ଆପଣ ମାନେ ବଲିଉଡର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ବଲିଉଡ ଇଣ୍ଡଷ୍ଟ୍ରିର କଳାକାର ମାନେ ନିଜର ଜବରଦାସ୍ତ ଅଭିନୟ ପାଇଁ ନୁହେଁ ବରଂ ନିଜର ଷ୍ଟାଇଲିସ, ପର୍ଶନାଲିଟି ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଆପଣ ମାନେ ବଲିଉଡ ସୁପର ଷ୍ଟାର ଗୋବିନ୍ଦାଙ୍କୁ ବେଶ ଭଲ ଭାବେ ଜାଣିଥିବେ ।
ସେ ବଲିଉଡ ଦୁନିଆରେ ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ତେବେ ଅଭିନେତା ଗୋବିନ୍ଦା ନିଜର ଅଭିନୟ ବ୍ୟତିତ ଡ୍ୟାନ୍ସ ପାଇଁ ମଧ୍ୟ ବେଶ ଲୋକପ୍ରିୟ ହୋଇ ପାରିଛନ୍ତି । ତେବେ ଅଭିନେତା ଗୋବିନ୍ଦା ଙ୍କୁ ନେଇ ଏକ ବିଶେଷ ସୂଚନା ରହିଛି ଯାହା ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ସୂଚନା ଅନୁସାରେ ଅଭିନେତା ଗୋବିନ୍ଦା ଓଡିଶାରେ ଆସି ପହଞ୍ଚି ଓଡିଆ ମ୍ୟୁଜିକ ଡାଇରେକ୍ଟର ଗୁଡିଲ ରଥଙ୍କ ସହ ମିଶି ଗୀତ ଗାଇଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଅଭିନୟ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବା ବେଳେ ବର୍ତ୍ତମାନ ନିଜକୁ ସେ ସଂଗୀତା କ୍ଷେତ୍ରରେ ସାମିଲ କରିଛନ୍ତି । ଓଡିଶାର ସଂଗୀତା ନିର୍ଦେଶକ ଗୁଡଲି ରଥଙ୍କ ସଂଯୋଜନାରେ ଅଭିନେତା ଗୋବିନ୍ଦ ଭୁବନେଶ୍ବରରେ ଗୀତ ଗାଇଛନ୍ତି । ସେ ଏହି ଗୀତ ନିଜେ ଗୋବିନ୍ଦା ଗାଇବା ସହ ଏହି ଗୀତ ମଧ୍ୟ ନିଜେ ଲେଖିଛନ୍ତି । ଏହି ଗୀତରେ ବଲିଉଡର ଅଭିନେତା ଶକ୍ତି କପୁର ଅଭିନୟ କରିବେ ବୋଲି ଜଣା ପଡିଛି ।
ଓଡିଆ ଅଭିନେତ୍ରୀଙ୍କୁ ଏହି ଗୀତରେ ସାମିଲ କରାଯିବା ସହ ଏହି ଗୀତର ସମସ୍ତ ଶୁଟିଙ୍ଗ ଓଡିଶାରେ ହେବ ବୋଲି ସୂଚନା ମିଳିଛି । ପ୍ରଥମ ଥର ପାଇଁ ବଲିଉଡ ଷ୍ଟାର ଗୋବିନ୍ଦା ଓଡିଶାରେ ହିନ୍ଦୀ ଗୀତ ଗାଇବେ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ତେବେ ଗୋବିନ୍ଦା ବଲିଉଡ ରେ ନିଜର ଅଭିନୟ ଜାଦୁ ଦେଖାଇବା ପରେ ବର୍ତ୍ତମାନ ଓଡିଶାରେ ପହଞ୍ଚି ନିଜର ସଂଗୀତର ଦକ୍ଷତା ଦେଖାଇବାକୁ ଯାଉଛନ୍ତି ଯାହାକୁ ନେଇ ତାଙ୍କର ଫ୍ୟାନ୍ସ ମାନେ ବେଶ ଆଗ୍ରହ ଅଛନ୍ତି ।
ତେବେ ଅଭିନେତା ଗୋବିନ୍ଦାଙ୍କ ଗୀତ ମାର୍କେଟରେ କିପରି ଭାବେ ଚାଞ୍ଚଲ୍ୟ ସୃଷ୍ଟି କରିବ ତାହା ଅପେକ୍ଷାରେ ତାଙ୍କର ଫ୍ୟାନ୍ସ ମାନେ ଅଛନ୍ତି । ବଲିଉଡରେ ଅନେକ ହିଟ ଫିଲ୍ମ ରେ ଅଭିନେତ୍ରୀଙ୍କ ସହ ଅଭିନୟ କରି ଅଭିନେତା ଗୋବିନ୍ଦା ନିଜର ଦକ୍ଷତାର ପରିଚୟ ଦେଇଛନ୍ତି । ସେ ଦେଖିବାକୁ ଯେତିକି ସୁନ୍ଦର ସେତିକି ଷ୍ଟାଇଲିସ ଓ ହ୍ୟାଣ୍ଡସମ ମଧ୍ୟ ଯାହାର ତୁଳନା କାହା ସହ କରାଯାଇ ପାରିବ ନାହି । ଆଶା କରୁଛୁ ଗୋବିନ୍ଦା ନିଜ ଚେଷ୍ଟାରେ ସଫଳତା ହାସଲ କରିବେ ।
ବନ୍ଧୁଗଣ ଗୋବିନ୍ଦାଙ୍କ ଏହିଭଳି ଚିନ୍ତାଧାରାକୁ ନେଇ ଆପଣ ମାନଙ୍କର କଣ ରହିଛି ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।