ପ୍ରକାଶ ପାଇବ CHSE +୨ ଫଳ, ବାହାରିଲା ତାରିଖ, ଜାଣନ୍ତୁ କେବେ

ବର୍ତ୍ତମାନର ସବୁଠୁ ବଡ ଖବର କି ଜୁଲାଇ ୩୧ ଶୁଦ୍ଧା ଯୁକ୍ତ ଦୁଇ ରେଜେଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । କହିବାକୁ ଗଲେ କୋର୍ଟଙ୍କ ନିର୍ଦେଶ ପରେ ସମୀର ରଞ୍ଜନ ଦାସ ଏହିଭଳି ଘୋଷଣା କରିଛନ୍ତି ।

କୋର୍ଟଙ୍କ ଏହି ନିର୍ଦେଶ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି କି ଜୁଲାଇ ମାସରେ ଆମେ + ୨ ଫଳ ପ୍ରକାଶିତ କରିବାକୁ ଚେଷ୍ଟା କରୁଛୁ । କହିବାକୁ ଗଲେ କରୋନା କଟକଣା ମଧ୍ୟରେ ପିଲାମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହିଭଳି ନିଷ୍ପତି ନିଆଯାଇଛି । ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ଫଳ ପ୍ରକାଶିତ କରିବା ପାଇଁ ସୁପ୍ରମି କୋର୍ଟ ଆଦେଶ ଦେଇଛନ୍ତି । ଏହି କାରଣରୁ ବହୁତ ଜଲ୍ଦି ଯୁକ୍ତ ଦୁଇ ଛାତ୍ର ଛାତ୍ରୀମାନଙ୍କର ପରୀକ୍ଷା ଫଳ ପ୍ରକାଶିତ ହେବ ।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମିଡିଆ ସହ କଥାବାର୍ତ୍ତା କରି କହିଲେ କି ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁସାରେ ୩୧ ଜୁଲାଇ ପର୍ଯ୍ୟନ୍ତ ରେଜେଲ୍ଟ ପ୍ରକାଶ କରିବାର ପ୍ରୟାସ ପୂର୍ବରୁ ହିଁ ଜାରି ଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଜୁନକୁ କୋଭିଡ – ୧୯ ମହାମାରୀର ସ୍ଥିତି ଦେଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ଦ୍ଵାରା ଆୟୋଜିତ ପ୍ଲସ ୨ ପରୀକ୍ଷାକୁ ବନ୍ଦ କରିବା ପାଇଁ ଘୋଷଣା କରିଥିଲେ ।

ସୁପ୍ରିମ କୋର୍ଟର ଆଦେଶ ଅନୁସାରେ ଆମେ ୩୧ ଜୁଲାଇ ପର୍ଯ୍ୟନ୍ତ ଯୁକ୍ତ ଦୁଇର ପରିଣାମ ପ୍ରକାଶିତ କରିବାକୁ ପୁରା ଚେଷ୍ଟା କରୁଛୁ । ଯଦି କୌଣସି ସ୍ଥିତି ଉତ୍ପନ୍ନ ହୁଏ, ତେବେ ଏହା ଗୋଟିଏ କିମ୍ବା ଦୁଇ ଦିନ ପୂର୍ବରୁ ସ୍ଥଗିତ କରାଯାଇ ପାରେ । ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାକୁ ବନ୍ଦ କରିବା ପରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ CHSE ବିଶେଷଜ୍ଞମାନଙ୍କ ସହ ପରାମର୍ଶ କରି ଯୁକ୍ତ ଦୁଇ ଛାତ୍ରମାନଙ୍କ ନମ୍ବର ଦେବା ପାଇଁ ଗୋଟିଏ ଭଲ ପରିଭାଷିତ ଉଦ୍ଦେଶ୍ୟ ମାନଦଣ୍ଡ ପ୍ରସ୍ତୁତ କରିବା ପାଇଁ ନିର୍ଦେଶ ଦେଇଥିଲେ ।

ରାଜ୍ୟ ସ୍କୁଲ ଗଣ ଶିକ୍ଷା ବିଭାଗ ଯୁକ୍ତ ଦୁଇ ପରୀକ୍ଷା ପାଇଁ ବିକଳ୍ପ ମୂଲ୍ୟାଙ୍କନ ମାନଦଣ୍ଡ ପାଇଁ ୧୪ ଜଣିଆ ସଦସ୍ୟ ଟିମ ଗଠନ କରିଥିଲେ । ଏହା ପୂର୍ବରୁ ଗତ ମାସରେ ସୁପ୍ରିମ କୋର୍ଟ ରାଜ୍ୟ ବୋର୍ଡକୁ ୧୨ କ୍ଳାସ ପରୀକ୍ଷା ପରିଣାମ ୩୧ ଜୁଲାଇ ପର୍ଯ୍ୟନ୍ତ ଘୋଷିତ କରିବା ପାଇଁ କହିଥିଲେ ।

ଅତିରିକ୍ତ ମୂଲ୍ୟାଙ୍କନ ଯୋଜନାକୁ ୧୦ ଦିନ ଭିତରେ ପ୍ରସ୍ତୁତ କରିବାର ଆବଶ୍ୟକତା ଅଛି, ଶିର୍ଷ ଅଦାଲତରେ ଘୋଷଣା କରାଯାଇଥିଲା । ଏହା ପରେ ସୁପ୍ରମି କୋର୍ଟ କହିଥିଲେ କି ଦେଶର ସବୁ ରାଜ୍ୟରେ ପରୀକ୍ଷା ବନ୍ଦ ହେବା ପରେ ସମସ୍ତ ଛାତ୍ର ଛାତ୍ରୀମାନଙ୍କ ପ୍ରଦର୍ଶକକୁ ଆକଳନ କରି ଏକ ସମାନ ଯୋଜନା କରିବା ଅସମ୍ଭବ ଅଟେ ।

Leave a Reply

Your email address will not be published. Required fields are marked *