦେଶ ର ଲକ୍ଷ୍ମୀପୁର କଶ୍ଵା ସହରର ସିକନ୍ଦାବାଦ ଅଞ୍ଚଳର ଅଟେ । ଏହି ଅଞ୍ଚଳର ଜଣେ ନିବାସୀ “ବିଚଳ ତ୍ରିବେଦୀ” ଙ୍କର ଙ୍କର ଗତବର୍ଷ ଦେହାନ୍ତ ହୋଇଯାଇଥିଲା । ଏହାପରେ ତାଙ୍କ ପରିବାର ସଂପୂର୍ଣ୍ଣ ଭାବରେ ବିଛିନ୍ନ ହୋଇଯାଇଥିଲା । ଏହି ବେସାହାରା ପରିବାର କୁ ସାହାରା ମିଳିଲା ସେହି ଅଞ୍ଚଳର ପୋଲିସ ଅଫିସର “ହନୁମନ୍ତ ତିୱାରୀ” ଙ୍କର ।

ସେ “ବିଚଳ ତ୍ରିବେଦୀ” ଙ୍କର ଝିଅ ଙ୍କୁ ନିଜ ଭଉଣୀ ମାନିଲେ । ଏବଂ ତାଙ୍କ ଠାରୁ ରାଖି ବନ୍ଧାଇଲେ । ସେହି ବେସାହାରା ଝିଅଟିକୁ ନିଜ ଭଉଣୀ ମାନିବା ସହିତ ତାହାର ସମସ୍ତ ବିବାହ ର ଦାଇତ୍ଵ ମଧ୍ୟ ନିଜ କାନ୍ଧ ଉପରେ ନେଲେ । ସେ ଜଣେ ପୋଲିସ ଅଧିକାରୀ ହୋଇଥିବା ପରିବର୍ତେ ସେ ଭଉଣୀ ମନିଥିବା ଝିଅ “ଅନିତା” ଙ୍କ ବିବାହ ବହୁତ ଧୂମଧାମରେ ସମାପ୍ତ କରିଥିଲେ । “ବିଚଳ ତ୍ରିବେଦୀ” ଙ୍କ ପତ୍ନୀଙ୍କ କହିବା ଅନୁସାରେ ହନୁମନ୍ତ ଜଣେ ପୁଅ ର ସମସ୍ତ ଦାଇତ୍ଵ ତୁଲାଇଲେ । “ବିଚଳ ତ୍ରିବେଦୀ” ଙ୍କର ୩ ଟି ସନ୍ତାନ, ୨ ଟି ଝିଅ ଏବଂ ୧ ଟି ପୁଅ ।

ମାତ୍ର ପୁଅ ଟି ଏତେ ଛୋଟ ଅଟେ ଯେ ସେ ସେହି ପରିବାରର ସମସ୍ତ ଦାଇତ୍ଵ ତୁଲାଇ ପାରିବ ନାହିଁ । ଏଣୁ ପୋଲିସ ଅଧିକାରୀ “ହନୁମନ୍ତ ତିୱାରୀ” କହିଛନ୍ତି ଯେ, ସେ ଯେଉଁଠାରେ ମଧ୍ୟ ରୁହନ୍ତୁ କିନ୍ତୁ ଯଥା ସମ୍ଭବ ଏହି ପରିବାରର ସହାୟତା ସମସ୍ତ ପରିସ୍ଥିତିରେ କରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବବିବରଣୀ ଟି ଭଲ ଲାଗିଲେ ନିଜର ମତାମତ କାମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *