Anubhab ଓ Barsha ଗଲେ ଫ୍ଯାମିଲି କୋର୍ଟ, ରିପୋର୍ଟର ପଚାରିବାରୁ କହିଲେ କିଛି ଏମିତି…

ବନ୍ଧୁଗଣ, ଓଲିଉଡ ର କିଙ୍ଗ “ଅନୁଭବ ମହାନ୍ତି” ଏବଂ ଅଭିନେତ୍ରୀ “ବର୍ଷା ପ୍ରିୟଦର୍ଶନୀ” ଙ୍କ ବିବାଦ ସମ୍ବନ୍ଧରେ ଆପଣ ମାନେ ଜାଣିଥିବେ । ବର୍ତ୍ତମାନ ଉଭୟ କୋର୍ଟ ର ଦ୍ଵାରସ୍ଥ ହୋଇଛନ୍ତି । ବିବାଦ କୁ ନେଇ କୋର୍ଟ ରେ ନଜର ଆସିଥିଲେ ବର୍ଷା ଏବଂ ଅନୁଭବ ।

କୋର୍ଟ ରେ ପହଞ୍ଚିବା ପରେ ମି-ଡି-ଆ ଭାଇ ମାନେ ସାଂସଦ ତଥା ଅଭିନେତା “ଅନୁଭବ ମହାନ୍ତି” ଙ୍କୁ କିଛି ପ୍ରଶ୍ନ ପଚାରିବାକୁ ଚାହୁଁଥିଲେ । ମାତ୍ର ଅନୁଭବ ମହାନ୍ତି ତାହା ଦେଖି କହିଲେ,- “ଥାଉ ଥାଉ କଣ କହିବି ? ପର୍ଶନାଲ ମ୍ୟାଟର ଆଜ୍ଞା କଣ କହିବି ? ମି-ଡି-ଆ ଭାଇ ମାନେ ପଚାରିଥିଲେ ଆଜି ବାରବାଟୀ ଷ୍ଟାଡିୟମ ଯାଇ ନାହାନ୍ତି ? ଅନୁଭବ କହିଲେ ଯେ, ଆଜି ମୁଁ ବାରବାଟୀ ଷ୍ଟାଡିୟମ ଯାଇ ନାହିଁ । ଆପଣ ମାନଙ୍କୁ ଦେଖା କରିବାକୁ ଏଠିକୁ ଆସିଆଛି । ପୁନର୍ବାର ତାଙ୍କୁ ପଚରା ହେଲା ଆଜି କାଉନ୍ସଲେସନ ଥିଲା କଣ ହେଲା ?

ଏହାପରେ ଅନୁଭବ କହିଥିଲେ ଯେ, ଆଇନ ଅତିଶୀଘ୍ର ତାହାର କାର୍ଯ୍ୟ ଆରମ୍ଭ କରିବ, ସେତେବେଳେ ମୁଁ ଆପଣଙ୍କୁ ଜଣାଇବି । ଏହା ମୋର ବ୍ୟକ୍ତିଗତ ଜୀବନ ଅଟେ । ମୁଁ ଆଦୌ ଚାହୁଁନାହିଁ ଆପଣ ମାନଙ୍କୁ କିଛି କହିବାକୁ ଯାଉନାହିଁ । ମାତ୍ର ଆପଣ ମାନଙ୍କର ଶୁଭେଛା ଏବଂ ଆଶୀର୍ବାଦ ଥାଉ । ଯାହା ମଧ୍ୟ ହେଉ ନ୍ୟାୟ ର ଜୟ ହେଉ ସତ୍ୟ ର ଜୟ ହେଉ ।

ଆଉ ଜଣେ ମି-ଡି-ଆ ଭାଇ ପଚାରିଲେ ଆପଣ ପୁରିଘାଟ ଥାନା ରେ ଅଭିଯୋଗ କରିଛନ୍ତି କି ? ଅନୁଭବ ପୁଣିଥରେ ସେହି କଥା କହିଲେ ଯେ, ମୁଁ ଆଦୌ ଡ଼ିସକସ କରିବାକୁ ଚାହୁଁନାହିଁ ମୋର ପେର୍ସୋନାଲ ଲାଇଫ କୁ । ଏହା କହି ଅନୁଭବ ମାହାନ୍ତି ଗାଡିରେ ବସି ଚାଲି ଯାଇଥିଲେ । ଏହାପରେ ବର୍ଷା ପ୍ରିୟଦର୍ଶନୀ ଙ୍କୁ ମି-ଡି-ଆ ଭାଇ ମାନଙ୍କର ସାମ୍ନା କରିବାକୁ ପଡିଥିଲା ।

ବର୍ଷା ଙ୍କୁ ମଧ୍ୟ ଅନେକ ପ୍ରଶ୍ନ ପଚରା ଯାଇଥିଲା ମାତ୍ର ବର୍ଷା ପଦୁଟିଏ ମଧ୍ୟ ଉତ୍ତର ଦେଇ ନଥିଲେ । ବର୍ଷା ସିଧାସଳଖ ଯାଇ ନିଜ କାର ଭିତରେ ବସି ସେଠାରୁ ପଳାଇ ଥିଲେ । ଓଲିଉଡ ଇଣ୍ଡଷ୍ଟ୍ରୀ ର ଏହି ନାମିଦାମି କଳାକାର ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ।

ପ୍ରତିଦିନ କିଛି ନା କିଛି ବିବାଦ ଉଭୟଙ୍କ ମଧ୍ୟରେ ଲାଗୁଥିବାର ସୂଚନା ମିଳୁଅଛି । ଏ ସବୁ କୁ ଦୃଷ୍ଟିରେ ରଖି ମାନ୍ୟବର ହାଇ କୋର୍ଟ ମଧ୍ୟ ନିଜର ନିଷ୍ପତ୍ତି ଶୁଣାଉ ନାହାନ୍ତି । କିନ୍ତୁ ଏହି ପ୍ରସିଦ୍ଧ ଯୋଡି କୁ ଭଲ ପାଉଥିବା ଦର୍ଶକ ବର୍ତ୍ତମାନ ଉଭୟଙ୍କୁ ଏକତ୍ରିତ ଦେଖିବାକୁ ଚାହୁଁଛନ୍ତି ।

ଉଭୟ ନିଜର ଅଭିନୟ ଜରିଆରେ ଲକ୍ଷାଧିକ ଦର୍ଶକ ଙ୍କ ହୃଦୟରେ ଘର କରି ବସିଥିବା ବେଳେ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଏଭଳି ବିବାଦ ଲାଗୁଥିବାରୁ ଦର୍ଶକେ ନିରାଶ ହୋଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ବିବାଦକୁ ନେଇ ମତାମତ କଣ ଅଟେ, ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *