ଆପଣ ମାନେ ସ୍ଵାମୀ ବିବେକାନନ୍ଦଙ୍କୁ ବେଶ ଭଲ ଜାଣିଥିବେ । ସେ କହିଥିଲେ ଯେ ଜୀବନର ଗୋଟେ ଲକ୍ଷ୍ୟ ରଖିବା ଉଚିତ । ଏହା ସଫଳତା ପାଇବାର ମୂଳମନ୍ତ୍ର ବୋଲି ସ୍ଵାମୀ ବିବେକାନନ୍ଦ କହିଥିଲେ । ଏପିଜେ ଅବବ୍ଦୁଲ କାଲାମ, ସୁଭାଷଚନ୍ଦ୍ର ବୋଷ ଏମିତି ଅନେକ ଜଣ ସ୍ଵାମୀ ବିବେକାନନ୍ଦଙ୍କର ପ୍ରେରଣା ଅଟନ୍ତି । ଆଜି ଆମେ ଆପଣ ମାନଙ୍କୁ ତାଙ୍କର ଏମିତି ୩ଟି କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଜୀବନରେ କିଛି ଶିଖିବା ଯୋଗ୍ୟ କଥା ରହିଛି ।
୧- ପ୍ରଥମ କାହାଣୀରେ ରହିଛି ଥରେ ସ୍ଵାମୀ ବିବେକାନନ୍ଦ ନଦୀ ପାର ହେବା ପାଇଁ ଠିଆ ହୋଇଥିବା ସମୟରେ ଜଣେ ସାଧୁ ଆସି ପଚାରିଲେ ଯେ “କଣ ଆପଣ ସ୍ଵାମୀ ବିବେକାନନ୍ଦ” । ଏହା ପରେ ଉତ୍ତର ରେ ସେ କହିଥିଲେ “ହଁ ମୁଁ ସ୍ଵାମୀ ବିବେକାନନ୍ଦ” । ଏହା ପରେ ସେ ସାଧୁ ଜଣକ ପଚାରିଲା ପାନ ଏଠାରେ କଣ କରୁଛନ୍ତି ? ତ ସ୍ଵାମୀ କହିଲେ କି ମୁ ନଦୀ ପାର କରିବା ପାଇଁ ନୌକାର ଅପେକ୍ଷା କରିଛି । ତା ପରେ ସାଧୁ ଜଣକ କହିଲେ ଆପଣ ଏତେ ବଡ ମହାନ ବ୍ୟକ୍ତିତ୍ବ ଓ ଆପଣଙ୍କର କେତେ ଲୋକ ଆପଣଙ୍କୁ ନିଜ ପ୍ରେରଣା ମାନୁଛନ୍ତି କିନ୍ତୁ ଆପଣ ଏଇ ସମନ୍ୟା ନଦୀ ପାର ହୋଇ ପାରୁ ନାହାନ୍ତି ।
ଦେଖନ୍ତୁ ମୁଁ ଆପଣଙ୍କୁ ନଦୀ ପାର ହୋଇ ଦେଖାଇଛି । ଏହା ପରେ ସାଧୁ ଜଣକ ଚାଲି ଚାଲି ନଦୀ ପାର ହୋଇ ତାଙ୍କୁ ଦେଖାଇଥିଲେ । ଏହା ପରେ ସାଧୁ କହିଥିଲେ ତାଙ୍କର ଏତେ ଶକ୍ତି ଓ ବୁଦ୍ଧି ଥାଇ ମଧ୍ୟ ତାଙ୍କୁ କେହି ଜାଣି ନାହାନ୍ତି କିନ୍ତୁ ବିବେକାନନ୍ଦଙ୍କ ପାଖରେ କିଛି ଶକ୍ତି ନଥାଇ ମଧ୍ୟ ତାଙ୍କୁ ସମସ୍ତେ ଜାଣିଛନ୍ତି । ଏହା ପରେ ବିବେକାନନ୍ଦ ସାଧୁଙ୍କୁ କହିଥିଲେ ଏହି ବିଦ୍ୟା ଶିଖିବାକୁ ଆପଣଙ୍କୁ କେତେ ସମୟ ଲାଗିଥିଲା ।
ଉତ୍ତରରେ ସାଧୁ ୧୫ ବର୍ଷ ଲାଗିଥିଲା କହିଲେ । ଏହା ପରେ ଦୁହେଁ ନୌକରେ ବସି ନଦୀ ପାର ହେବା ପରେ ବିବେକାନନ୍ଦ ୫୦ପଇସା ନାଉରିକୁ ଦେବା ପରେ କହିଲେ ଯେଉଁ କାମ ୫୦ ପଇସାରେ ହୋଇ ପାରିବ ସେଥିପାଇଁ ତମେ 15 ବର୍ଷ ବରବାଦ କରିଲ । ସେହି ସମୟ ଯଦି ଅନ୍ୟର ଭଲ କରିବାରେ ଲଗାଇଥାନ୍ତ ତେବେ ତମକୁ ବି ଆଜି ସାରା ଦୁନିଆ ଜାଣିଥାନ୍ତା । ସେଥିପାଇଁ ନିଜ ସମୟର ସଠିକ ଉପଯୋଗ କରିବା ଶିଖନ୍ତୁ କାରଣ ସମୟ ବରବାଦ କରିବ ତ ଜୀବନ ବି ବରବାଦ ହୋଇଯିବ ।
୨- ଦିତୀୟ କାହାଣୀ ହେଉଛି ଥରେ ସ୍ଵାମୀଜି ରାସ୍ତାରେ ଯିବା ସମୟରେ କିଛି ମାଙ୍କଡ ତାଙ୍କର ପିଛା କରି ତାଙ୍କ ଉପରେ ଆକ୍ରମଣ କରିବାକୁ ଲାଗିଲେ । ଏହା ଦେଖି ସ୍ଵାମିଜି ଭୟଭୀତ ହୋଇ ଦୌଡିବାକୁ ଲାଗିଲେ । କିନ୍ତୁ ଜଣେ ବ୍ୟକ୍ତି ସ୍ଵାମିଜିଙ୍କୁ ଭୟ ନ କରି ସେମାନଙ୍କ ସାମ୍ନା କରିବାକୁ କହିଲେ ।
ଏହାପରେ ସ୍ଵାମୀଜୀ ଠିଆ ହୋଇ ପଛକୁ ବୁଲି ମାଙ୍କଡ ମାନଙ୍କ ଉପରେ ଜୋରରେ ଚିତ୍କାର କରିଲେ ଓ ତାଙ୍କ ପାଟି ଶୁଣି ମାଙ୍କଡ ସେଠାରୁ ପଳାୟନ କରିଥିଲେ । ଏଥିରୁ ଶିକ୍ଷାଲାଭ ହେଲା ଯେ ମଣିଷକୁ ଜୀବନରେ ସର୍ବଦା ନାକାରାତ୍ମକ ଚିନ୍ତାଧାରାକୁ ଆଡେଇ ମନରେ ସାକାରାତ୍ମକ ଚିନ୍ତାଧାରା ଆଣିବା ଉଚିତ । ଜୀବନରେ ନଡଋ ପରିସ୍ଥିତିର ସାମନା କରିବା ଉଚିତ ।
୩- ତୃତୀୟ କାହାଣୀ ହେଉଛି ସ୍ଵାମିଜି ରାସ୍ତାରେ ଯାଉଥିବା ସମୟରେ ଜଣେ ମୂର୍ତ୍ତିକାର ପଥରରେ ଜଣେ ରାଜାଙ୍କର ମୂର୍ତ୍ତି ପ୍ରସ୍ତୁତ କରୁଥିଲେ । ଏହା ପରେ ସ୍ଵାମିଜି ପଚାରିଥିଲେ କଣ ତୁମ ପାଖରେ ରାଜାଙ୍କର କିଛି ଛବି ରହିଛି । ଉତ୍ତରରେ ମୂର୍ତ୍ତିକାର ମନା କରିଥିଲା ଓ କହିଥିଲା ମୋ ମନରେ ରାଜାଙ୍କର ଜ୍ଵଳନ୍ତ ଛବି ସ୍ଥାପିତ ହୋଇ ରହିଛି ।
ଦେଖୁ ଦେଖୁ ମୂର୍ତ୍ତିକର ଜଣକ ରାଜାଙ୍କର ସୁନ୍ଦର ପ୍ରତିଛବି ନିର୍ମାଣ କରିଦେଲେ । ଏହି କଥାରୁ ଶିକ୍ଷାଲାଭ ହେଲା ଯେ ମଣିଷ ନିଜ ଜୀବନରେ ଯାହା ଚାହୁଁଛି ବା କରିବାକୁ ଚାହୁଁଛି ତାର ସ୍ପଷ୍ଟ ଚାବି ମନରେ ରଖିବା ଆବଶ୍ୟକ । କିଛି କରିବାକୁ ହେଲେ ଦୃଢ ମନୋବଳ ରହିବା ନିଶ୍ଚୟ ଦରକାର । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।