କେଉଁ ବ୍ୟକ୍ତିମାନଙ୍କର ପିଇବା କଥା ନୁହେଁ ଲେମ୍ବୁ ଯୁସ/ ଲେମ୍ବୁ ପାଣି ? ପିଇବା ଆଗରୁ ଏହାକୁ ଥରେ ନିଶ୍ଚୟ ଦେଖି ନିଅନ୍ତୁ- Health Tips

ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ଲୋକମାନଙ୍କୁ ଲେମ୍ବୁ ପାଣି ସେବନ କରିବା ଉଚିତ ନୁହେଁ । ଅର୍ଥାତ କେଉଁ ରୋଗରେ ପୀଡିତ ହୋଇଥିଲେ ଲେମ୍ବୁ ପାଣି ସେବନ ଦ୍ଵାରା ତାହା କ୍ଷତିକାର ହୋଇପାରେ । ଯଦି ଆପଣ ସକାଳ ସମୟରେ ଲେମ୍ବୁ ପାଣି ସେବନ କରୁଛନ୍ତି ତେବେ ଆପଣଙ୍କୁ କିଛି କଥା ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ । ପ୍ରାୟତଃ ଲୋକମାନେ ଲେମ୍ବୁ ପାଣି ଏଥିପାଇଁ ସେବନ କରନ୍ତି କାରଣ ସେମାନେ ନିଜର ଓଜନ କମ କରିବାକୁ ଚାହାନ୍ତି କିମ୍ବା ଶରୀରରୁ ଖରାପ ପଦାର୍ଥକୁ ବାହାର କରିବା ପାଇଁ ବି ଲେମୁ ପାଣିର ସେବନ କରିଥାନ୍ତି ।

କିନ୍ତୁ କିଛି ରୋଗୀଙ୍କ ପାଇଁ ଏହା ସମସ୍ୟାର କାରଣ ବି ହୋଇଥାଏ । ସେଥିପାଇଁ ଯେଉଁ ଲୋକମାନେ ଆଇରନର ଔଷଧ ସେବନ କରୁଛନ୍ତି ସେମାନେ କେବେ ବି ଲେମ୍ବୁ ପାଣିର ସେବନ କରନ୍ତୁ ନାହିଁ । କାରଣ ଲେମ୍ବୁ ପାଣି ଓ ଆଇରନର ଔଷଧ ଗୋଟିଏ ଦିନରେ ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ ଆଇରନ ଔଷଧର କୌଣସି ବି ଲାଭ ମିଳିବ ନାହିଁ ।

ଯେଉଁ ଲୋକମାନଙ୍କୁ କିଡନୀ ଓ ଲିଭରର ସମସ୍ୟା ଅଛି ସେମାନଙ୍କୁ ବି ଲେମ୍ବୁ ପାଣି ପିଇବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ଆପଣଙ୍କ ସମସ୍ୟା ଆହୁରି ବଢିପାରେ । ଯଦି କାହାର ପେଟରେ ଅଳସରର ସମସ୍ୟା ଅଛି ସେମାନଙ୍କୁ ବି ଲେମ୍ବୁ ପାଣି ପିଇବା ଉଚିତ ନୁହେଁ ।

କହିଦେଉଛୁ କି ଲେମ୍ବୁ ପାଣି ପିଇବା ସଙ୍ଗେ ସଙ୍ଗେ ଦାନ୍ତ ଘଷିବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ଆପଣଙ୍କ ଦାନ୍ତ କମଜୋର ହୋଇପାରେ । ଏହା ଛଡା ଯେଉଁ ଲୋକମାନଙ୍କ ଶରୀରରେ ପାଣିର ଅଭାବ ଅଛି ସେମାନେ ବି ଲେମ୍ବୁ ପାଣିର ସେବନ କରନ୍ତୁ ନାହିଁ । କାରଣ ଲେମ୍ବୁ ପାଣି ପିଇବା ଦ୍ଵାରା ଏହିଭଳି ଲୋକମାନଙ୍କ ୟୁରିନ ଅଧିକ ଆସିଥାଏ । ଯେଉଁ କାରଣରୁ ପାଣିର ଅଭାବ ପୁଣି ଦେଖାଯାଏ ।

ସେଥିପାଇଁ ଆପଣମାନେ ଲେମ୍ବୁ ପାଣି ସେବନ କରନ୍ତୁ ନାହିଁ । ଲେମ୍ବୁ ପାଣି ତିଆରି ପାଇଁ ନା ହିଁ ଅତ୍ୟଧିକ ଗରମ ପାଣି ଓ ନା ହିଁ ଥଣ୍ଡା ପାଣିର ବ୍ୟବହାର କରନ୍ତୁ । ଆପଣ କେବଳ ଅଳ୍ପ ଗରମ ପାଣି ନଚେତ ସାଧାରଣ ପାଣି ବ୍ୟବାହାର କରନ୍ତୁ । ଯଦି ଆପଣ ବହୁତ ଅଧିକ ଥଣ୍ଡା ଓ ଗରମ ପାଣି ବ୍ୟବହାର କରୁଛନ୍ତି ପତଳା ହେବା ପାଇଁ କିମ୍ବା ଜଲ୍ଦି ରେଜଲ୍ଟ ପାଇବା ପାଇଁ କରୁଛନ୍ତି ତେବେ ସେହିଭଳି ସ୍ଥିତିରେ ଏହା ଲେମ୍ବୁର ଗୁଣକୁ ନଷ୍ଟ କରିଦିଏ ।

ଏମିତିରେ ଆପଣଙ୍କୁ କୌଣସି ବି ପ୍ରକାରର ଲାଭ ମିଳିବ ନାହିଁ । ଯେଉଁମାନଙ୍କର ଦାନ୍ତର ସମସ୍ୟା ଅଛି ଅର୍ଥାତ ସେମାନଙ୍କୁ ଥଣ୍ଡା ଓ ଗରମ ଅତ୍ୟଧିକ ଅନୁଭବ ହେଉଛି ସେମାନେ ଡାରେକ୍ଟ ଲେମ୍ବୁ ପାଣି ସେବନ କରନ୍ତୁ ନାହିଁ । ସେମାନେ ଲେମ୍ବୁ ପାଣି ସ୍ଟ୍ର ଦ୍ଵାରା ସେବନ କରନ୍ତୁ । ଏହା ପରେ କୁଲା ନିଶ୍ଚିତ ରୂପରେ କରନ୍ତୁ । ଯେଉଁମାନଙ୍କର ଏସିଡର ସମସ୍ୟା ଅଛି ଓ ହୃଦୟ ସମ୍ବନ୍ଧିତ ସମସ୍ୟା ଅଛି ସେହିଭଳି ରୋଗୀ ବି ଲେମ୍ବୁ ପାଣିର ସେବନ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *